ମହଙ୍ଗା ପଡ଼ିଲା ପାକିସ୍ତାନକୁ ସାହାଯ୍ୟ କରିବା : ରଦ୍ଦ ହେଲା ତୁର୍କୀ ସେଲେବି କମ୍ପାନୀର ଚୁକ୍ତି

ପୂର୍ବରୁ ଏକନାଥ ସିନ୍ଦେଙ୍କ ଶିବସେନା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କାର୍ଯ୍ୟ କରୁଥିବା ତୁର୍କୀ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ ସେଲେବି ଏନ୍‌ଏଏସ୍‌ ଏୟାରପୋର୍ଟ ସର୍ଭିସେସ୍‌ର ଚୁକ୍ତି ରଦ୍ଦ କରିବାକୁ ୧୦ ଦିନିଆ ଅଲଟିମେଟମ୍‌ ଦେଇଥିଲା ।

ଅଦ୍ୟତନ ହୋଇଛି
turkey Company

turkey Company Photograph: (Kanak News)

ତୁର୍କୀକୁ ଏକ ବଡ଼ ଝଟକା ଦେଇଛି ଭାରତ, ବ୍ୟୁରୋ ଅଫ୍ ସିଭିଲ ଏଭିଏସନ୍ ସିକ୍ୟୁରିଟି ତୁର୍କୀ ବିମାନ ବନ୍ଦରର ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ ସେଲେବିର ସୁରକ୍ଷା ଚୁକ୍ତିକୁ ବାତିଲ କରିଦେଇଛି । ପୂର୍ବରୁ ଏକନାଥ ସିନ୍ଦେଙ୍କ ଶିବସେନା ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରେ କାର୍ଯ୍ୟ କରୁଥିବା ତୁର୍କୀ ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ ସେଲେବି ଏନ୍‌ଏଏସ୍‌ ଏୟାରପୋର୍ଟ ସର୍ଭିସେସ୍‌ର ଚୁକ୍ତି ରଦ୍ଦ କରିବାକୁ ୧୦ ଦିନିଆ ଅଲଟିମେଟମ୍‌ ଦେଇଥିଲା । ଶିବସେନା ନେତା ମୁର୍ଜି ପଟେଲଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମେ’ ୧୩ ରେ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କୁ ଭେଟି ଏହି ଦାବି ରଖିଥିଲେ । ଅଭିଯୋଗ ଅନୁସାରେ, ତୁର୍କୀ ପାକିସ୍ତାନକୁ ଡ୍ରୋନ୍‌ ଯୋଗାଇ ଭାରତ ବିରୋଧୀ କାର୍ଯ୍ୟକୁ ସମର୍ଥନ କରୁଛି, ଯାହା ଜାତୀୟ ସୁରକ୍ଷା ପାଇଁ ବିପଦ । ସେଲେବି ତୁର୍କୀର ସଂସ୍ଥା, ଯାହା ମୁମ୍ବାଇ ବିମାନ ବନ୍ଦରରେ ପ୍ରାୟ ୭୦% ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କାର୍ଯ୍ୟ କରେ; ଯେଉଁଥିରେ ଯାତ୍ରୀ ସେବା, କାର୍ଗୋ ଓ ଫ୍ଲାଇଟ୍‌ ଅପରେସନ୍‌ ଅନ୍ତର୍ଭୁକ୍ତ । ସେଲେବି ୨୦୦୮ରେ ଭାରତରେ କାର୍ଯ୍ୟ ଆରମ୍ଭ କରିଥିଲା ଏବଂ ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ ସମେତ ୯ଟି ବଡ଼ ବିମାନ ବନ୍ଦରରେ ସେବା ଯୋଗାଏ । ଏହି କମ୍ପାନୀ ଭାରତରେ ବାର୍ଷିକ ୫୮ ହଜାର ବିମାନ ପରିଚାଳନା କରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe