ହ୍ୱାଟସଆପ ଆଣିଲା ନୂଆ ଫିଚର ! ଚାଟ କରିବା ସମୟରେ ଦେଖିପାରିବେ ୟୁ-ଟ୍ୟୁବ ଭିଡ଼ିଓ

157

ହ୍ୱାଟସଆପ ବ୍ୟବହାରୀଙ୍କ ପାଇଁ ଖୁସିଖବର । ପୁଣି ଏକ ନୂଆ ଫିଚର ଲଞ୍ଚ କରିଛି ହ୍ୱାଟସଆପ । ଯୁବଗୋଷ୍ଠୀଙ୍କୁ ଆକୃଷ୍ଠ କରିବା ପାଇଁ ହ୍ୱାଟସଆପ ନୂଆ ନୂଆ ଫିଚର ସାମ୍ନାକୁ ଆଣୁଛି । କିଛି ଦିନ ପୂର୍ବରୁ ହ୍ୱାଟସଆପ ରିକଲ ଫିଚର ଆଣିଥିଲା । ଯେଉଁଥିରେ ବ୍ୟବହାରକାରୀ ପଠାଇଥିବା ମେସେଜକୁ ମଧ୍ୟ ଡିଲିଟ କରିପାରିବେ ସେଭଳି ସୁବିଧା ରହିଥିଲା । ତେବେ ଏସବୁ ଭିତରେ ପୁଣିଥରେ ହ୍ୱାଟସଆପ ଆଉ ଏକ ନୂଆ ଫିଚର ଲଞ୍ଚ କରିଛି । ହ୍ୱାଟସଆପରେ ଭିଡିଓ ଦେଖୁଥିବା ବ୍ୟବହାରକାରୀଙ୍କ ପାଇଁ ଏହି ନୂଆ ଫିଚର ପ୍ରସ୍ତୁତ କରାଯାଇଛି ।

WhatsApp-Update-Watch-Videos-879337ଏହି ନୂଆ ଫିଚରରେ ୟୁଜର ମାନେ ହ୍ୱାଟସଆପରେ ୟୁ-ଟ୍ୟୁବ ଭିଡିଓ ଦେଖିପାରିବେ । ନୂଆ ଅପଡେଟ ପିକଚର ଇନ ପିକଚର ମୋଡରେ ହ୍ୱାଟସଆପ ଚାଟରେ ରହିଛି । ଏହା ପୂର୍ବରୁ ଭିଡିଓ ଦେଖିବା ପାଇଁ ୟୁ-ଟ୍ୟୁବ ଲିଙ୍କରେ କ୍ଲିକ୍ କରି ୟୁ-ଟ୍ୟୁବର ହୋମ ପେଜକୁ ଯିବାକୁ ପଡୁଥିଲା । ଯାହାଦ୍ୱାରା ହ୍ୱାଟସଆପ ଚାଟ ବନ୍ଦ କରିବାକୁ ପଡୁଥିଲା । ତେବେ ଏହି ନୂଆ ଫିଚରରେ ଏକା ସାଙ୍ଗରେ ଭିଡିଓ ଦେଖିବା ସହ ଚାଟ ମଧ୍ୟ କରିପାରିବେ ।ହ୍ୱାଟସଆପ ଭର୍ସନ ୨.୧୭.୮୧ ରେ ଏହି ନୂଆ ଫିଚରର ସୂଚନା ଦିଆଯାଇଛି । ପିକ୍ଚର ଇନ ପିକ୍ଚର ଜରିଆରେ ଅନ୍ୟ ଟାଟକୁ ଯିବା ବେଳେ ମଧ୍ୟ ଲଗାତାର ଭିଡିଓ ଦେଖିହେବ ।

ଏହି ନୂଆ ଫିଚରଟି ଏକାସାଙ୍ଗରେ ବିଭିନ୍ନ କାଯ୍ୟ କରିପାରିବ । ଗୋଟିଏ ଅର୍ଥରେ କହିବାକୁ ଗଲେ ଏହା ମଲ୍ଟି ଟ୍ୟାକ୍ସିଙ୍ଗର କାର୍ଯ୍ୟ କରିବ । ଯଦି ଆପଣ ହ୍ୱାଟସଆପରେ ୟୁ-ଟ୍ୟୁବ ଭିଡିଓ ଦେଖୁଥିବା ବେଳେ ଅନ୍ୟ ଚାଟକୁ ଯିବାକୁ ଚାହୁଁଥାନ୍ତି ତେବେ ଭିଡିଓ ବନ୍ଦ ହେବ ନାହିଁ । ଚାଟ କରୁଥିବା ସମୟରେ ଲଗାତାର ଏହି ଭିଡ଼ିଓକୁ ଦେଖି ପାରିବେ ।

ଏହି ନୂଆ ଫିଚରଟି ଆଇଓଏସ ୟୁଜର୍ସଙ୍କ ପାଇଁ ଉପଲବ୍ଧ । ଏହାକୁ ଆପ୍ ଷ୍ଟୋରରୁ ଅପଡେଟ କରାଯାଇପାରିବ । ଅପଡେଟ କରିବା ପରେ ଏଥିରେ ଦୁଇଟି ନୂଆ ଫିଚର ଦେଖିବାକୁ ମିଳିବ । ଗୋଟିଏ ୟୁ-ଟ୍ୟୁବ ଭିଡିଓ ହୋଇଥିବା ବେଳେ ଅନ୍ୟଟି ଅଡିଓ ରେକର୍ଡିଙ୍ଗ । ଅଡିଓ ରେକର୍ଡିଙ୍ଗକୁ ପୂର୍ବ ଅପେକ୍ଷା ସହଜ କରାଯାଇଛି । ଏହି ଫିଚରକୁ ଆଣ୍ଡ୍ରଏଡ ବ୍ୟବହାରକାରୀଙ୍କୁ କେବେ ଯୋଗାଇ ଦିଆଯିବ ତାହାର କୌଣସି ସୂଚନା କମ୍ପାନି ପକ୍ଷରୁ ଦିଆଯାଇନାହିଁ ।