ପୁଣି ବାଜିବ ସାଇରନ୍, ପୁଣି ହେବ ବ୍ଲାକଆଉଟ୍ : ସନ୍ଧ୍ୟା ୫ଟାରୁ ରାତି ୯ଟା ଯାଏ ମକଡ୍ରିଲ

ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ରାତି ୮ଟାରୁ ୮ଟା ୧୫ ପର୍ଯ୍ୟନ୍ତ ୧୫ ମିନିଟ୍ ବ୍ଲାକଆଉଟ୍ ହେବ । ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୁରୁବାର ମକଡ୍ରିଲ୍ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ

ଅଦ୍ୟତନ ହୋଇଛି
Muckdril

Photograph: (KanakNews )

କନକ ବ୍ୟୁରୋ : ପୁଣି ବାଜିବ ସାଇରନ । ପୁଣି ହେବ ବ୍ଲାକଆଉଟ୍ । ଆଗକୁ ହେବ କି ଯୁଦ୍ଧ । ଭାରତ-ପାକିସ୍ତାନ ସୀମାରେ ଉତ୍ତେଜନା ଓ ରାଜନୈତିକ ହଲଚଲ ଭିତରେ ପୁଣିଥରେ ଦେଶର ସୁରକ୍ଷାକୁ ନେଇ ଚର୍ଚ୍ଚା । ଅପରେସନ ସିଲ୍ଡ ଅନ୍ତର୍ଗତ ଆଜି ଜମ୍ମୁ-କାଶ୍ମୀର, ପଞ୍ଜାବ, ରାଜସ୍ଥାନ, ଗୁଜରାଟ ହରିୟାଣା ଓ ଚଣ୍ଡିଗଡ଼ରେ ହେବ ମକଡ୍ରିଲ୍‌ । ସମ୍ଭାବ୍ୟ ଏୟାର ଷ୍ଟ୍ରାଇକ୍ ଓ ଡ୍ରୋନ୍ ଆକ୍ରମଣର ମୁକାବିଲା ପାଇଁ ଏସବୁ ରାଜ୍ୟକୁ ଅପରେସନ୍ ସିଲ୍ଡରେ ସାମିଲ କରାଯିବ । ସନ୍ଧ୍ୟା ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ ସବୁ ଜିଲ୍ଲାରେ ସିଭିଲ ଡିଫେନ୍ସ ଏକ୍ସରସାଇଜ୍ କରାଯିବ, ଯେଉଁଥିରେ ୩୨ହଜାର ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ଯୋଗଦେବେ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡ଼ିକରେ ରାତି ୮ଟାରୁ ୮ଟା ୧୫ ପର୍ଯ୍ୟନ୍ତ ୧୫ ମିନିଟ୍ ବ୍ଲାକଆଉଟ୍ ହେବ । ଏହା ପୂର୍ବରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଗୁରୁବାର ମକଡ୍ରିଲ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ହଠାତ୍ ଏହାକୁ ସ୍ଥଗିତ ରଖାଯାଇଥିଲା । ତେବେ ପରେ ଏହାକୁ ୩୧ ମେ’ରେ କରିବାକୁ ନିଷ୍ପତ୍ତି ହୋଇଥିଲା । ବର୍ତ୍ତମାନର ଜରୁରୀକାଳୀନ ବ୍ୟବସ୍ଥାର ପରୀକ୍ଷଣ କରିବା, ବେସାମରିକ ପ୍ରଶାସନ, ପ୍ରତିରକ୍ଷା ବାହିନୀ ଏବଂ ସ୍ଥାନୀୟ ସମୁଦାୟ ମଧ୍ୟରେ ସମନ୍ୱୟରେ ଉନ୍ନତି ଆଣିବା ହେଉଛି ଏହି ଅଭ୍ୟାସର ଉଦ୍ଦେଶ୍ୟ । ଏହାଦ୍ୱାରା ଯେକୌଣସି ସଙ୍କଟର ତ୍ୱରିତ ଓ ପ୍ରଭାବୀ ମୁକାବିଲା ସୁନିଶ୍ଚିତ ହୋଇପାରିବ । ଏୟାର ଷ୍ଟ୍ରାଇକ୍ ଏବଂ ମାନବ ବିହୀନ ବିମାନ ବା ଡ୍ରୋନ୍ ଭଳି ଆକାଶମାର୍ଗର ବିପଦର ମୁକାବିଲା କରିବା, ଆକ୍ରମଣର ସାଇରନକୁ ସକ୍ରିୟ କରିବା ଏବଂ ଭାରତୀୟ ବାୟୁସେନା ସହିତ ସ୍ଥାପିତ କଣ୍ଟ୍ରୋଲ ରୁମ୍ କମ୍ୟୁନିକେସନ ହଟଲାଇନର ପରୀକ୍ଷଣ କରିବା ହେଉଛି ପ୍ରମୁଖ ଉପାଦାନ । 

