କନକ ବ୍ୟୁରୋ : ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ଶାନ୍ତି ଆଲୋଚନା ପ୍ରସ୍ତାବ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଇସ୍ରାଏଲ ଓ ଇରାନକୁ ବୁଝାମଣା ପାଇଁ ଆଲୋଚନା ଟେବୁଲ୍‌କୁ ଆସିବାକୁ ଡୋନାଲ୍ଡ ଟ୍ରମ୍ପ ଅପିଲ କରିଛନ୍ତି । ଏଥିସହ ସେ ଦାବି କରିଛନ୍ତି ଏଇ କିଛି ଦିନ ତଳେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଭିତରେ ସଂଘର୍ଷ ବିରାମ ତାଙ୍କ କାମ । ପୂର୍ବ କାର୍ଯ୍ୟକାଳରେ ସର୍ବିଆ ଓ କୋସବୋ ମଧ୍ୟରେ ଶାନ୍ତି ବୁଝାମଣା କରିବାରେ ସଫଳ ହୋଇଥିଲେ । ଠିକ ସେହିପରି ଏବେ ଇରାନ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଉତ୍ତେଜନା ଖୁବଶୀଘ୍ର ସଂଘର୍ଷ ବିରାମର ରୂପ ନେବ ବୋଲି କହିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଇସ୍ରାଏଲ-ଇରାନ ମଧ୍ୟରେ ଆକ୍ରମଣ-ପ୍ରତିଆକ୍ରମଣ ଏପରି ଢଙ୍ଗରେ ହେଉଛି, ଏକ ନିର୍ଣ୍ଣାୟକ ଯୁଦ୍ଧ ଆଡକୁ ଟାଣି ହୋଇଯାଉଛନ୍ତି ଦୁଇ ରାଷ୍ଟ୍ର । ପଶ୍ଚିମଏସିଆରେ ଉତ୍ତେଜନା ବଢୁଥିବା ବେଳେ ସାରା ବିଶ୍ୱ ସ୍ଥିତି ଉପରେ ନଜର ରଖିଛନ୍ତି । ଏପରି ସମୟରେ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । କାରଣ ଇରାନ ଓ ଆମେରିକା ମଧ୍ୟରେ ପରମାଣୁ ବୁଝାମଣାକୁ ନେଇ ହେବାକୁ ଥିବା ଆଲୋଚନାକୁ ରଦ୍ଦ କରିଦେଇଛି ତେହେରାନ । 

Advertisment

ସେପଟେ କିନ୍ତୁ ଦୁଇ ଶତ୍ରୁ ଦେଶ ଇରାନ୍ ଓ ଇସ୍ରାଏଲ୍ ପରସ୍ପର ମିସାଇଲ୍ ମାଡ଼ କରୁଛନ୍ତି । ଇସ୍ରାଏଲର ମିସାଇଲ୍ ମାଡ଼ରେ ଜଳୁଛି ତେହେରାନ୍ । ଇରାନର ପରମାଣୁ ଅସ୍ତ୍ର ପ୍ରୋଜେକ୍ଟ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି । ଇସ୍ରାଏଲର ଆକ୍ରମଣରେ ଥରହର ହୋଇଉଠିଛି ରାଜଧାନୀ ତେହେରାନ । ଏହାରି ଭିତରେ ଇସ୍ରାଏଲ ରାଷ୍ଟ୍ରପତି ବେଞ୍ଜାମିନ ନେତ୍ୟାନ୍ୟାହୁ, ଇରାନର ଗୁଇନ୍ଦା ମନ୍ତ୍ରାଳୟ, ପୁଲିସ ମୁଖ୍ୟାଳୟ ଓ ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରିଛନ୍ତି । ଆକ୍ରମଣ ପରେ ବହୁ ସଂଖ୍ୟାରେ ତେହେରାନ ନାଗରିକ ସହର ଛାଡ଼ି ପଳାୟନ କରିଛନ୍ତି । ରାଜଧାନୀରୁ ବାହାରକୁ ସଂଯୋଗ କରୁଥିବା ରାଜପଥ ତେହେରାନ-ନର୍ଥ, ତେହେରାନ-କୋମ ଏବଂ ହରାଜ ରୋଡରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏହାରି ଭିତରେ ଇରାନର ସର୍ବୋଚ୍ଚ ନେତା ଖାମେନେଇ ଯୁଦ୍ଧ ଶେଷ କରିବାକୁ ଅପିଲ କରିଛନ୍ତି । ଗୋଟିଏ ପରେ ଗୋଟିଏ ମିସାଇଲ୍ ମାଡ଼ କରୁଛି ଇସ୍ରାଏଲ । ଆକ୍ରମଣରେ ଥରହର ହୋଇଉଠିଛି ଇରାନର ରାଜଧାନୀ ତେହେରାନ । ପୁଲିସ ମୁଖ୍ୟାଳୟ, ଗୁଇନ୍ଦା ମନ୍ତ୍ରାଳୟ ଏବଂ ଜନବସତି ଅଞ୍ଚଳରେ ଆକ୍ରମଣ ହୋଇଛି । ଖାଜେ ଅବଦୁଲ୍ଲା ଷ୍ଟ୍ରିଟ୍‌ରେ ଥିବା ଇରାନର ଗୁଇନ୍ଦା ମନ୍ତ୍ରାଳୟ ଉପରେ ମିସାଇଲ୍ ମାଡ଼ ହୋଇଛି । ପୁଲିସ ମୁଖ୍ୟାଳୟ ଆଗରେ ବଡ଼ ବିସ୍ଫୋରଣ ହୋଇଥିବା ସୂଚନା ।