ଅଭିଯୋଗ ନଶୁଣିବାରୁ ନିଆରା ପ୍ରତିବାଦ: ବିଡିଓଙ୍କ ଆଗରେ ଆଣ୍ଠେଇଲେ କେନ୍ଦ୍ରାପଡ଼ା ଡେରାବିଶ ବ୍ଲକର ୱାର୍ଡ ମେମ୍ବର

111

କନକ ବ୍ୟୁରୋ: ଅଭିଯୋଗ ନଶୁଣିବାରୁ ନିଆରା ପ୍ରତିବା । ନିଜ ଦାବି ନେଇ ବିଡିଓଙ୍କ ଆଗରେ ଆଣ୍ଠେଇଲେ ମହିଳା ୱାଡ ମେମ୍ବର । ଅଭିଯୋଗ କଲେ ସେମାନଙ୍କୁ କୌଣସି ବିକାଶମୂଳକ କାର୍ଯ୍ୟରେ ଡକାଯାଇନି । କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ ଏଣ୍ଡାର ବ୍ଲକ ଜିପିରେ ଦେଖିବାକୁ ମିଳିଛି ଏହି ଘଟଣା । ପୂର୍ବରୁ ଏନେଇ ସେମାନେ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନକୁ ଅଭିଯୋଗ କରିଥିଲେ । ହେଲେ ସେମାନଙ୍କ କଥା ଶୁଣା ନଯିବାରୁ ଆଜି ନିଆରା ପ୍ରତିବାଦ କରିଛନ୍ତି ମହିଳା ୱାଡ ମେମ୍ବର ।