ବରଗଡର ବିସ୍ମୟ କୁନି କଳାକାରଙ୍କୁ ନେଇ ଚର୍ଚ୍ଚା : ୪ ବର୍ଷ ବୟସରେ ମୃଦଙ୍ଗ ବଜାଇ ସାଉଁଟୁଛନ୍ତି ପ୍ରଶଂସା

214

କନକ ବ୍ୟୁରୋ : ବରଗଡ଼ର କୁନି କଳାକାର । ମାତ୍ର ୪ବର୍ଷ ବୟସରେ ମୃଦଙ୍ଗ ବଜାଇ ଚର୍ଚ୍ଚା ସାଉଁଟିଛନ୍ତି ଏହି ବିସ୍ମୟ ବାଳକ । ବରଗଡ଼ ଜିଲ୍ଲାର ଭେଡ଼େନ୍ ବ୍ଲକ ଅଏଁଳାପାଲି ଗାଁର ଲକ୍ଷ୍ମୀକାନ୍ତ ବାରିକ । ପିଲାଦିନୁ ମୃଦଙ୍ଗ ବଜାଇବା ଶିଖିବା ସହ ଚମତ୍କାର କଳା ପ୍ରଦର୍ଶନ କରୁଛନ୍ତି । ବିଭିନ୍ନ ମନ୍ତ୍ର, ଶ୍ଳେକ ଏବଂ ଢଗ ଢମାଳି ସହିତ ଅତି ସୁନ୍ଦର ଭାବେ ମୃଦଙ୍ଗ ବଜାଉଛନ୍ତି ଏହି କୁନି ବାଳକ । ତାଲାବନ୍ଦ ସମୟରେ ଘରେ ରହୁଥିବା ଲୋକଙ୍କୁ ଲକ୍ଷ୍ମିକାନ୍ତଙ୍କ ଏହି କଳା ବେଶ ଆକୃଷ୍ଟ କରିଛି ।