କନକ ବ୍ୟୁରୋ:  ଓଡିଶାର ଘରେ ଘରେ ପରିଚିତ ଜୀ ସାର୍ଥକ ସବୁବେଳେ ଓଡ଼ିଆ ଘରର ପରମ୍ପରା ଓ ରୀତିନୀତିକୁ ଆଖିଆଗରେ ରଖି ଭେଟିଦିଏ ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମ ଓ ଧାରାବାହିକ । ଜୀ ସାର୍ଥକ ସବୁବେଳେ ଲୋକଙ୍କ ପସନ୍ଦକୁ ଗୁରୁତ୍ୱ ଦେଇ ଆସୁଛି । ଦର୍ଶକଙ୍କ ପାଖରୁ ମିଳୁଥିବା ଅଗଣିତ ଭଲପାଇବା ଫଳରେ ଜୀ ସାର୍ଥକ ଦର୍ଶକଙ୍କ ଭଲ ପାଇବାକୁ ଧ୍ୟାନରେ ରଖି ମନଛୁଆଁ ଧାରାବାହିକ ସହିତ ଅନେକ ଫିଲ୍ମ ମଧ୍ୟ ପ୍ରସ୍ତୁତ କରୁଛନ୍ତି ।

ଏହି ଧାରାରେ ଦର୍ଶକଙ୍କ ପସନ୍ଦକୁ ଧ୍ୟାନରେ ରଖି ଆସୁଥିବା ଗଣପର୍ବ ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାକ୍ଷୀର ମାହୋଲକୁ ଆହୁରି ଖାସ କରିବା ପାଇଁ ଜୀ ସାର୍ଥକ ନେଇ ଆସୁଛି ତା'ର ନୂଆ ଫିଲ୍ମ ‘ଏଇ ରାକ୍ଷୀ ତୋ' ରକ୍ଷା କବଚ ୨’ । ଯାହା ଅଗଷ୍ଟ ୧୮ ତାରିଖ ସନ୍ଧ୍ୟା ୬ଟା ୩୦ରେ ଜୀ ସାର୍ଥକରେ ପ୍ରସାରଣ ହେବାକୁ ଯାଉଛି । ଲିପ୍ସା ମିଶ୍ର ପ୍ରଯୋଜିତ ଏହି ଫିଲ୍ମର ନିର୍ଦ୍ଦେଶନା ଦ୍ଵାୟିତ୍ଵ ନେଇଛନ୍ତି ସଂଜୟ ନାୟକ । ମୁଖ୍ୟ ଅଭିନୟରେ ଅଭିନେତା ବିକ୍ରମ ମହାନ୍ତି, ଅନନ୍ୟା, ଲିପ୍ସା, କେ କେ, ଡିସ୍କୋ ରେଡ୍ଡୀ ଙ୍କ ସହିତ ଆହୁରି ଅନେକ କଳାକାର । ଗୀତ ଗୁଡିକୁ ବିରଜା ପ୍ରସାଦ ସଂଯୋଜନା କରିଥିବା ବେଳେ ଡଃ ନିର୍ମଳ ନାୟକଙ୍କ ଲେଖାକୁ ସ୍ବର ଦେଇଛନ୍ତି ଅସୀମା ପଣ୍ଡା, ସତ୍ୟଜିତ ଓ ଏସ୍. ଜିତୁ ।publive-imageକାହାଣୀର ନାୟକ ବିରାଟଙ୍କ ଗୋଟିଏ ବେବି ଫୁଡ୍ କମ୍ପାନୀ ରହିଛି ଯାହାକୁ ନେଇ ସବୁବେଳେ ଇର୍ଷାରେ ରୁହେ ରୁଦ୍ର । ଚକ୍ରାନ୍ତ କରି ବିରାଟଙ୍କୁ କେମିତି ଫସାଇବ ତାର ଯୋଜନା ସବୁବେଳେ ପାଞ୍ଚୁଥାଏ ରୁଦ୍ର । ସେପଟେ ପରିସ୍ଥିତି ଚକ୍ରରେ ବିରାଟର ମୃତ୍ୟୁ ହୁଏ । ବିରାଟ ଚାଲିଯିବା ପରେ ତାଙ୍କ ପୁଅ ବିକ୍ରମ ଓ ଝିଅ ପ୍ରୀତି ଏକା ପଡିଯା'ନ୍ତି । ସମ୍ପତ୍ତି ହାତେଇବା ପ୍ରୟାସରେ ରୁଦ୍ର ବିରାଟଙ୍କ ଘରକୁ ପ୍ରବେଶ କରିବା ସହିତ ବିକ୍ରମକୁ ଖରାପ ବାଟରେ ନେଇଯାଏ ଓ ଝିଅ ପ୍ରୀତି ସହିତ ତା' ପୁଅର ବିବାହ କରିବାକୁ ଯୋଜନା କରେ । ତେବେ ରକ୍ଷା ବନ୍ଧନରେ କାହାଣୀରେ ଆସିଛି ଏକ ଅପ୍ରତ୍ୟାଶିତ ମୋଡ । ପ୍ରୀତି ଭାଇ ବିକ୍ରମକୁ ଭଲ ବାଟକୁ ନେଇଆସେ ଓ ଦୁଇ ଜଣ ମିଶି ଜାଣିବାକୁ ପାଇଛନ୍ତି କେମିତି ବିରାଟଙ୍କ ମୃତ୍ୟୁ ହୋଇଛି । ତାଙ୍କର ଏହି ଅବସ୍ଥା ପାଇଁ ଦାୟୀ କିଏ? ତେବେ କେମିତି ବିକ୍ରମ ଓ ପ୍ରୀତି ଆଗକୁ ବଢିବେ । ପ୍ରକୃତ ଦୋଷୀକୁ କେମିତି ଧରିବେ ଓ ପ୍ରତିଶୋଧ ନେଇପାରିବେ ତ ? ଜାଣିବା ପାଇଁ ପୁରା ଫିଲ୍ମ ଦେଖିବେ ଦର୍ଶକ ଆସନ୍ତା ରବିବାର ସନ୍ଧ୍ୟା ୬:୩୦ କେବଳ ଜୀ ସାର୍ଥକରେ ।

ଏକ ରୋଚକ କାହାଣୀ ନେଇ ରକ୍ଷା ବନ୍ଧନରେ ଆଗକୁ ଆସିଛି ଜୀ ସାର୍ଥକ । ଯାହାପାଇଁ ଆପଣଙ୍କ ଭଲପାଇବା ଓ ଆଶୀର୍ବାଦ ଲୋଡା । ଏହି ଫିଲ୍ମ ଓଡ଼ିଆ ଘରର ପରମ୍ପରାକୁ ଅଗ୍ରାଧିକାର ଦେବା ସହ ଭାଇ ଭଉଣୀର ସମ୍ପର୍କକୁ ଆହୁରି ମଜବୁତ କରିବ ଯାହା ମୋର ଆଶା ଓ ବିଶ୍ବାସ ବୋଲି କହିଛନ୍ତି ଜୀ ସାର୍ଥକର ଚିଫ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍ ।