କନକ ବ୍ୟୁରୋ: ପରିବେଶ ସୁରକ୍ଷା ଓ ବର୍ଜ୍ୟବସ୍ତୁ ପରିଚାଳନା କରି ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବାପାଇଁ ପାରଳାଖେମୁଣ୍ଡି ପୌରପାଳିକା ତିନୋଟି ପ୍ଲାଣ୍ଟ ନିର୍ମାଣ କରାଯାଇଥିଲା । ସେଥିମଧ୍ୟରୁ ସମସ୍ତ ତିନୋଟି ଯାକ ପ୍ଲାଣ୍ଟ କାର୍ଯ୍ୟକାରୀ କରିବା ପାଇଁ ଉଦଘାଟନ ମଧ୍ୟ ସରିଲା ହେଲେ କେବଳ ଗୋଟିଏ ପ୍ଲାଣ୍ଟ ଚାଲିଥିବା ବେଳେ ଆଉ ଦୁଇଟି ଠିକାଦାର ମାନଙ୍କ ଗୋଦାମ ଗୃହ ଓ କିଛି ଅସମାଜିକ ବ୍ୟକ୍ତିଙ୍କ ଆଡ଼ାସ୍ଥଳୀ ପାଲଟିଛି । ତେବେ ପୌରପାଳିକା ବୈଦ୍ୟୁତିକ କାରଣ ହୋଇନଥିବା ନାଁରେ ଦିନ ପରେ ଦିନ ଗଡେଇ ଚଳିଛି ।

Advertisment

ଗଜପତି ପାରଳାଖେମୁଣ୍ଡିରେ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୨୦୧୯-୨୦ ଆର୍ଥିକ ବର୍ଷରେ ଦୁଇ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟରେ ୩ଟି ୱେଷ୍ଟ ମ୍ୟାନେଜମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯାଇଥିଲା। କିନ୍ତୁ ସେଥିରୁ ଗୋଟିଏ ପ୍ଲାଣ୍ଟ କାର୍ଯ୍ୟକାରୀ ହୋଇଥିବା ବେଳେ ଅନ୍ୟ ଦୁଇଟି ପ୍ଲାଣ୍ଟ ଠିକାଦାରମାନଙ୍କ ଗୋଦାମ ଗୃହ ଭାବରେ ବ୍ୟବହାର ହେଉଛି ଆଉ କିଛି ଅସାମାଜିକ ବ୍ୟକ୍ତିଙ୍କ ଆଡାସ୍ଥଳୀ ପାଲଟିଛି । ପ୍ଲାଣ୍ଟ ଭିତରେ ଯୁଆଡେ ଦେଖିବେ ମଦ ବୋତଲ ଓ ଠିକାଦାର ମାନଙ୍କ ଜିନିଷପତ୍ର ଏଣେତେଣେ ପଡିଛି । ଲୋକେ ଅଭିଯୋଗ କରିଛନ୍ତି ପାରଳାଖେମୁଣ୍ଡି ସହରର ପରିମଳ ବ୍ୟବସ୍ଥାକୁ ସୁଧାରି, ସହର ସ୍ଵଛତା ରକ୍ଷା କରିବା ପାଇଁ ଲୋକଙ୍କ ଠାରୁ ୟୁଜର୍ସ ଫି ଆଦାୟ କରାଯାଉଛି । କିନ୍ତୁ ବର୍ଜ୍ୟବସ୍ତୁ ପରିଚାଳନା ପ୍ଲାଣ୍ଟକୁ କାର୍ୟ୍ୟକ୍ଷମ କରାଯାଉନାହିଁ ।

ସେପଟେ ପୌରପରିଷଦ କର୍ତ୍ତୃପକ୍ଷ କହୁଛନ୍ତି, ବିଦ୍ୟୁତ ସଂଯୋଗୀକରଣ କାମ ସାରିନଥିବାରୁ କାର୍ଯ୍ୟକ୍ଷମ ହୋଇପାରିନାହିଁ ପ୍ଲାଣ୍ଟ । ଯଥାଶୀଘ୍ର ଅନ୍ୟ ଦୁଇଟି ପ୍ଲାଣ୍ଟକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ପାରଳା ପୈାର ନିର୍ବାହୀ ଅଧିକାରୀ। ଅଧିକାରୀ ବିଜୁଳି ସଂଯୋଗ ନଥିବା କଥା କହୁଥିବା ବେଳେ ଘଟଣାସ୍ଥଳର ଦୃଶ୍ୟ ଭିନ୍ନ କଥା କହୁଛି । ପ୍ରକଳ୍ପ ପରିସର ବିଦ୍ୟୁତ ସଂଯୋଗୀକରଣ ସରିଛି ଆଉ ବିଦ୍ୟୁତ୍ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି ।