ପିପିଇ କିଟ କାଢିଲେ ନର୍ସ, କର୍ତ୍ତବ୍ୟ ଝାଳରେ ଭର୍ତି ହୋଇଗଲା ବାଲ୍ଟି। ସେବିକାଙ୍କ ସେବା ମନୋଭାବକୁ ସତ ସତ ପ୍ରଣାମ

419

କନକ ବ୍ୟୁରୋ : କରୋନା ଯୋଦ୍ଧା । ହୁଏତ ଏ ଶଦ୍ଦ ସହ ଆପଣ ବହୁତ ଦିନ ହେଲାଣି ପରିଚିତ ହୋଇଗଲେଣି । ପ୍ରତ୍ୟେକ ଦିନ ସକାଳୁ ସଂଜ ପର୍ଯ୍ୟନ୍ତ ଏହି ଶଦ୍ଦ ଶୁଣିବାକୁ ମିଳିଛୁ । କେବେ ଥରେ ଚିନ୍ତା କରିଛନ୍ତି କି କାହାକୁ ଯୋଦ୍ଧା କୁହାଯାଏ? କାହିଁକି ଏମାନଙ୍କୁ ଯୋଦ୍ଧାର ଆଖ୍ୟା ଦିଆଯାଇଛି ? କେବଳ ଯେ, ସୀମାରେ କାନ୍ଧରେ ବନ୍ଧୁକ ଧରି ଜଗିଲେ ସେମାନଙ୍କୁ ଯୋଦ୍ଧା କହିବା ତାହା ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଚିନ୍ତା ନିହାତି ବଦଳିଯିବ । କାରଣ ଏମାନେ ଯେଉଁ ପରିସ୍ଥିତିର ସାମ୍ନା କରି କାମ କରୁଛନ୍ତି ତାହା କୌଣସି ଯୋଦ୍ଧାଙ୍କଠାରୁ କମ ନୁହେଁ ।

ବିଶ୍ୱକୁ ନିଜ ବିଶାକ୍ତ ପଞ୍ଝାରେ ଆୟ କରିନେଇଛି କରୋନା । ପ୍ରାୟତଃ ସବୁଦେଶକୁ ଗ୍ରାସ କଲାଣି ମହାମାରୀ । ନିର୍ମୁଳି ଲତା ପରି ମାଡି ମାଡି ଚାଲିଛି ମହାମାରୀ । ନିତିଦିନ ଆକ୍ରାନ୍ତଙ୍କ ସଂଖ୍ୟା ସହ ମୃତକଙ୍କ ସଂଖ୍ୟା ତାଳ ଦେଇ ବଢିବାରେ ଲାଗିଛି । କିନ୍ତୁ ସେହି ମହାମାରୀକୁ ରୋକିବାକୁ ଏମାନେ ଯେ, କେଉଁ ପରିସ୍ଥିତିର ସାମ୍ନା କରୁଛନ୍ତି ତାହାକୁ ଆପଣ ନଦେଖିଲେ ହୁଏତ ବିଶ୍ୱାସ କରିବେ ନାହିଁ । ଦେଖନ୍ତୁ ଏହି ଫଟୋ ଟିକୁ…

କରୋନା ଆକ୍ରାନ୍ତଙ୍କ ଚିକିତ୍ସା କରିବାକୁ କେମିତି ଓ କେତେ କଷ୍ଟ କରୁଛନ୍ତି । ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ପିପିଇ କିଟ ପିନ୍ଧିବାକୁ ପଡୁଛି । ଥରେ ଚିନ୍ତା କରନ୍ତୁ ଏହାକୁ ପିନ୍ଧିବା ପରେ ଶରୀର ମଧ୍ୟରେ କେତେ ମାତ୍ରାରେ ତାପମାତ୍ରା ବଢିଯାଏ?

ପିପିଇ କିଟ ପିନ୍ଧିବା ପରେ ଶରୀର ମଧ୍ୟରେ ଅସହ୍ୟ ଗରମ ଅନୁଭୂତ ହେଉଥିବା ଅନେକ ସ୍ୱାସ୍ଥ୍ୟକର୍ମୀ ନିଜ ମନ୍ତବ୍ୟରେ କହିଛନ୍ତି । କିନ୍ତୁ ରୋଗୀଙ୍କୁ ଚିକିତ୍ସା ଯୋଗାଇ ଦେବା ସହ ନିଜକୁ ଭୂତାଣୁଠାରୁ ଦୂରେଇ ରଖିବାକୁ ପିପିଇ ପିନ୍ଧିବାକୁ ପଡୁଥିବା ଜଣାଯାଇଛି ।

କିନ୍ତୁ ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ହୃଦୟ ବି ତରଳିଯିବ । କାରଣ ଏହି ନିଜର ଡ୍ୟୁଟି ସାରିବା ପରେ ଯେତେବେଳେ ପିପିଇ କିଟ କାଢିଲେ ପାଖାପାଖି ବାଲଟିଏ ଝାଳ ପାଣି ପରି ବାହାରିଥିଲା । ଯାହା ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ଏତେ ଅସହ୍ୟ ଗରମ ସତ୍ୱେ କେମିତି ନର୍ସ ଜଣକ ପିପିଇ କିଟ ପିନ୍ଧି କାମ କରୁଥିଲେ ତାହାକୁ ନେଇ ଅନେକ ଆଶର୍ଯ୍ୟ ହେଉଛନ୍ତି । ଏତେ ମାତ୍ରାରେ ଝାଳ ଥିଲେ, କିଟର ଓଜନ ବି ବଢିଥିବ । ତଥାପି ନିଜର କଷ୍ଟକୁ ଖାତିର ନକରି ନର୍ସ ଜଣକ ଯେପରି ଭାବରେ କାମ କରିଛନ୍ତି ତାହାକୁ ପ୍ରଶଂସା କରାଯାଉଛି । ପ୍ରକୃତରେ ଏ ଦୃଶ୍ୟକୁ ଦେଖିଲେ ଜଣାପଡୁଛି କି ପିପିଇ କିଟ ପିନ୍ଧି କାମ କରିବା କେତେ କଷ୍ଟ ?
ବ୍ୟୁରୋ ରିପୋର୍ଟ, କନକ ନ୍ୟୁଜ୍