ଭୋଟ୍ ପାଇଁ “ନାଗିନ୍ ଡ଼୍ୟାନ୍ସ” ! ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ନେତା ଲଗାଇଲେ ଠୁମକା । ଦେଖନ୍ତୁ ଭିଡ଼ିଓ

105

ଚଳିତ ନିର୍ବାଚନୀ ଘଡ଼ିରେ ସମସ୍ତ ରାଜନୈତିକ ବ୍ୟକ୍ତିବିଶେଷଙ୍କ ଉପରେ ନିର୍ବାଚନୀ ରେଜଲ୍ଟକୁ ନେଇ ଟେନସନ୍ ବଢିଯାଇଛି । କିଏ କେଉଁ ଉପାୟରେ ଭୋଟରଙ୍କ ୁ ଆକୃଷ୍ଟ କରି ବିଜୟ ହାସଲ କରିବା ପାଇଁ ଚାହୁଁଛନ୍ତି । କିଏ ଟଙ୍କା,ଖାଦ୍ୟପେୟ ଦେଇ ତ ଆଉ କିଏ ଭୋଟରଙ୍କ ପାଦ ଧରିବାକୁ ମଧ୍ୟ ପଛାଉ ନାହାଁନ୍ତି । ତେବେ ଏଭଳି ସମୟରେ ଜଣେ ମନ୍ତ୍ରୀଙ୍କ ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

କର୍ଣ୍ଣାଟକର ଆବାସ ମନ୍ତ୍ରୀ ଏମଟିବି ନାଗରାଜ୍ ଚଳିତ ନିର୍ବାଚନରେ ଭୋଟ୍ ପାଇବା ପାଇଁ ଏବଂ ମତଦାତାଙ୍କୁ ଖୁସି କରିବା ପାଇଁ ନାଗିନ୍ ଡ୍ୟାନ୍ସ କରୁଛନ୍ତି । ନାଗରାଜ୍ ଚିକ୍କବଲ୍ଲାପୁର ଲୋକସଭା କ୍ଷେତ୍ରରୁ ପ୍ରଚାର ପାଇଁ ଯାଇଥିଲେ । ଏଠାରେ ବରିଷ୍ଠ କଂଗ୍ରେସ ନେତା ଏମ୍.ବିରପ୍ପା ମୋଇଲୀ ନିର୍ବାଚନ ଲଢୁଛନ୍ତି । ନାଗରାଜ୍ ଚିକ୍କବଲ୍ଲାପୁରରେ ଆସୁଥିବା ହୋସକୋଟେ ବିଧାନସଭା କ୍ଷେତ୍ରରେ ବିଧାୟକ ଅଛନ୍ତି । ଯାହାକୁ ଏଡିଆର ଦେଶର ସବୁଠାରୁ ଧନୀ ବିଧାୟକ କହିଛି । ତାଙ୍କ ପାଖରେ ୧୦୧୫ କୋଟି ଟଙ୍କାର ସଂପତ୍ତି ରହିଛି । କଟ୍ଟିଗେନହଲୀ ଗାଁରେ ୧୯୫୪ ର ସିନେମା ନାଗିନ୍ ର ଗୀତରେ ଏହି ୬୭ ବର୍ଷୀୟ ବିଧାୟକ ନାଗରାଜ୍ ୧୦ ମିନିଟ୍ ଧରି ଡ୍ୟାନ୍ସ କରିବାର ନଜର ଆସିଥିଲେ ।