ପୁଟିନଙ୍କ ପରେ ଆଜି ୟୁକ୍ରେନ ରାଷ୍ଟ୍ରପତିଙ୍କୁ ଭେଟିବେ ଆମେରିକା ରାଷ୍ଟ୍ରପତି : ୱାସିଂଟନ ଡିସିରେ ବସିବ ଜେଲେନସ୍କି-ଟ୍ରମ୍ପ ବୈଠକ

ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏହି ସୂଚନା ଦେଇଛନ୍ତି । ଯୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧବିରତି ପାଇଁ ଶନିବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ବସିଥିଲା ।

01

କନକ ବ୍ୟୁରୋ : ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମାୟାର ଜେଲେନସ୍କିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ । ଆମେରିକାର ୱାସିଂଟନ ଡିସିରେ ଦୁଇନେତାଙ୍କ ମଧ୍ୟରେ ଆଲୋଚନା ପାଇଁ ସ୍ଥିର ହୋଇଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏହି ସୂଚନା ଦେଇଛନ୍ତି । ଯୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧବିରତି ପାଇଁ ଶନିବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ବସିଥିଲା । ଆଲାସ୍କାରେ ବସିଥିବା ଏହି ବୈଠକରେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ତିନି ଘଣ୍ଟା କାଳ ଆଲୋଚନା ହୋଇଥିଲେ ବି ଋଷ- ୟୁକ୍ରେନ ଯୁଦ୍ଧବିରତି ପାଇଁ କୌଣସି ସହମତି ହୋଇପାରିନାହିଁ । ଏହାପରେ ଜେଲେନସ୍କିଙ୍କ ସହ ସମ୍ଭାବ୍ୟ ଆଲୋଚନା ନେଇ ଟ୍ରମ୍ପ ସୂଚନା ଦେଇଥିଲେ । ଏବେ ସୋମବାର ଟ୍ରମ୍ପ ଓ ଜେଲେନସ୍କିଙ୍କ ଆଲୋଚନା ଉପରେ ସାରା ବିଶ୍ୱର ନଜର ରହିଛି ।  

ଆଜି ଟ୍ରମ୍ପ- ଜେଲେନସ୍କି ଆଲୋଚନା 
ଆମେରିକାର ୱାସିଂଟନ ଡିସିରେ ହେବ ବୈଠକ
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସୂଚନା 
ପୂର୍ବରୁ ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲାସ୍କାରେ ବୈଠକ ବସିଥିଲା
ବୈଠକରେ ଯୁଦ୍ଧବିରତି ପାଇଁ ସହମତି ହୋଇପାରିନାହିଁ
ଏବେ ଟ୍ରମ୍ପ ଓ ଜେଲେନସ୍କିଙ୍କ ଆଲୋଚନା ଉପରେ ବିଶ୍ୱର ନଜର   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe