ପିିଇଓଙ୍କୁ ତାଲା ପକାଇଲେ ୱାର୍ଡମେମ୍ବର । ଦୁଇ ମାସର ଭତ୍ତା ଟଙ୍କା ମିଳିନଥିବା ଅଭିଯୋଗ ।

145

କନକ ବ୍ୟୁରୋ: ୱାର୍ଡ ମେମ୍ବରଙ୍କ ଭତ୍ତା ଟଙ୍କା ହଡପ ଅଭିଯୋଗ । ପଞ୍ଚାୟତ ଅଫିସରେ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କୁ ତାଲା ପକାଇଲେ ୱାର୍ଡ ମେମ୍ବର । ସାରା ରାତି ପିଇଓ ଭାଗବତ ବିଶ୍ୱାଳଙ୍କୁ ତାଲା ପକାଇ ରଖିଛନ୍ତି । ବାଲେଶ୍ୱର ବସ୍ତା ଅନ୍ତର୍ଗତ ମଥାନୀ ପଞ୍ଚାୟତରେ ଏଭଳି ଘଟଣା ଦେଖିôବାକୁ ମିଳିଛି । ୱାର୍ଡ ମେମ୍ବରଙ୍କ ଦୁଇ ମାସର ଭତ୍ତା ଟଙ୍କା ମିଳିନଥିଲା । ଏନେଇ ସେମାନେ ପିଇଓଙ୍କ ପଚାରିବାରୁ ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଯାହାକୁ ନେଇ ପିଇଓଙ୍କ ସହ ୱାର୍ଡ ମେମ୍ବରଙ୍କ ଯୁକ୍ତିତର୍କ ହୋଇଥିଲା । ଯାହାକୁ ନେଇ ୱାର୍ଡ ମେମ୍ବରମାନେ ପିଇଓ ଭାଗବତ ବିଶ୍ୱାଳଙ୍କୁ ତାଲା ପକାଇଦେଇଥିଲେ । ପିଇଓ ଭତ୍ତା ଟଙ୍କା ହଡପ କରିଥିବା ସେମାନେ ଅଭିଯୋଗ କରିଛନ୍ତି । କିନ୍ତୁ ସରପଞ୍ଚଙ୍କ ଆନ୍ଦୋଳନ ପାଇଁ ମିଟିଂ ହୋଇନଥିବାରୁ ୱାର୍ଡ ମେମ୍ବରଙ୍କ ଟଙ୍କା ଦିଆଯାଇ ନାହିଁ ବୋଲି କହିଛନ୍ତି ପିଇଓ ।