ମଝି ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଲା ଝଟକା । ପୂରା ସିଜିନରୁ ବାଦ୍ ପଡିଲେ ୮.୭୫ କୋଟି ଟଙ୍କାର ଖେଳାଳୀ ।

ମଝି ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦକୁ ଲାଗିଲା ଝଟକା । ପୂରା ସିଜିନରୁ ବାଦ୍ ପଡିଲେ ୮.୭୫ କୋଟି ଟଙ୍କାର ଖେଳାଳୀ ।

କନକ ବ୍ୟୁରୋ : ଆଇପିଏଲ ଅଧାରୁ ସନରାଇଜର୍ସ ହାଇଦ୍ରାବାଦକୁ ବଡ ଝଟକା । ପୂରା ଆଇପିଏଲ ସିଜିନରୁ ବାଦ୍ ପଡିଲେ ୮.୭୫ କୋଟି ଟଙ୍କାରେ ହାଇଦ୍ରାବାଦ ସହ ଯୋଡି ହୋଇଥିବା ଷ୍ଟାର ଅଲରାଉଣ୍ଡର ୱାସିଂଟନ ସୁନ୍ଦର । କହୁଣୀରେ ଆଘାତ କାରଣରୁ ପୂରା ସିଜିନରୁ ବାଦ୍ ପଡିଛନ୍ତି ୱାସିଂଟନ । ଏନେଇ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ୱାସିଂଟନ ସୁନ୍ଦର ଚଳିତ ଆଇପିଏଲରେ ହାଇଦ୍ରାବାଦ ପାଇଁ ୭ଟି ମ୍ୟାଚ୍ ଖେଳିଛନ୍ତି । ତେବେ ତାଙ୍କର ପ୍ରଦର୍ଶନ ସେତେଟା ପ୍ରଭାବୀ ନଥିଲା । ଏହି ୭ ମ୍ୟାଚରୁ ୩ଟି ୱିକେଟ ନେବା ସହ ୬୦ ରନ ସ୍କୋର କରିଛନ୍ତି ୱାସିଂଟନ୍ । ହାଇଦ୍ରାବାଦ ଏବେ ପଏଣ୍ଟ ଟେବୁଲର ୯ମ ସ୍ଥାନରେ ରହିଛି । ଲଗାତାର ୩ଟି ଆଇପିଏଲ ସିଜିନରେ ବାରମ୍ବାର ଆହତ ହେଉଛନ୍ତି ୱାସିଂଟନ । ଯାହା କେବଳ ଫ୍ରାଞ୍ଚାଇକୁ ସମସ୍ୟାରେ ପକାଇନି ବରଂ ୱାସିଂଟନଙ୍କର ନିଜସ୍ୱ କ୍ଷତି ମଧ୍ୟ ହେଉଛି । ବାରମ୍ବାର ଆହତ କାରଣରୁ ଭାରତୀୟ ଦଳକୁ କମବ୍ୟାକ୍ କରିପାରୁନାହାନ୍ତି ୱାସିଂଟନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe