କନକ ବ୍ୟୁରୋ : ପାକିସ୍ତାନର ଦୋମୁହାଁ ନୀତିକୁ ଆଜି ଜବରଦସ୍ତ ଝଟକା ଲାଗିଛି । ଦୁର୍ଦ୍ଦଷ ଆତଙ୍କବାଦୀ ହାଫିଜ ସୟିଦର ରାଜନୈତିକ ଦଳ ମିଲି ମୁସଲିମ ଲିଗ, ଏମଏମଏଲକୁ ଆତଙ୍କାବଦୀ ସଙ୍ଗଠନ ଭାବେ ଘୋଷଣା କରିଛି ଆମେରିକା । ଆମେରିକା ତହରିକ୍-ଏ-ଆଜାଦୀ-ଏ-କଶ୍ମୀର, ଟିଏଜେକେକୁ ବି ଆତଙ୍କବାଦୀ ସଙ୍ଗଠନ ଭାବେ ଘୋଷଣା କରିଛି । ଏହି ସଙ୍ଗଠନକୁ ଲସ୍କରର ଏକ ଶାଖା ବୋଲି କୁହାଯାଉଛି ।
ଦୁଇଦିନ ତଳେ ପାକିସ୍ତାନର ନିର୍ବାଚନ କମିଶନ ଏମଏମଏଲକୁ ରାଜନୈତିକ ଦଳର ମାନ୍ୟତା ଦେବା ଲାଗି ଗୃହ ମନ୍ତ୍ରଣାଳୟର ପ୍ରମାଣପତ୍ର ଆଣିବାକୁ କହିଥିଲେ । ଏହାର ଗୋଟିଏ ଦିନ ପରେ ଆମେରିକା ଏହି ପଦକ୍ଷେପ ନେଇଛି । ଆମେରିକା ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏମଏମଏଲ ଓ ଟିଏଜେକେ ଲସ୍କରର ଏକ ଅଂଶ ଓ ପ୍ରତିବନ୍ଧକରୁ ନଜର ହଟାଇବା ଲାଗି ଏହି ପଦକ୍ଷେପ ନିଆଯାଇଛି । ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ହାଫିଜ ସୟିଦ । ଦୀର୍ଘଦିନ ହେଲା ପାକିସ୍ତାନ ହାଫିଜକୁ ଶରଣ ଦେଇ ଆସୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/hafiz-saeed.jpg)
/kanak/media/post_attachments/wp-content/uploads/2018/04/pakistan-unrest-saeed_89d161ac-22da-11e8-925c-925443ac9dfa-300x169.jpg)