କନକ ବ୍ୟୁରୋ : ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମାୟାର ଜେଲେନସ୍କିଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହେବ । ଆମେରିକାର ୱାସିଂଟନ ଡିସିରେ ଦୁଇନେତାଙ୍କ ମଧ୍ୟରେ ଆଲୋଚନା ପାଇଁ ସ୍ଥିର ହୋଇଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏହି ସୂଚନା ଦେଇଛନ୍ତି । ଯୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧବିରତି ପାଇଁ ଶନିବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ବୈଠକ ବସିଥିଲା । ଆଲାସ୍କାରେ ବସିଥିବା ଏହି ବୈଠକରେ ଟ୍ରମ୍ପ ଓ ପୁଟିନଙ୍କ ମଧ୍ୟରେ ତିନି ଘଣ୍ଟା କାଳ ଆଲୋଚନା ହୋଇଥିଲେ ବି ଋଷ- ୟୁକ୍ରେନ ଯୁଦ୍ଧବିରତି ପାଇଁ କୌଣସି ସହମତି ହୋଇପାରିନାହିଁ । ଏହାପରେ ଜେଲେନସ୍କିଙ୍କ ସହ ସମ୍ଭାବ୍ୟ ଆଲୋଚନା ନେଇ ଟ୍ରମ୍ପ ସୂଚନା ଦେଇଥିଲେ । ଏବେ ସୋମବାର ଟ୍ରମ୍ପ ଓ ଜେଲେନସ୍କିଙ୍କ ଆଲୋଚନା ଉପରେ ସାରା ବିଶ୍ୱର ନଜର ରହିଛି ।
ଆଜି ଟ୍ରମ୍ପ- ଜେଲେନସ୍କି ଆଲୋଚନା
ଆମେରିକାର ୱାସିଂଟନ ଡିସିରେ ହେବ ବୈଠକ
ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସୂଚନା
ପୂର୍ବରୁ ପୁଟିନ ଓ ଟ୍ରମ୍ପଙ୍କ ମଧ୍ୟରେ ଆଲାସ୍କାରେ ବୈଠକ ବସିଥିଲା
ବୈଠକରେ ଯୁଦ୍ଧବିରତି ପାଇଁ ସହମତି ହୋଇପାରିନାହିଁ
ଏବେ ଟ୍ରମ୍ପ ଓ ଜେଲେନସ୍କିଙ୍କ ଆଲୋଚନା ଉପରେ ବିଶ୍ୱର ନଜର