ବାତ୍ୟା ୟାସ୍ ପ୍ରଭାବରେ ବିଭିନ୍ନ ଗାଁ ଜଳମଗ୍ନ : ଭୋଗରାଇରେ ଗାଁ-ସହର ସବୁ ଏକାକାର; ରାସ୍ତା ଉପରେ ବି ଭାଙ୍ଗୁଛି ଲହଡ଼ି

ଉପୁଡ଼ି ପଡ଼ିଲା ବଡ ବଡ ଗଛ, ଉଡିଗଲା ଟିଣ ଛପର

352

କନକ ବ୍ୟୁରୋ : ବାତ୍ୟା ଯୋଗୁଁ ଉପକୂଳ ଓ ଉତର ଓଡିଶାରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଅନେକ ଅଂଚଳ ଜଳବନ୍ଦୀ ହୋଇ ରହିଛି । ଯଦିଓ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ସେମାନଙ୍କ ଘରଦ୍ୱାର ପାଣି ଘେରରେ ରହିଛି । ଆଉ ଏ ହେଉଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳର । ଏଠାରେ ସହର ଭିତରେ ପାଣି ଜମି ରହିଛି । ରାସ୍ତା ଉପରେ ୪ ଫୁଟର ବର୍ଷା ଜଳ ପ୍ରବାହିତ ହେଉଛି । ପରିସ୍ଥିତି ଏମିତି ହୋଇଛି ଯେ, ଗାଁ, ସହର, ସମୁଦ୍ର ଓ ନଦୀ ଏକାକାର ହୋଇଯାଇଛି । ଚାରିଆଡେ ପାଣି ଭର୍ତି ହୋଇ ରହିଛି ।

ସେପଟେ, ବାରିପଦା ସହରରେ ବାତ୍ୟା ୟାସ୍ ପ୍ରଭାବ ପଡିଛି । ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଛି । ପବନରେ ଗଛ ଗଡିକ ରାସ୍ତା ଉପରେ ଉପୁଡି ପଡିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଗଛ କାଟି ରାସ୍ତା ସଫା କରିବା କାମ ଜାରି ରହିଛି । ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗ ଟିମ୍ ରାସ୍ତା ସଫା କାମରେ ଲାଗିଛନ୍ତି । ତେବେ ଆଗାମୀ କିଛି ଘଂଟା ମଧ୍ୟ ମୟୂରଭଂଜ ଜିଲ୍ଲା ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ମୟୂରଭଂଜ ଏବଂ ବାରିପଦା ସହର ଉପର ଦେଇ ବାତ୍ୟା ଝାଡଖଣ୍ଡ ଜାମସେଦପୁର ଯିବାର ସମ୍ଭାବନା ରହିଛି ।