ରିଲ୍ସ କରୁଥିବା ଯୁବକ ସାବଧାନ। ଆତଙ୍କିତ କରିବା ଭଳି ରିଲ୍ସ କରୁଥିବା ଯୁବକଙ୍କକୁ ବାନ୍ଧିବ କମିଶନରେଟ ପୋଲିସ

2,250

କନକ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ‘ରାଜା ଗୁଣ୍ଡାର ରାଜ’ । ଲୋମ ଟାଙ୍କୁରା ରିଲ୍ସକୁ ଦେଖି ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏହି ରିଲ୍ସରେ ରହିଛି ଛାତି ଥରାଇ ଦେଲା ଭଳି ଦୃଶ୍ୟ । କିଏ କାହାକୁ ହାଣି ପକାଉଛି ତ ଆଉ କିଏ କାହାକୁ ଗୁଳି ମାରି ଦେଉଛି । କିଛି ଦିନ ହେଲା ସୋସିଆଲ ମିଡିଆରେ ରାଜା ଗୁଣ୍ଡା ନାଁରେ ରାଜ୍ କରୁଥିବା ଯୁବକମାନଙ୍କ ରିଲ୍ସ ଦେଖିଲେ ଯେ କେହି ମଧ୍ୟ ଭୟ କରିଯିବ । ଆଉ ଜଣେ ଯୁବକ ଛାତିରେ ବିକୃତ ଚିତ୍ର ବିଚିତ୍ର କରି ରିଲ୍ସ କରିଛନ୍ତି । ଛାତିରେ ଖପୁରୀ ଓ ସାପର ଚିହ୍ନ । ଦେହସାରା ବନ୍ଧୁକ ଓ ଛୁରୀର ଟାଟୁ ସହ ବେକରେ ଚିପା ଚେନ୍ । ନୃଶଂସ ଭଳି ବ୍ୟବହାର କରୁଥିବା ଯୁବକମାନେ ରାଜରାସ୍ତାରେ ର୍ୟାପ୍ କରିବା ଆଳରେ ଅଶ୍ଳୀଳ ଇଙ୍ଗିତ ଆଳରେ କରୁଥିବା

ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ପୂର୍ବରୁ ରକ୍ତ ଚରିତ୍ର ଗ୍ୟାଙ୍ଗ ରିଲ୍ସ କରି ଝାରପଡା ଜେଲରେ ଦିନ କାଟିଥିଲେ । ଏବେ ମଧ୍ୟ ଲୋକଙ୍କୁ ଭୟଭୀତ କଲାଭଳି ରିଲ୍ସ ତିଆରି କଲେ କି ପ୍ରୋଫାଇଲରେ ଥିବା ପୁରୁଣା ଭିଡ଼ିଓ ଡିଲିଟ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ତାଗିଦ କରିଛନ୍ତି ଡିସିପି ।