କନକ ବ୍ୟୁରୋ : ଶିୟା ସେଣ୍ଟ୍ରାଲ ବୋର୍ଡର ପୂର୍ବତନ ଚେୟାରମ୍ୟାନ ୱାସୀମ ରିଜବି ସନାତନ ଧର୍ମ ଗ୍ରହଣ କରିଛନ୍ତି । କେବଳ ସନାତନ ଧର୍ମ ଗ୍ରହଣ କରିନାହାଁନ୍ତି , ସେ ତାଙ୍କର ନାମ ବଦଳାଇ ଜିତେନ୍ଦ୍ର ନାରାୟଣ ସିଂ ତ୍ୟାଗି ରଖିଛନ୍ତି । କହିରଖୁ କି ୱାସୀମ ରିଜବି ସବୁବେଳେ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ଥାନ୍ତି । କିଛିଦିନ ହେବ ସେ ଏମିତି ବୟାନ ଦେଉଛନ୍ତି ଯାହାକି ଇସଲାମ ଓ ମୁସଲିମ ବିରୋଧୀ ବୋଲି କୁହାଯାଉଛି । ଏହାସହ ମୁସଲିମ ସମାଜ ପକ୍ଷରୁ ରିଜବିଙ୍କ ବିରୋଧରେ ବାରମ୍ବାର ପ୍ରତିବାଦ କରାଯାଉଥିଲା ।
ଏହାରି ମଧ୍ୟରେ ରିଜବି ଇସଲାମ ଧର୍ମର ସୁଧାର ପାଇଁ ଦାବି କରିଥିଲେ । ସେ କୁରାନରେ ଥିବା ୨୬ ତମ ଆୟତକୁ ହଟାଇବାକୁ ସୁପ୍ରିମ କୋର୍ଟରେ ମାମଲା ଦାୟର ବି କରିଥିଲେ । ଅଯୋଦ୍ଧା ବିବାଦ ବେଳେ ବି ରିଜବି ସମସ୍ତ ଜମି ମନ୍ଦିର ପାଇଁ ଦାନ କରିଦେବାକୁ ଶିୟା ୱାକଫ ବୋର୍ଡକୁ ଅନୁରୋଧ କରିଥିଲେ । ସେ କହିଥିଲେ କି ମୂଳତଃ ବିବାଦିତ ଜମି ଉପରେ ଶିୟା ସଂପ୍ରଦାୟର ଦଖଲ ଥିଲା ।
ଅନ୍ୟପଟେ ଏବେ ତାଙ୍କର ଲିଖିତ ପୁସ୍ତକ ‘ମହମ୍ମଦ’ କୁ ନେଇ ସେ ବେସ ବିବାଦ ଭିତରେ ଛନ୍ଦି ହୋଇଯାଇଥିଲେ । ରିଜବୀ ହଳଦିଆ ରଙ୍ଗକୁ ଇସଲାମର ପ୍ରତୀକ ଓ ପତାକା ଭାବେ ମାନିବାକୁ ସୁପ୍ରିମ କୋର୍ଟରେ ଲଢିଥିଲେ । ଏହି ତମାମ ବିବାଦ ଭିତରେ ଶେଷରେ ସେ ଆଜି ଇସଲାମ ଛାଡି ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଅଖିଳ ଭାରତ ହିନ୍ଦୁ ମହାସଭାର ରାଷ୍ଟ୍ରୀୟ ଅଧ୍ୟକ୍ଷ ସ୍ୱାମୀ ଚକ୍ରପାଣୀ ମହାରାଜ ରିଜବିଙ୍କ ହିନ୍ଦୁଧର୍ମ ଗ୍ରହଣକୁ ସ୍ୱାଗତ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/12/29-5.jpg)