ପାରାଦୀପରେ ସମରାଭ୍ୟାସ : କୋଷ୍ଟଗାର୍ଡ, ନେଭି, ଓଡ଼ିଶା ପୋଲିସ ସମେତ ୯ରୁ ଅଧିକ ଟିମ୍ ସାମିଲ

୨ ଦିନିଆ ସମରାଭ୍ୟାସର ନାଁ , ସାଗର କବଚ ଓଡ଼ିଶା-ୱେଷ୍ଟବେଙ୍ଗଲ

171

କନକ ବ୍ୟୁରୋ : ପାରାଦୀପରେ ଆରମ୍ଭ ହୋଇଛି ମିଳିତ ସମରଭ୍ୟାସ । ଦୁଇ ଦିନ ଧରି ଚାଲିବ ଏହି ସମରଭ୍ୟାସ । ଚଳିତ ବର୍ଷ ଏହାର ନାମ ରଖାଯାଇଛି ସାଗରକବଚ ଓଡ଼ିଶା ୱେଷ୍ଟବେଙ୍ଗଲ । କୋଷ୍ଟଗାର୍ଡ, ମତ୍ସବିଭାଗ, ଓଡ଼ିଶା ପୋଲିସ, ରେଲୱେ ସମେତ ୯ରୁ ଅଧିକ ବିଭାଗକୁ ନେଇ ଚାଲିଛି ଏହି ସମରଭ୍ୟାସ । ସମସ୍ତ ବିଭାଗ ସମନ୍ୱୟ ସହିତ ବାହ୍ୟ ଶତୃଙ୍କୁ ମୁକାବିଲା କରିବା ପାଇଁ ଏହି ସମରଭ୍ୟାସ କରାଯାଉଛି । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ପ୍ରତ୍ୟେକ ବର୍ଷ ଉପକୂଳରେ ଏଭଳି ସମରାଭ୍ୟାସ କରାଯାଉଛି ।

ଦୁଇଟି ଟିମ୍ ରେଡ଼ ଓ ବ୍ଲୁ ଗଠନ କରାଯାଇଛି । ଗୋଟିଏ ଟିମ୍ ଛଦ୍ମ ବେଶରେ ଉପକୂଳରେ ପ୍ରବେଶ ପାଇଁ ଚେଷ୍ଟା କରିବେ । ଅନ୍ୟ ଟିମ୍ ଅର୍ଥାତ ବ୍ଲୁ ଟିମ୍ ଏମାନଙ୍କୁ ଧରିବା ପାଇଁ ପ୍ରୟାସ କରିବେ । ଚଳିତ ବର୍ଷ ଏହି ସମରାଭ୍ୟାସରେ ଜଣେ ଏଏସପି, ୪ ପ୍ଲାଟୁନ ପୋଲିସ ଫୋର୍ସ, ୪ଜଣ ଆଇଆଇସି, ୫ଜଣ ସବ ଇନସ୍ପେକ୍ଟର, ୫ଜଣ ଏସଆଇ, ୨୦ଜଣ କନେଷ୍ଟବଳ, ୨୦ ହୋମଗାର୍ଡ଼ ନିୟୋଜିତ ହୋଇଛନ୍ତି ।