ବନ୍ୟା ପାଣିରେ ମାଛଧରା : ଅନୁଗୁଳରେ ରୋଚକ ଦୃଶ୍ୟ

ବନ୍ୟା ପାଣି କମିଯିବା ପରେ ଜାଲ ଓ ମଶାରୀ ପକାଇ ମାଛ ଧରୁଛନ୍ତି ଶହ ଶହ ଲୋକ

162

କନକ ବ୍ୟୁରୋ: ଅନୁଗୁଳ ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ଡେରେଜାଙ୍ଗ ଜଳଭଣ୍ଡାରର ଗେଟ୍ ଖୋଲାଯାଇଥିଲା । ଲିଙ୍ଗରା ନାଳରେ ପାଣି ବଢିଥିଲା । ପରବର୍ତୀ ସମୟରେ ଗେଟ୍ ବନ୍ଦ ହେବା ପରେ ଲିଙ୍ଗରା ନାଳରେ ପାଣିସ୍ତର କମିଥିଲା । ଏହାର ସୁଯୋଗ ନେଇ ଛେଳିଆପଡା ବ୍ରିଜ ନିକଟରେ ଶତାଧିକ ଲୋକ ମାଛ ମାରିବା ଦେଖାଦେଇଛି । ଛୋଟ ପିଲାଠାରୁ ଆରମ୍ଭ କରି ମହିଳାମାନେ ମଧ୍ୟ ମାଛ ମାରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ।

ସେପଟେ, ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ଥିତି ଲାଗି ରହିଛି । ଅନୁଗୁଳ ମହିଧରପୁର ରାସ୍ତାରେ ୨ଫୁଟ ଉଚ୍ଚର ବର୍ଷା ପାଣି ପ୍ରବାହିତ ହେଉଛି । ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ତେଣୁ ରାସ୍ତାରେ ସାବଧାନର ସହ ଗାଡ଼ି ଚଳାଇବା ପାଇଁ ଲୋକଙ୍କୁ ସତର୍କ କରାଯାଇଛି । ଏପରିକି ଏକର ଏକର ଚାଷ ଜମିରେ ପାଣି ଜମି ରହିଛି । ଫଳରେ ଚାଷବାସରେ ବ୍ୟାପକ କ୍ଷୟକ୍ଷତି ହେବାର ସମ୍ଭାବନା ରହିଛି ।