କନକ ବ୍ୟୁରୋ: ଜୀ-ସାର୍ଥକ ପ୍ରସ୍ତୁତ "ସାରେଗାମାପା" ରିୟାଲିଟି ଶୋ' ର କିଏ ହେବ ବିଜେତା? ଜାଣିବା ସହିତ ବଛା ବଛା ଟପ୍ ଫାଇନାଲିଷ୍ଟ ସିଙ୍ଗରଙ୍କ ସହିତ ୨୪ ଜଣ ସୁପରଷ୍ଟାରଙ୍କୁ ନେଇ ଜାନୁଆରୀ ୧ ତାରିଖ ସନ୍ଧ୍ୟା ୬ ଟାରୁ ରାତି ୧୦ ଟା ଯାଏଁ ଚାରି ଘଣ୍ଟା ଧରି ହେବ ନନଷ୍ଟପ ମନୋରଞ୍ଜନ ।

Advertisment

ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକରେ ନୂଆ ବର୍ଷ ଅବସରରେ ପ୍ରସାରିତ ହେବାକୁ ଥିବା ୨୪ ଘଣ୍ଟାର ନନଷ୍ଟପ୍ ମନୋରଞ୍ଜନ ମଧ୍ୟରେ ରିୟଲିଟି ସୋ ସାରେଗାମାପାର ଗ୍ରାଣ୍ଡ ଫିନାଲେ ଶୋ ମଧ୍ୟ ରହିଛି। ଏହି ଫିନାଲେ ଏପିସୋଡରେ ବିଜେତା କିଏ ହେବ ଜଣାପଡିବା ସହ ୨୪ ଜଣ ସୁପରଷ୍ଟାରଙ୍କୁ ନେଇ ସନ୍ଧ୍ୟା ୬ରୁ ରାତି ୧୦ଟା ଯାଏଁ ମନୋରଞ୍ଜନର ଧମାକା ଜାରି ରହିବ।

ଉପସ୍ଥାପକ ପୁପିନ୍ଦର ଓ ସୁଜିତଙ୍କ ଦମଦାର ଉପସ୍ଥାପନାରେ ସଙ୍ଗୀତମୟ ମାହୋଲର ଏହି କାର୍ୟ୍ୟକ୍ରମରେ ହ୍ୟୁମାନ ସାଗରଙ୍କ ପୁରା ଟିମ୍ ସହିତ ବିଚାରକ ଇରା ମହାନ୍ତି, ଦୀପ୍ତିରେଖା ପାଢ଼ୀ, କୁଲଦୀପ ପଟ୍ଟନାୟକ, ଦୀପିକା, ଜସ୍ମିନ, ନିକିତା, ଅନନ୍ୟା, ଛନ୍ଦିତା, ଅର୍ପିତା କର ଓ ଜବରଦସ୍ତ ପ୍ରଦର୍ଶନ ସହ ହରିହର ଦାଶଙ୍କ ଡ୍ୟାନ୍ସର ଜଲୱା ମଧ୍ୟ ଦେଖିବାକୁ ମିଳିବ।