ପାଟି ଭିତରୁ ହୃଦଘାତର ସତର୍କ ସୂଚନା । କରନ୍ତୁନି ଅଣଦେଖା ।

478

କନକ ବ୍ୟୁରୋ: ଆଜିକାର ଅତ୍ୟାଧୁନିକ ସମାଜରେ ହୃଦଘାତ ମୃତ୍ୟୁ ସଂଖ୍ୟା ବଢୁଥିବାବେଳେ ଏହାର ଲକ୍ଷଣକୁ ଅନେକ ଅବହେଳା କରନ୍ତି । ଏକ ଗବେଷଣା ମୁତାବକ, ହୃଦଘାତର ଅନେକ ଲକ୍ଷଣ ଦେଖାଯାଉଥିବାବେଳେ ପାଟି ଭିତରେ ମଧ୍ୟ ହୃଦଘାତର ଲକ୍ଷଣ ଦେଖିବାକୁ ମିଳେ । ହେଲେ ଏହାକୁ ଅନେକ ଜାଣିପାରନ୍ତି ନାହିଁ । ତେବେ ପାଟି ଭିତରେ କି ଲକ୍ଷଣ ହାର୍ଟ ଆଟାକର ପ୍ରାକ୍ ସୂଚନା ଦିଏ ଆସନ୍ତୁ ଜାଣିବା ।

ହାର୍ଟଆଟାକ୍ ପାଇଁ ଉକ୍ତ ରକ୍ତଚାପ, ହାଇ କୋଲେଷ୍ଟ୍ରଲ, ଜେନେଟିକ୍ ଡିସଅର୍ଡର, କିମ୍ବା ବଢୁଥିବା ବୟସ ମୁଖ୍ୟତଃ ଦାୟୀ । କିନ୍ତୁ ଏହା ବ୍ୟତୀତ ଅନ୍ୟ କିଛି ଲକ୍ଷଣ ମଧ୍ୟ ଅଛି ଯାହା ଆଗକୁ ହୃଦଘାତ ହେବାର ସୂଚନା ଦିଏ , ହେଲେ ଏହା ଅଧିକାଂଶତଃ କାହା ନଜରରେ ପଡେନାହିଁ । ହାଭାର୍ଡ ୟୁନିଭର୍ସିଟିର ବୈଜ୍ଞାନିକଙ୍କ ଦ୍ୱାରା କରାଯାଇଥିବା ଏକ ଗବେଷଣା ମୁତାବକ, ଦାନ୍ତର ମାଢି ଓ ଦାନ୍ତକୁ ସୁରକ୍ଷା ଦେଉଥିବା ହାଡ ସମୂହରେ ଯନ୍ତ୍ରଣା ଏବଂ ଏଥିରେ ପୂଜ ଦେବା ଏବଂ ଏହା ଯଦି ଦୀର୍ଘ ଦିନ ଲାଗି ରହେ ତେବେ ଏହା ହୃଦଘାତର ପୂର୍ବ ଲକ୍ଷଣ ହୋଇପାରେ । ଏହାକୁ କୁହାଯାଏ ପିରିଓଡେଣ୍ଟିିସ୍ ଇନଫ୍ଲେମେସନ୍ । କାରଣ ଏହାର ସିଧାସଳଖ ସମ୍ପର୍କ ଆର୍ଟିରିୟଲ ଇନଫ୍ଲେମେସନ୍ ସହ ରହିଛି । ତେଣୁ ଦାନ୍ତ ମାଢି ଓ ହାଡରେ ଦୀର୍ଘ ଦିନ ଧରି ଯନ୍ତ୍ରଣା ଲାଗି ରହିଲେ ଏହାକୁ ଆଦୌ ଅବହେଳା ନକରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଏନେଇ ବୈଜ୍ଞାନିକ ମାନେ ୩୦ ଜଣଙ୍କୁ ନେଇ ଏକ ଗବେଷଣା ଆରମ୍ଭ କରିଥିଲେ ।ଏଥିରେ ଯେଉଁ ମାନଙ୍କ ଠାରେ ଦାନ୍ତ ମାଢିରେ ଯନ୍ତ୍ରଣା ସମସ୍ୟା ଥିଲା ୪ ବର୍ଷ ପରେ ସେମାନଙ୍କର ସ୍କାନିଙ୍ଗ କରାଗଲା । ସେମାଙ୍କ ଠାରେ ହୃଦଘାତ ସମସ୍ୟା ଦେଖାଯାଇଥିଲା । କାରଣ ପିରିଓଡେଣ୍ଟାଲ ଇନଫ୍ଲେସନ୍ ହାଡ ମାଧ୍ୟମରେ ସଙ୍କେତ ଦେଉଥିବା କୋଷିକା ଗୁଡିକୁ ସକ୍ରିୟ କରାଏ ଫଳରେ ଧମନୀ ଗୁଡିକରେ ମଧ୍ୟ ଇନଫ୍ଲେସନ୍ ସମସ୍ୟା ବଢିଯାଇ ସିଧାସଳଖ ହାର୍ଟ ଉପରେ ପ୍ରଭାବ ପକାଇଥିାଏ । ଫଳରେ ହାର୍ଟ ଆଟାକ୍ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ । ତେଣୁ ପାଟି ଭିତରର ଏପରି ସମସ୍ୟାକୁ ସାମାନ୍ୟ ମନେ ନକରି ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ ।