କ୍ରିକେଟ୍ ପଡିଆରେ ଅବିଶ୍ୱସନୀୟ ଦୃଶ୍ୟ : ଅମ୍ପେୟାରଙ୍କ ନଟଆଉଟ୍ ଘୋଷଣା ସତ୍ୱେ କ୍ରିଜ୍ ଛାଡିଲେ ଭାରତୀୟ ମହିଳା କ୍ରିକେଟର

ଭାରତ ଅଷ୍ଟ୍ରେଲିଆ ଟେଷ୍ଟ ମ୍ୟାଚ୍ ବେଳେ ପୁନମ୍ ରାଉତଙ୍କ ଖେଳୁଆଡୁ ମନୋଭାବକୁ ନେଇ ଚର୍ଚ୍ଚା

1,360

କନକ ବ୍ୟୁରୋ : କିକ୍ରେଟ ପଡ଼ିଆରେ ଅଧିକାଂଶ ସମୟରେ ପ୍ରତିପକ୍ଷ ଖେଳାଳୀଙ୍କୁ ଆରୋପ ପ୍ରତ୍ୟାରୋପ କରୁଥିବାର ଦୃଶ୍ୟ ଦେଖିବାକୁ ମିଳେ । ବିଶେଷକରି ଆଉଟ ଏବଂ ନଟ୍ ଆଉଟକୁ ନେଇ ସବୁବେଳେ ବିବାଦ ଲାଗି ରହେ । କିନ୍ତୁ ମହିଳା କ୍ରିକେଟରେ ଏହାର ଏକ ବିପରିତ ଦୃଶ୍ୟ ଦେଖିବାକୁ ମିଳିଛି । ଭାରତୀୟ ଖେଳାଳୀ ପୁନମ ରାଉତ ଅମ୍ପ୍ୟୟାରଙ୍କ ଦ୍ୱାରା ନଟ୍ ଆଉଟ ଘୋଷିତ ହୋଇଥିଲେ ମଧ୍ୟ ପିଚ୍ ଛାଡିଦେଇଥିଲେ । ଯାହାକୁ ନେଇ ଏବେ ସବୁ ଆଡୁ ପୁନମଙ୍କୁ ପ୍ରଶଂସା କରାଯାଉଛି ।

କ୍ରିକେଟ ଅଷ୍ଟ୍ରେଲିଆ ନିଜ ଟୁଇଟର ହ୍ୟାଣ୍ଡେଲରୁ ଏହି ସମୟର ଭିଡିଓ ପୋଷ୍ଟ କରିବା ପରେ ପୁନମଙ୍କୁ ସବୁଆଡୁ ପ୍ରଶଂସା କରାଯାଉଛି । ଗତକାଲି କରାରାରେ ଅଷ୍ଟ୍ରେଲିଆ ଏବଂ ଭାରତ ମହିଳା କ୍ରିକେଟ ଟିମ ମଧ୍ୟରେ ଟେଷ୍ଟ ମ୍ୟାଚ ଚାଲିଥିଲା । ଭାରତ ପକ୍ଷରୁ ପୁନମ ରାଉତ ବ୍ୟାଟିଂ କରୁଥିବା କରୁଥିବା ବେଳେ ବଲଟି ତାଙ୍କ ବ୍ୟାଟରେ ବାଜି କିପରଙ୍କ ହାତକୁୁ ଚାଲିଯାଇଥିଲା । ଅଷ୍ଟ୍ରେଲିଆ ଖେଳାଳୀମାନେ କଟ୍ ବିହାଇଣ୍ଡ କରିଥିବା ନେଇ ଜୋରଦାର ଅପିଲ କରିଥିଲେ ମଧ୍ୟ ଅମ୍ପାୟାର ଏହାକୁ ନାକଜ ଘୋଷଣା କରି ଦେଇଥିଲେ । ରିଭ୍ୟୁ ବିକଳ୍ପ ନ ଥିବାରୁ ଅଷ୍ଟ୍ରେଲିଆ ଖେଳାଳୀମାନେ ଚୁପ୍ ରହିଥିଲେ । ହେଲେ ପୁନମ ସ୍ୱଭାବିକ୍ ଭାବେ କ୍ରିଜ୍ ଛାଡି ପ୍ୟାଭିଲିୟନ ଫେରିଯାଇଥିଲେ । ତାଙ୍କ ମନରେ କୌଣସି ଅସନ୍ତୋଷର ଚିହ ବର୍ଣ୍ଣ ଦେଖିବାକୁ ମିଳିନଥିଲା ।