କନକ ବ୍ୟୁରୋ : ଆଜି ଭାରତୀୟ ବାୟୁସେନା ଦିବସ । ପ୍ରତିବର୍ଷ ଅକ୍ଟୋବର ୮ରେ ପାଳନ ହୁଏ ଭାରତୀୟ ବାୟୁସେନା ଦିବସ । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ସେନାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଚଳିତ ବର୍ଷ ଭାରତ ଏହାର ୯୩ ତମ ଭାରତୀୟ ବାୟୁସେନା ଦିବସ ପାଳନ କରୁଛି । ଏନେଇ ଗାଜିଆବାଦ ହିଣ୍ଡନ୍ ଏୟାରବେସ୍ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଚାଲିଛି । ପରେଡ୍ ସହ, ଆକାଶରେ କୌଶଳ ଦେଖାଉଛନ୍ତି ବାୟୁସେନାର ସ୍ବତନ୍ତ୍ର ବିମାନ । ୧୯୩୨ ମସିହାରେ ପ୍ରତିଷ୍ଠିତ, ଭାରତୀୟ ବାୟୁସେନା ଦେଶର ଆକାଶ ସୀମାକୁ ସୁରକ୍ଷିତ ରଖିବା ଓ ସମସ୍ତ ବିପଦ ବିରୋଦ୍ଧରେ ଭାରତର ଜାତୀୟ ଓ ମାନବୀୟ ସ୍ୱାର୍ଥକୁ ସୁରକ୍ଷା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । IAFର ଯବାନଙ୍କ ଅଟଳ ସମର୍ପଣ ଓ ଆଗ୍ରହର ପ୍ରମାଣ ସ୍ବରୂପ ଏହି ଦିନ ପାଳିତ ହୁଏ । ବର୍ଷ ବର୍ଷ ଧରି ଭାରତୀୟ ବାୟୁସେନା ହାସଲ କରିଥିବା ଅନେକ ପ୍ରଯୁକ୍ତିବିଦ୍ୟା ଉନ୍ନତିକୁ ମଧ୍ୟ ଆଲୋକିତ କରେ । ଭାରତୀୟ ବାୟୁସେନା ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି ବୀରତ୍ୱ, ଉତ୍କୃଷ୍ଟତା ଓ ସମର୍ପଣର ୯୩ଟି ଗୌରବମୟ ବର୍ଷ ପାଳନ କରାଯାଉଛି ।
ଆଜି ବାୟୁସେନା ଦିବସ
ପ୍ରତିବର୍ଷ ଅକ୍ଟୋବର ୮ ତାରିଖରେ ଭାରତୀୟ ବାୟୁସେନା ଦିବସ ପାଳନ କରାଯାଏ
ବୀରତ୍ୱ, ଉତ୍କୃଷ୍ଟତା ଓ ସମର୍ପଣର ୯୩ଟି ଗୌରବମୟ ବର୍ଷ
ଉତ୍ତରପ୍ରଦେଶ ଗାଜିଆବାଦରେ ପାଳନ ହେଉଛି ବାୟୁସେନା ଦିବସ
୧୯୩୨ ମସିହାରେ ପ୍ରତିଷ୍ଠିତ ହୋଇଥିଲା ଭାରତୀୟ ବାୟୁସେନା
ଯବାନଙ୍କ ଅଟଳ ସମର୍ପଣ ଓ ଆଗ୍ରହର ପ୍ରମାଣ ସ୍ବରୂପ ଏହି ଦିନ ପାଳିତ ହୁଏ
ହିଣ୍ଡନ ଏୟାପ ବେସରେ ବାୟୁସେନା ଦିବସ ପାଳନ କରାଯାଉଛି
ଏହି ଅବସରନେ ପରେଡ୍ ସହ ଯୁଦ୍ଧ ବିମାନ ଓ ଯୁଦ୍ଧାସ୍ତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଛି
ପରାକ୍ରମ ଦେଖାଇଛନ୍ତି ରାଫେଲ, ସୁଖୋଇ, ମିଗ୍-୨୯, ସି-୭ ଗ୍ଲୋବ ମାଷ୍ଟର
ଆକାଶ ମିସାଇଲ, ହରକୁଲେସ ଓ ଆପାଚେ ହ୍ୟାଲିକ୍ୟାପଟର ସାଜିଛି ସେନାର ବଳ
୬ ଦଶନ୍ଧି ଧରି ମିଗ-୨୧ ଭାରତୀୟ ବାୟୁସେନାକୁ ସେବା ଯୋଗାଇ ଆସି