କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲା ଆଦିବାସୀ ବହୁଳ ଅଂଚଳର ସରକାରୀ ସ୍କୁଲର ଚିତ୍ର ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ । ସାରା ରାଜ୍ୟରେ ସରକାରୀ ଓ ଘରୋଇ ଇଂରାଜୀ ମିଡିୟମ ସ୍କୁଲକୁ ନେଇ ଏକପ୍ରକାର ବାକଯୁଦ୍ଧ ଚାଲିଛି । ହେଲେ ଏହାରି ଭିତରେ ଏକ ଉନ୍ନତମାନର ସରକାରୀ ସ୍କୁଲର ଚିତ୍ର ମାଲକାନଗିରି ଜିଲ୍ଲା ମାଙ୍ଗିପାଲ୍ଲି ଗାଁରୁ ଆସିଛି । ଯାହା ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲର ଭ୍ରମ ତିଆରି କରୁଛି ।
ସ୍କୁଲରେ ପଶୁପଶୁ ଆପଣଙ୍କୁ ଗଣେଶ, ସରସ୍ୱତୀଙ୍କଠାରୁ ଆରମ୍ଭ କରି ଅନେର ପ୍ରତିମୂର୍ତ୍ତି ଦେଖିବାକୁ ମିଳିବ । ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲାର ଜିଲ୍ଲାପାଳ ଓ ସ୍ଥାନୀୟ ବିଡିଓ, ତହସିଲଦାରଙ୍କ ଯାଏଁ ସମସ୍ତଙ୍କ ନାଁ ଓ ଫଟୋଚିତ୍ର ବିଦ୍ୟାଳୟ କାନ୍ଥରେ ଲାଗିଛି । ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ସ୍କୁଲରେ ରହିଛି ମନୋରମ ପରିବେଶ । ସୁନ୍ଦର ବଗିଚା ସାଙ୍ଗକୁ ଫଳ ଉଦ୍ୟାନ ଏହି ବିଦ୍ୟାଳୟକୁ ଏକ ଆଦର୍ଶ ବିଦ୍ୟାଳୟ କରିପାରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/07/15-12.jpg)