କନକ ବ୍ୟୁରୋ : ମଧ୍ୟପ୍ରାଚ୍ୟରେ ଯୁଦ୍ଧକୁ ନେଇ ବଡ଼ ଅପଡେଟ । ଯେଉଁ ପରମାଣୁ କେନ୍ଦ୍ରକୁ ନଷ୍ଟ କରିବାକୁ ଇରାନ ଉପରେ ଇସ୍ରାଏଲ ଓ ଆମେରିକା ଆକ୍ରମଣ କରିଥିଲେ ତାହା ନଷ୍ଟ ହୋଇନଥିବା ସୂଚନା । ଏନେଇ ଆମେରିକାର ଗୁଇନ୍ଦା ସଂସ୍ଥା ରିପୋର୍ଟ ପ୍ରକାଶ କରିଛି । ଇରାନର ପରମାଣୁ କେନ୍ଦ୍ରକୁ ପୂରା ନଷ୍ଟ କରିଦେଇଥିବା ନେଇ ନିଟକରେ ଟ୍ରମ୍ପ କହିଥିଲେ, କିନ୍ତୁ ଏହି ପରମାଣୁ କେନ୍ଦ୍ର କ୍ଷତିଗସ୍ତ ହୋଇଛି ହେଲେ ପୂରା ନଷ୍ଟ ହୋଇନାହିଁ । ଏହାକୁ କିଛି ମାସ ମଧ୍ୟରେ ପୁଣି କାର୍ଯ୍ୟକ୍ଷମ କରାଯାଇପାରିବ ବୋଲି ଆମେରିକାର ଡିଫେନ୍ସ ଇଣ୍ଟେଲିଜେନ୍ସ ଏଜେନ୍ସିଂ(ଡିଆଇଏ) କହିଛି । ଏନେଇ ଆନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା ସିଏନଏନ ରିପୋର୍ଟ ପ୍ରକାଶ କରିଛି। ଯାହାକୁ ନେଇ ଟ୍ରମ୍ପ ସିଏନଏନ ଏବଂ ନ୍ୟୁୟର୍କ ଟାଇମ୍ସକୁ କଡା ଭାଷାରେ ସମାଲୋଚନା କରିଛନ୍ତି ।
ଏଥିସହ ଇରାନର ପରମାଣୁ ତିନି ପରମାଣୁ କେନ୍ଦ୍ର ନଷ୍ଟ ହୋଇଥିବା ନେଇ ଦାବି କରିବା ସହ ସୋସିଆଲ ମିଡିଆରେ ବି-୨ ବମ୍ବର ଯୁଦ୍ଧବିମାନର ଭିଡିଓ ପୋଷ୍ଟ କରିଛନ୍ତି । ସେପେଟ ଟ୍ରମ୍ପଙ୍କ ସମାଲୋଚନା ପରେ ଯୁଦ୍ଧବିରତି ନେଇ ଉଭୟ ଇରାନ ଓ ଇସ୍ରାଏଲ ରାଜି ହୋଇଥିବା ସୂଚନା ମଳିଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯୁଦ୍ଧରେ ବିଜୟୀ ହୋଇଥିବା ନେଇ ଦାବି କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/25/aircraft-2025-06-25-08-59-08.jpg)