କନକ ବ୍ୟୁରୋ : ସାରା ଦେଶରେ ଆଜି ବେଶ ଧୁମଧାମରେ ପାଳିତ ହେଉଛି ଗଣେଶ ପୂଜା । କେବଳ ଭାରତରେ ନୁହେଁ ବରଂ ବିଦେଶରେ ଥିବା ଭାରତୀୟ ମଧ୍ୟ ଗଣେଶ ପୂଜା ପାଳନ କରୁଛନ୍ତି । କିଏ କିଏ ଘରେ ତ ପୁଣି କେଉଁଠି ମିଳିତ ଭାବେ ପାଳିତ ହେଉଛି ଗଣେଶ ପୂଜା । ଆଉ ଏସବୁ ଭିତରେ ଭାରତର ଅଧିକାଂଶ କ୍ରିକେଟର ମଧ୍ୟ ଗଣେଶଙ୍କ ଆରଧନା କରିଛନ୍ତି । ଭାରତୀୟ କ୍ରିକେଟ ଦଳ ଏବେ ଦୁବାଇରେ ଥିବା ବେଳେ ସୋସିଆଲ ମିଡ଼ିଆ ପୋଷ୍ଟରେ ଗଣେଶ ପୂଜାର ଶୁଭେଚ୍ଛା ଜଣାଇଛନ୍ତି । ବିରାଟ କୋହଲି ଓ ରିଷଭ ପନ୍ତଙ୍କ ଭଳି କ୍ରିକେଟର ସୋସିଆଲ ମିଡ଼ିଆରେ ବିଘ୍ନନାଶକଙ୍କ ଫଟୋ ରଖି ଶୁଭେଚ୍ଛା ଜଣାଇଛନ୍ତି । ଆଉ ଏହି ତାଲିକାରେ ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ ୱାର୍ଣ୍ଣର ମଧ୍ୟ ସାମିଲ ହୋଇଛନ୍ତି ।

Advertisment

ଅଷ୍ଟ୍ରେଲୀୟ କ୍ରିକେଟର ଡେଭିଡ ୱାର୍ଣ୍ଣର ଇନଷ୍ଟାଗ୍ରାମରେ ଅଗ୍ରପୂଜ୍ୟଙ୍କ ଫଟୋ ସେୟାର କରିଛନ୍ତି । ଯେଉଁ ଫଟୋରେ ବିଶାଳ ଆକୃତିର ଗଣେଶଙ୍କ ସାମ୍ନାରେ ହାତ ଯୋଡି ଛିଡା ହୋଇ ଭାବରେ ବିଲୀନ ହୋଇଛନ୍ତି ୱାର୍ଣ୍ଣର । ଏହାସହ ଭାରତରେ କ୍ରିକେଟ ପ୍ରଶଂସକଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଛନ୍ତି । ଯାହା ପ୍ରତିଟି ଭାରତୀୟଙ୍କ ହୃଦୟକୁ ବେଶ ଛୁଇଁଛି । ଏହି ଫଟୋରେ ୱାର୍ଣ୍ଣର ଅଷ୍ଟ୍ରେଲିଆ ଜର୍ସିରେ ନଜର ଆସିଥିବା ବେଳେ ସମସ୍ତେ ଖୁସିରେ ରୁହନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।

ୟୁଏଇରେ ଖେଳାଯାଉଥିବା ଏସିଆ କପରେ ଆଜି ହଂକଂକୁ ଭେଟିବ ଭାରତ  । ଏହାପୂର୍ବରୁ ୨୮ ଅଗଷ୍ଟରେ ପାକିସ୍ତାନକୁ ମାତ୍ ଦେଇ ଏସିଆ କପ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ରୋମାଞ୍ଚକର ମୁକାବିଲାରେ ପାକିସ୍ତାନକୁ ୫ ୱିକେଟରେ ମାତ୍ ଦେଇଛି ଟିମ୍ ଇଣ୍ଡିଆ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଭାରତ ଏହି ମ୍ୟାଚକୁ ୨ଟି ବଲ ପୂର୍ବରୁ ବାଜି ମାରି ନେଇଥିଲା ।