୩୧ ବର୍ଷ ତଳର ମାମଲାରେ ଶ୍ରମିକ ନେତା ମାୟାଧର ନାୟକ ଓ ତାଙ୍କ ସହଯୋଗୀଙ୍କୁ ୱାରେଣ୍ଟ । କୋର୍ଟରେ ଆତ୍ମସମର୍ପଣ ପରେ ମିଳିଲା ଜାମିନ

196

କନକ ବ୍ୟୁରୋ: ୩୧ ବର୍ଷ ତଳର ମାମଲାରେ ଶ୍ରମିକ ନେତା ମାୟାଧର ନାୟକ ଓ ତାଙ୍କ ସହଯୋଗୀଙ୍କୁ ୱାରେଣ୍ଟ ଖବର ଚର୍ଚ୍ଚାରେ ରହିଛି । ତେବେ କୋର୍ଟରେ ଆତ୍ମ ସମର୍ପଣ ପରେ ତାଙ୍କୁ ଜାମିନ ମିଳିଛି । ୧୯୯୨ ମସିହାରେ ସୁକିନ୍ଦାର ଏକ ନିର୍ବାଚନୀ ହିଂସା ମାମଲାରେ ଅଭିଯୁକ୍ତ ଥିଲେ ମାୟାଧର । ତେଣୁ ପ୍ରଶ୍ନ ଉଠୁଛି, ଏତେ ବର୍ଷ ପରେ ୱାରେଣ୍ଟ ଆସିଲେ କେବେ ସରିବ ମାମଲା?

  • ୩୧ ବର୍ଷ ତଳର ମାମଲାରେ ୱାରେଣ୍ଟ
  • କୋର୍ଟରେ ଆତ୍ମସମର୍ପଣ ପରେ ମିଳିଲା ଜାମିନ

ନ୍ୟାୟିକ ପ୍ରକ୍ରିୟାରୁ କେହି ବି ଉଦ୍ଧ୍ୱର୍ରେ ନୁହନ୍ତି । ତିରିଶ ବର୍ଷ ପରେ ବି ମାମଲାର ରାୟ ଆସିପାରେ । ଏବେ ଏଭଳି ଏକ ମାମଲାରେ ୱାରେଣ୍ଟ ଜାରି ହେବା ପରେ ଚର୍ଚ୍ଚାକୁ ଆସିଛନ୍ତି ସୁକିନ୍ଦାର ଶ୍ରମିକ ନେତା ମାୟାଧର ନାୟକ । ୧୯୯୨ ମସିହାରେ ସୁକିନ୍ଦାର ଏକ ନିର୍ବାଚନୀ ହିଂସା ମାମଲାରେ ମାୟାଧରଙ୍କ ନାଁରେ ୱାରେଣ୍ଟ ଜାରି ହୋଇଥିଲା । ନାୟକ ଓ ତାଙ୍କ ସହଯୋଗୀ ଗତ ୯ ତାରିଖରେ ସୁକିନ୍ଦା କୋର୍ଟରେ ଆତ୍ମସମର୍ପଣ କରିବା ପରେ ଜାମିନରେ ଖଲାସ ହୋଇଛନ୍ତି ।

  • ବୁଥ ଜବରଦଖଲକୁ ନେଇ ହୋଇଥିଲା ଗଣ୍ଡଗୋଳ
  • ମାୟାଧରଙ୍କ ସହ ୧୬ ଜଣଙ୍କ ନାଁରେ ହୋଇଥିଲା ମାମଲା
  • ଘଟଣା ଘଟିଥିଲା ୧୯୯୨ ମସିହାରେ
  • ବିଭିନ୍ନ ପଞ୍ଚାୟତରେ ଏସିୟୁସିଆଇ ପକ୍ଷରୁ ପ୍ରାର୍ଥୀ ଦିଆଯାଇଥିଲା
  • କୁହିକା ପଞ୍ଚାୟତରେ ପୁଲିସ ଉପସ୍ଥିତିରେ ବିରୋଧୀ ଜନତା ଦଳ କର୍ମୀ ବୁଥ ଜବରଦଖଲ କରିଥିଲେ
  • ଏସୟୁସିଆଇ ବାଧା ଦେବାରୁ ଗଣ୍ଡଗୋଳ ହୋଇଥିଲା
  • ସେ ସମୟରେ ମାୟାଧର ନାୟକଙ୍କ ସହ ୧୬ ଜଣଙ୍କ ନାଁରେ ମାମଲା ରୁଜୁ
  • ବର୍ତମାନ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇସାରିଲାଣି
  • ଏବେ ୩୧ ବର୍ଷ ପରେ ମାମଲାରେ ମାୟାଧର ନାୟକଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଛି

ୱାରେଣ୍ଟ ଜାରି ହେବା ପରେ ଗତ ୯ ତାରିଖରେ ମାୟାଧର ନାୟକଙ୍କ ସମେତ ୧୫ ଜଣ ସୁକିନ୍ଦା କୋର୍ଟରେ ଆତ୍ମସମର୍ପଣ କରିଥିଲେ । ପରେ ସେମାନଙ୍କୁ ଜାମିନରେ ଖଲାସ କରାଯାଇଛି । ତେବେ ମାୟାଧାର ନାୟକ କହିଛନ୍ତି, କଳରଙ୍ଗୀ ଖଣି ଶ୍ରମିକଙ୍କ ବକେୟା ପାଉଣା ଦାବି କରିବାରୁ ଉଦ୍ଦେଶ୍ୟମୂଳକ ଭାବେ ଏଭଳି କରାଯାଇଛି ।