ଆମେରିକା ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ବଦଳୁଥିବା ନେଇ ଏକାଧିକ ଟ୍ୱିଟ ପରେ ମୁହଁ ଖୋଲିଛି ଆମେରିକା । ଭାରତକୁ ପ୍ରଶଂସା କରିବା ସହ ନିଜ ସପକ୍ଷରେ ନେବାକୁ ଚେଷ୍ଟା କରିଛନ୍ତି ଆମେରିକା ରାଜ୍ୟ ସଚିବ ରେକ୍ସ ଟିଲରସନ । ବର୍ତମାନ ପରିସ୍ଥିତିରେ ଭାରତ, ଆମେରିକାର ସବୁଠାରୁ ବଡ ଭରସାଯୋଗ୍ୟ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି । ଏହି ଅବସରରେ ପାକିସ୍ତାନ ଓ ଆମେରିକାକୁ ଟାର୍ଗେଟ କରିବାକୁ ପଛାଇନାହାନ୍ତି । ଏଭଳି ଉତ୍ସାହିତ ଭାଷଣ ଦେଇ ଏସିଆ ମହାଦେଶର ସବୁଠାରି ବଡ ପ୍ରତିଦ୍ୱନ୍ଦୀ ଭାରତ ଗସ୍ତ ପାଇଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି । ତା ସହ ୱାଶିଂଟନ ଓ ନୂଆଦିଲ୍ଲୀ ମଧ୍ୟରେ ଶହେ ବର୍ଷର ଭାଗିଦାରୀ ରଣନୀତି ତିଆରି କରିଥିବା କହିଛନ୍ତି । ଏହି ଅବସରରେ ଆମେରିକାର ବରିଷ୍ଠ ଅଧିକାରୀ ବିଶ୍ୱର ଦୁଇ ମହାନ ଗଣତନ୍ତ୍ର ରାଷ୍ଟ୍ର ଭାରତ ଓ ଆମେରିକାର ତୁଳନା କରିଥିଲେ ।

Advertisment

publive-imageସେ କହିଛନ୍ତି- “ଭାରତ ଏବେ ଯୁବାବସ୍ଥାରେ ଅଛି। ଭାରତର ସକରାତ୍ମକ ଚିନ୍ତାଧାରା ଓ ବିଶ୍ୱରେ ବଢୁଥିବା ଲୋକପ୍ରିୟତା ହେଉଛି, ଆମେରିକାକୁ ଭାରତ ସହ ବନ୍ଧୁତା ସୁଦୃଢ କରିବାର କାରଣ। ଭାରତ ସହ ଆମେରିକା ବନ୍ଧୁତା ଯେପରି ଆଗାମୀ ଶହେ ବର୍ଷ ପର୍ଯ୍ୟନ୍ତ ଅତୁଟ ରହିବ ସେଥିପ୍ରତି ଚେଷ୍ଟା କରିବା ଦରକାର । ଏହି ଅବସରରେ ଉଭୟ ଚୀନ ଓ ପାକିସ୍ତାନକୁ ଟାର୍ଗେଟ କରିଛନ୍ତି ଟିଲରସନ। ସେ କହିଛନ୍ତି ବର୍ତ୍ତମାନ ସ୍ଥିତିରେ ଚୀନ୍  ବ୍ୟବହାର ସମଗ୍ର ବିଶ୍ୱ ପାଇଁ ଚିନ୍ତାଜନକ। ଚୀନ ପଦକ୍ଷେପ ଆନ୍ତରାଷ୍ଟ୍ରୀୟ ଆଇନ ପାଇଁ ସମସ୍ୟା ବଢିବାରେ ଲାଗିଛି ।

ସାଉଥ ଚୀନ୍ ସମସ୍ୟାକୁ ନେଇ ଟେଲରସନ ଜୋରଦାର ଆକ୍ରମଣ କରିଛନ୍ତି। ଏହି ଅଞ୍ଚଳରେ ଚୀନ ଆକ୍ରୋଶମୂଳକ ପଦକ୍ଷେପ ଅନ୍ତରାଷ୍ଟ୍ରୀୟ ଆଇନ୍ ଓ ନିୟମ ପାଇଁ ମୁଣ୍ଡବ୍ୟଥାର କାରଣ । ଦୁର୍ନୀତି ଓ ଆତଙ୍କବାଦ ବିରୋଧରେ ଆମେରିକା ଓ ଭାରତ ସବୁବେଳେ ଏକାଠି ଠିଆ ହୋଇଛନ୍ତି। ଆଇନକାନୁନ ପ୍ରତି ଚୀନ୍ ଏପରି ଅଣଦେଖା ଭାରତ ସହ ସମ୍ପର୍କ ସୁଧାରିବାରେ ବାଧା ସୃଷ୍ଟି କରିବ। ନିଜ ପଡ଼ୋଶୀ ତଥା ଆମ ବନ୍ଧୁ ରାଷ୍ଟ୍ରଙ୍କ ପ୍ରତି ଚୀନ୍ ସୃଷ୍ଟି କରୁଥିବା ସମସ୍ୟା ଉପରେ ଆମେ ନଜର ରଖିଛୁ ବୋଲି ଟେଲରସନ କହିଛନ୍ତି । ପାକିସ୍ତାନକୁ ଟିଲରସନ ପରୋକ୍ଷରେ କହିଛନ୍ତି- “ଆମେ ଭାବୁଛୁ ପାକିସ୍ତାନ ଆତଙ୍କବାଦ ବିରୋଧରେ କଠୋରରୁ କଠୋରତର ପଦକ୍ଷେପ ନେବ। ଏହାଦ୍ୱାରା ବିଶ୍ୱ ଦରବାରରେ ପାକିସ୍ତାନରେ ମଳିନ ଛବିରେ ସୁଧର ଆସିପାରିବ ।