କନକ ବ୍ୟୁରୋ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଆଜି ହିଟ୍ୱେଭ ନେଇ ୧୩ ଜିଲ୍ଲାକୁ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଭ ବିଭାଗ । ଗ୍ରୀଷ୍ମ ପ୍ରବାହ ନେଇ ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡା. ସମ୍ବଲପୁର, ଦେଓଗଡ଼, ଅନୁଗୁଳୁ, ବୌଦ୍ଧ, ସୋନପୁର, ବଲାଙ୍ଗୀର ନୂଆପଡା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ବରଗଡ଼ ଏବଂ ବାଲେଶ୍ୱର ଜିଲ୍ଲାକୁ ହିଟୱେଭ ନେଇ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଆଗାମୀ ୩ ଦିନ ଯାଏଁ ପାଣିପାଗରେ ବିଶେଷ ପରିବର୍ତନ ହେବନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଉପକୂଳ ଓଡ଼ିଶାରେ ଏକରୁ ଦୁଇ ଡିଗ୍ରୀ ତାପମାତ୍ରା କମିବା ନେଇ ଆକଳନ କରାଯାଇଛି । ତେବେ ଆସନ୍ତା ୬ ତାରିଖ ବେଳକୁ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ଘଟିବାର ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/05/12-3.jpg)