ପାକିସ୍ତାନର ଦୋମୁହିଁ ନୀତି ଉପରେ ଆମେରିକାର ପ୍ରହାର : ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହାଫିଜ ସୟିଦର ରାଜନୈତିକ ଦଳକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କଲା ୱାଂଶିଟନ୍

Advertisment
ପାକିସ୍ତାନର ଦୋମୁହିଁ ନୀତି ଉପରେ ଆମେରିକାର ପ୍ରହାର : ଦୁର୍ଦ୍ଦାନ୍ତ ଆତଙ୍କବାଦୀ ହାଫିଜ ସୟିଦର ରାଜନୈତିକ ଦଳକୁ ଆତଙ୍କବାଦୀ ସଙ୍ଗଠନ ଘୋଷଣା କଲା ୱାଂଶିଟନ୍

source : The Indian Express

କନକ ବ୍ୟୁରୋ : ପାକିସ୍ତାନର ଦୋମୁହାଁ ନୀତିକୁ ଆଜି ଜବରଦସ୍ତ ଝଟକା ଲାଗିଛି । ଦୁର୍ଦ୍ଦଷ ଆତଙ୍କବାଦୀ ହାଫିଜ ସୟିଦର ରାଜନୈତିକ ଦଳ ମିଲି ମୁସଲିମ ଲିଗ, ଏମଏମଏଲକୁ ଆତଙ୍କାବଦୀ ସଙ୍ଗଠନ ଭାବେ ଘୋଷଣା କରିଛି ଆମେରିକା । ଆମେରିକା ତହରିକ୍-ଏ-ଆଜାଦୀ-ଏ-କଶ୍ମୀର, ଟିଏଜେକେକୁ ବି ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କରିଛି । ଏହି ସଙ୍ଗଠନକୁ ଲସ୍କରର ଏକ ଶାଖା ବୋଲି କୁହାଯାଉଛି ।

publive-image

ଦୁଇଦିନ ତଳେ ପାକିସ୍ତାନର ନିର୍ବାଚନ କମିଶନ ଏମଏମଏଲକୁ ରାଜନୈତିକ ଦଳର ମାନ୍ୟତା ଦେବା ଲାଗି ଗୃହ ମନ୍ତ୍ରଣାଳୟର ପ୍ରମାଣପତ୍ର ଆଣିବାକୁ କହିଥିଲେ । ଏହାର ଗୋଟିଏ ଦିନ ପରେ ଆମେରିକା ଏହି ପଦକ୍ଷେପ ନେଇଛି । ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏମଏମଏଲ ଓ ଟିଏଜେକେ ଲସ୍କରର ଏକ ଅଂଶ ଓ ପ୍ରତିବନ୍ଧକରୁ ନଜର ହଟାଇବା ଲାଗି ଏହି ପଦକ୍ଷେପ ନିଆଯାଇଛି । ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ହାଫିଜ ସୟିଦ । ଦୀର୍ଘଦିନ ହେଲା ପାକିସ୍ତାନ ହାଫିଜକୁ ଶରଣ ଦେଇ ଆସୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe