କନକ ବ୍ୟୁରୋ : ଭୁବନେଶ୍ୱରରେ ଥିବା ମା’ ଶିଖରଚଣ୍ଡୀ ପାହାଡର ସୁରକ୍ଷାକୁ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଭେଟିଛନ୍ତି ଶିଖରଚଣ୍ଡି ଆଞ୍ଚଳିକ ସୁରକ୍ଷା ସମିତି । ଏନଜିଟିର ଏକ ସ୍ୱତନ୍ତ୍ର ଟିମ ଆସନ୍ତାକାଲି ଶିଖରଚଣ୍ଡି ପାହାଡକୁ ଆସି ସ୍ଥିତି ଅନୁଧ୍ୟାନ କରିବେ । ହେଲେ ଏହା ପୂର୍ବରୁ ଗଛ କଟାଯାଇଥିବା ଖୁଣ୍ଟକୁ ବାହାର କରି ମାଟି ପକାଉଥିବା ଅଭିଯୋଗ ହୋଇଛି ।
ଶିଖରଚଣ୍ଡି ପାହାଡରେ କୌଣସି କାର୍ଯ୍ୟ ନକରିବା ପାଇଁ ଏନଜିଟିର ନିର୍ଦ୍ଦେଶ ରହିଛି । ହେଲେ ଏନଜିଟିର ନିର୍ଦ୍ଦେଶକୁ ସମ୍ପୂର୍ଣ୍ଣ ବେଖାତିର କରି ମେସିନ ଲଗାଇ କାମ କରାଯାଉଛି । ଏ ନେଇ ଜିଲ୍ଲାପାଳଙ୍କୁ ଭେଟି ଶିଖରଚଣ୍ଡି ଆଞ୍ଚଳିକ ସୁରକ୍ଷା ସମିତି ପକ୍ଷରୁ ଏକ ଦାବିପତ୍ର ଦିଆଯାଇଛି । ଶିଖର ଚଣ୍ଡି ପାହାଡରୁ ବ୍ୟାପକ ଗଛ କଟା ଯାଇଥିବା ଥିବା ଜୈବ ବିବିଧତା ଓ ପରିବେଶ ନଷ୍ଟ ହୋଇଥିବା ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି । ସମସ୍ୟାର ସମାଧାନ ନହେଲେ ଆଗକୁ ତୀବ୍ର ଆନ୍ଦୋଳନ କରାଯିବ ବୋଲି ଶିଖରଚଣ୍ଡି ଆଞ୍ଚଳିକ ସୁରକ୍ଷା ସମିତି ଚେତାବନୀ ଦେଉଛି ।
Follow Us