କନକ ବ୍ୟୁରୋ : ଚୋର ଯେତେ ଚାଲାକ୍ ହେଲେ ବି ପୋଲିସ ସବୁବେଳେ ଦୁଇପାଦ ଆଗରେ ଥାଏ । ସେହିଭଳି ଏକ ଘଟଣା ଘଟିଛି ବାରଣାସୀ ବିମାନବନ୍ଦରରେ । ଅତି ଚତୁରତାର ସହ ୪୫ ଲକ୍ଷ ଟଙ୍କାର ସୁନା ଚାଲାଣ ହେଉଥିବା ବେଳେ ଜବତ କରିଛି କଷ୍ଟମ ଅଧିକାରୀ ।
ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ୟୁଏଇରୁ ଫେରିଥିବା ଦୁଇ ଯାତ୍ରୀଙ୍କ ନିକଟରୁ ୪୫ଲକ୍ଷ ଟଙ୍କାର ସୁନା ଜବତ ହୋଇଛି । ଏହି ଦୁଇ ଯାତ୍ରୀ ଏପରି ଭାବରେ ସୁନାକୁ ନେଇଯାଉଥିଲେ, ତାହା ଦେଖିଲେ ଯେକେହିବି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ଚନ୍ଦାପଣରୁ ମୁକ୍ତି ପାଇଁ ଯେଉଁ 'ୱିଗ୍' ବା ନକଲି ଚୁଟିର ବ୍ୟବହାର କରାଯାଏ । ସେହି 'ୱିଗ୍' ତଳେ ସୁନା ରଖି ଚାଲାଣ କରୁଥିଲେ ୟୁଏଇରୁ ଫେରିଥିବା ଦୁଇ ଯାତ୍ରୀ ।
शारजाह से wig में छिपाकर लाया 32 लाख का सोना,वनारस एयरपोर्ट पर कस्टम विभाग ने निकाली विग ,सोना बरामद आरोपी गिरफ्तार pic.twitter.com/v4FcPqHYGh
— Mukesh singh sengar मुकेश सिंह सेंगर (@mukeshmukeshs) February 20, 2022
କଷ୍ଟମ ଅଧିକାରୀଙ୍କ କହିବା ଅନୁସାରେ 'ୱିଗ୍' ତଳେ ଏକ ଥଳିରେ ୬୪୬ଗ୍ରାମର ସୁନା ଥିଲା । ଯାହାର ମୂଲ୍ୟ ୩୨.୯୭ ଲକ୍ଷ ଟଙ୍କା ହେବ । ସେହି ସମାନ ବିମାନରେ ଆଉ ଜଣେ ବ୍ୟକ୍ତିଙ୍କୁ ମଧ୍ୟ କଷ୍ଟମ ବିଭାଗ ଗିରଫ କରିଛି । ଯାହା ପାଖରୁ ୨୩୮.୨ଗ୍ରାମର ସୁନା ଜବତ ହୋଇଛି । ଏହାର ମୂଲ୍ୟ ୧୨.୧୪ ଲକ୍ଷ ବୋଲି ଅନୁମାନ କରାଯାଇଛି । ଗତ କିଛି ଦିନ ତଳେ ବିମାନବନ୍ଦରରୁ ଆଉ ୨ ସୁନା ତସ୍କରଙ୍କୁ ଗିରଫ କରାଯାଇଥିଲା । ଜଣେ ସିଗାରେଟରେ ସୁନା ତସ୍କରି କରୁଥିବା ବେଳେ ଅନ୍ୟ ଜଣେ ସୁନାର ପେଷ୍ଟ ନେଇ ଯାଉଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/33-19.jpg)