ସେପଟେ କିନ୍ତୁ ମକ ଡ୍ରିଲ୍ ପୂର୍ବରୁ ପାକିସ୍ତାନରେ ଭୟର ବାତାବରଣ ଦେଖିବାକୁ ମିଳିଛି । ଭାରତରେ ମକ୍ ଡ୍ରିଲକୁ ନେଇ ପାକିସ୍ତାନ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା । ଟିଭି ବିତର୍କରେ କେବଳ ଗୋଟିଏ ପ୍ରଶ୍ନ ଯେ, ଶେଷଥର ପାଇଁ ମକ୍ ଡ୍ରିଲ ପୂର୍ବରୁ ଆକ୍ରମଣ ହୋଇଥିଲା, ତେବେ କ'ଣ ଭାରତ ପୁଣି ମକଡ୍ରିଲ୍‌  ପୂର୍ବରୁ କିଛି ବଡ଼ କରିବାକୁ ଯାଉଛି କି?

ଦ୍ବିତୀୟ ମକ୍‌ ଡ୍ରିଲ୍ କାହିଁକି?
ଗତ ମେ’ ୭ ତାରିଖରେ ପ୍ରଥମ ମକ୍ ଡ୍ରିଲ ହୋଇଥିଲା
ଅଭ୍ୟାସ ସମୟରେ ବେସାମରିକ ପ୍ରତିରକ୍ଷା ପ୍ରସ୍ତୁତିରେ କିଛି ତ୍ରୁଟି ପରିଲକ୍ଷିତ ହୋଇଥିଲା
ଏହି ଅଭାବକୁ ଦୂର କରିବା ପାଇଁ ଦ୍ୱିତୀୟ ମକଡ୍ରିଲ୍‌ କରାଯାଉଛି
ପ୍ରଥମ ମକଡ୍ରିଲ୍‌ ବେଳେ ଭାରତୀୟ ସେନା ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା
ଏହାସହ ପାକିସ୍ତାନର ବିଭିନ୍ନ ସହରରେ ମିସାଇଲ୍‌ ମାଡ଼ କରିଥିଲା ଭାରତୀୟ ସେନା
ଅପରେସନ୍ ସିଲ୍ଡରେ ବିଭିନ୍ନ ସ୍ଥାନରେ ମକଡ୍ରିଲ୍‌ ସହ ବ୍ଲାକଆଉଟ୍ କରାଯିବ
ସନ୍ଧ୍ୟା ୫ଟାରେ ପ୍ରଥମେ ସାଇରନ ବାଜିବ
ରାତି ୯ଟା ପର୍ଯ୍ୟନ୍ତ ଚାଲିବ ଏହି ମକଡ୍ରିଲ୍
ରାତି ୮ଟାରୁ ୮ଟା ୧୫ ଯାଏ ବ୍ଲାକଆଉଟ୍ 
ଜରୁରୀକାଳୀନ ସେବା ଆଦି ହସ୍ପିଟାଲ, ଫାୟାର ଷ୍ଟେସନ ଓ ଥାନାକୁ ବ୍ଲାକଆଉଟରୁ ବାଦ୍ ଦିଆଯିବ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe