ମାଡିଆସୁଛି ବାତ୍ୟା ଜୱାଦ । ଟ୍ୱିନସିଟି ପାଇଁ ସତର୍କତା ଜାରି

195

କନକ ବ୍ୟୁରୋ : ମାଡିଆସୁଛି ବାତ୍ୟା ଜୱାଦ । ଟ୍ୱିନସିଟି ପାଇଁ ସତର୍କତା ଜାରି କଲା ପାଣିପାଗ ବିଭିଗ । କଟକ-ଭୁବନେଶ୍ୱରରେ ଅରେଞ୍ଜ ୱାର୍ଣ୍ଣଂ ଜାରି କରାଯାଇଛି । ଟ୍ୱିନ୍ ସିଟିରେ ପ୍ରବଳ ବର୍ଷା ସହିତ ବତ୍ୟା ସମୟରେ ୪୦ରୁ ୫୦ କିମି ବେଗରେ ପବନ ବହିବ । ବେଳେ ବେଳେ ପବନର ଝଟକା ୬୦ କିମି ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।
ବାତ୍ୟା ସମୟରେ ଘରୁ ନବାରିବା ପାଇଁ ଗତକାଲି ପରାମର୍ଶ ଦେଇଥିଲେ ଏସଆରସି । ଏହାସହିତ ଦୁଇଦିନ ପାଇଁ ପିଇବା ପାଣି ମହଜୁଦ କରି ରଖିବା ପାଇଁ ମଧ୍ୟ କହିଥିଲେ । ବାତ୍ୟା ଜୱାଦ୍ ଓଡିଶା ନିକଟତର ହେଉଥିବା ବେଲେ ଟ୍ୱିନ୍ ସିଟି ପାଇଁ ସତର୍କତା ଜାରି କରାଯାଇଛି ।