ଝାରପଡା ଜେଲରେ ଗୋଷ୍ଠୀ ସଂଘର୍ଷ ଘଟଣା: ୱାର୍ଡର ସସପେଣ୍ଡ୍

85

କନକ ବ୍ୟୁରୋ: ଝାରପଡା ଜେଲରେ ଗୋଷ୍ଠୀ ସଂଘର୍ଷ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଦୁଇ ଜେଲ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଭାଗ । ଜେଲର ୱାର୍ଡର ପ୍ରଭାତ କୁମାର ମହାରଣା ଏବଂ ଚିଫ୍ ୱାର୍ଡର ମଙ୍ଗୁଳି ସେଠୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପ୍ରଭାତ ମହାରଣାକୁ ନିଲମ୍ବିତ କରାଯାଇଥିବା ବେଳେ ମଙ୍ଗୁଳିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।

ପ୍ରଭାତ ଝାରପଡା ଜେଲରେ ଥିବା ହାଇସିକ୍ୟୁରିଟି ସେଲ ଦାୟୀତ୍ୱରେ ଥିଲେ । ଅଭିଯୁକ୍ତ ଚକରା ବାରିକଙ୍କୁ ଅନୁକମ୍ପା ଦେଖାଇବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି । ଚକରା ଉପରେ ନଜର ରତ୍କ ତାକୁ ଖୋଲା ଛାଡିଦେଇଥିଲେ ୱାର୍ଡର ଯାହା ସିସିିଟିଭି ଭିଡିଓରୁ ସ୍ପଷ୍ଟ ହୋଇଛି । ସେହିପରି ନାଇଟ୍ ଡ୍ୟୁଟିରେ ଥିବା ବେଳେ କିପରି ନିଶାଦ୍ରବ୍ୟ ଜେଲ ଭିତରକୁ ଆସିଲା ସେନେଇ ସ୍ପଷ୍ଟିକରଣ ମାଗିଛି ବିଭାଗ ।