ପଦାରେ ପଡିଗଲା ୱାର୍ଡ ମେମ୍ବରଙ୍କ ଲାଂଚ କାରବାର । ଗୁହାଳ ଘର ବିଲ ପାସ କରାଇ ଦେବାକୁ ଲାଂଚ ମାଗିଲେ ୱାର୍ଡ଼ ମେମ୍ବର, ପ୍ରତିବାଦ କରି ଆତ୍ମହତ୍ୟା ପାଇଁ ରାସ୍ତାରେ ଶୋଇଲେ ସ୍ୱାମୀ ଓ ସ୍ତ୍ରୀ

179

କନକ ବ୍ୟୁରୋ : ଗୁହାଳ ଘର ବିଲ ପାସ କରାଇ ଦେବାକୁ ଲାଂଚ ମାଗିଲେ ୱାର୍ଡ଼ ମେମ୍ବର । ଆଉ ଏହାର ପ୍ରତିବାଦ କରି ଆତ୍ମହତ୍ୟା ପାଇଁ ରାସ୍ତାରେ ଶୋଇଲେ ସ୍ୱାମୀ ଓ ସ୍ତ୍ର । ବାଲେଶ୍ୱର ଜିଲ୍ଲା ବାହାନାଗା ବ୍ଲକ ଦାଣ୍ଡହରିପୁର ପଂଚାୟତର ଅସିମିଳା ଗାଁର ଶରତ ଗୋଛାୟତଙ୍କ ନାଁରେ ଏକ ଗୁହାଳ ଘର ମିଳିଥିଲା । କାର୍ଯ୍ୟାଦେଶ ସଂଖ୍ୟା-୦୮ ଓ ଏହାକୁ ଗତ ଜୁଲାଇ ୨୫ ତାରିଖରେ ଶରତଙ୍କୁ ପ୍ରଦାନ କରାଯାଇଥିଲା ।

ହେଲେ ଘର କାମ ସରିଯାଇଥିଲେ ମଧ୍ୟ ବିଲ ପାଇଁ ବ୍ଲକ କାର୍ଯ୍ୟାଳୟକୁ ବାରମ୍ବାର ଦୌଡ଼ିଥିଲେ ମଧ୍ୟ ଶରତଙ୍କର ନାଁରେ ବିଲ ପାସ ହୋଇନଥିଲା । ତେବେ ୱାର୍ଡ଼ ମେମ୍ବର ବଳରାମ ମଲିକ୍ ତାଙ୍କୁ ୧୩ ହଜାର ଟଙ୍କା ଦେଲେ ବିଲ ପାସ କରାଇଦେବେ ନହେଲେ ବ୍ଲକ ଯାଇ ନୟାନ୍ତ ହେବେ ବୋଲି ତାଙ୍କୁ ବୁଝାଇଥିଲେ । ଏନେଇ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିବା ସହ ଆତ୍ମହତ୍ୟା ପାଇଁ ରାସ୍ତାରେ ଶୋଇ ରହିଛନ୍ତି ଶରତ ଓ ତାଙ୍କ ପତ୍ନି ।