କନକ ବ୍ୟୁରୋ: ଶନିବାର ସକାଳୁ ସକାଳୁ ରାହୁଲ ଗାନ୍ଧି ପହଞ୍ଚି ଯାଇଥିଲେ ହରିଆଣା ସୋନେପଥର ଏକ ଗାଁରେ । କଂଗ୍ରେସ ନେତାଙ୍କୁ ଦେଖି ସେଠାରେ ଥିବା ଚାଷୀ ମାନେ ଯେତିକି ଖୁସି ହୋଇଥିଲେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ । ଗାଡିରୁ ଓହ୍ଲାଇ ଚାଷ ଜମିକୁ ପହଁଚିବାପରେ ସେଠାରେ ଥିବା ଚାଷୀ ଭାଇଙ୍କ ସହ କଥାବାର୍ତା କରିବା ସହ ସେମାନଙ୍କ ହାଲଚାଲ ପଚାରିବୁଝିଥିଲେ ରାହୁଲ ।

Advertisment
  • ଚାଷୀଙ୍କ ଗହଣରେ ରାହୁଲ ଗାନ୍ଧୀ
  • ବିଲରେ ତଳି ରୋଇଲେ, ଟ୍ରାକ୍ଟର ଚଳାଇଲେ

ଖାଲି ସେତିକି ନୁହେଁ, କଂଗ୍ରେସ ନେତା ଚାଷୀଙ୍କ ସହ ମିଶି ଧାନ କ୍ଷେତରେ ତଳି ରୋଇଥିଲେ । ଚାଷୀ ସହ ଏକାଠି ବସି ପାଣି ଭିତରେ ଟ୍ରାକ୍ଟର ଚଳାଇଥିଲେ ରାହୁଲ ଗାନ୍ଧୀ । ଅନ୍ୟପଟେ ନେତାଙ୍କୁ ପାଖରେ ଦେଖିବାକୁ ଆଖପାଖରୁ ଧାଇଁଆସିଥିଲେ ଅନେକ ଲୋକ । ଏଥିସହ ପ୍ରଶଂସକଙ୍କ ଅନୁରୋଧ ରକ୍ଷା କରି ଚାଷୀ ଓ ଚାଷୀ ପରିବାରଙ୍କ ସହ ଫଟୋ ଉଠାଥିଲେ ରାହୁଲ ।

ଦିଲ୍ଲୀରୁ ସିମଲା ଯାଉଥିବା ସମୟରେ ହଠାତ ସୋନିପଥରେ ଅଟକି ଚାଷୀଙ୍କ ସହ ମିଶିଛନ୍ତି ରାହୁଲ ଗାନ୍ଧୀ । ସେ ଗାଁର ଚାଷୀ ଓ ମହିଳାଙ୍କ ସହ ମିଶିିଥିଲେ, ଆଉ ସେମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ବି କରିଥିଲେ । ସକାଳେ ବର୍ଷା ଯୋଗୁଁ ଜମିରେ ପାଣି ଜମିଯାଇଥିଲା । ତାସତ୍ୱେ ଜମି ଭିତରେ ପଶି ସେ ଚାଷୀଙ୍କ ସହ ମିଶିଥିଲେ । ଜମିରେ କାମ କରିବାବେଳେ ଭିଡିଓ ସୁଟ୍ ବି କରିଥିଲେ ।

  • ଟ୍ରକରେ ଦିଲ୍ଲୀରୁ ଚଣ୍ଡୀଗଡ
  • ଦିଲ୍ଲୀ ବଜାରରେ ରାହୁଲ
  • ଆମେରିକାରେ ଟ୍ରକ ଯାତ୍ରା

ବଦଳୁଛି ରାହୁଲଙ୍କ କାମ କରିବାର ଶୈଳୀ । ସାଧାରଣ ଲୋକଙ୍କ ସହ ସମ୍ପର୍କ ଯୋଡିବାକୁ ଜୋରଦାର ପ୍ରୟାସ ଚଳାଇଛନ୍ତି କଂଗ୍ରେସର ଏହି ପୂର୍ବତନ ସଭାପତି । ଆଉ ବିଲରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା ଓ ଧାନ ତଳି ରୋଇବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ସୂଚନାଯୋଗ୍ୟ ଯେ, ହରିୟଣାରେ ଖୁବଶୀଘ୍ର ବିଧାନସଭା ନିର୍ବାଚନ ହେବାର ଅଛି । ଆଉ ଏହି ସମୟରେ ରାହୁଲଙ୍କ ଏହି ଅନ୍ଦାଜ କଂଗ୍ରେସକୁ ଫାଇଦା ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।