କନକ ବ୍ୟୁରୋ : ଗାଜାରେ ଇସ୍ରାଏଲ ବନ୍ଦ କରିବ ଯୁଦ୍ଧ । ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି, ଇସ୍ରାଏଲ ଗାଜାରେ ୬୦ ଦିନିଆ ଯୁଦ୍ଧବିରତି ଚୁକ୍ତି ଚୂଡ଼ାନ୍ତ କରିବାକୁ ରାଜି ହୋଇଛି । ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ପ୍ରକାଶ କରି କହିଛନ୍ତି, ତାଙ୍କ ପ୍ରତିନିଧିମାନେ ଇସ୍ରାଏଲ ସହ ଦୀର୍ଘ ଓ ଫଳପ୍ରଦ ଆଲୋଚନା କରିଛନ୍ତି । ଏହି ଯୁଦ୍ଧବିରତି ଆମେରିକା, କତାର ଦ୍ୱାରା ମଧ୍ୟସ୍ଥତାରେ କରାଯାଇଛି । ଟ୍ରମ୍ପ ହମାସକୁ ଚୁକ୍ତି ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି, ଚେତାବନୀ ଦେଇ କହିଛନ୍ତି, ଚୁକ୍ତି ନମାନିଲେ ପରିସ୍ଥିତି ଆହୁରି ଖରାପ ହେବ । ଏହି ପ୍ରସ୍ତାବିତ ଯୁଦ୍ଧବିରତି ଗାଜାରେ ଶାନ୍ତି ସ୍ଥାପନ ଓ ବାକି ଥିବା ବନ୍ଦୀଙ୍କ ମୁକ୍ତି ପାଇଁ ଆଲୋଚନାର ସୁଯୋଗ ଦେବ ।
ଗାଜାରେ ପଡ଼ିବନି ବୋମା !
ଇସ୍ରାଏଲ ଗାଜାରେ ୬୦ ଦିନିଆ ଯୁଦ୍ଧବିରତି ଚୁକ୍ତି ଚୂଡ଼ାନ୍ତ କରିବାକୁ ରାଜି ହୋଇଛି
ଆମେରିକା ଓ କତାରର ମଧ୍ୟସ୍ଥତା ଭିତରେ ଏହି ଆଲୋଚନା ହୋଇଛି
ହମାସକୁ ଟ୍ରମ୍ପଙ୍କ ଚେତାବନୀ, ଯୁଦ୍ଧ ଚୁକ୍ତି ନମାନିଲେ ପରିସ୍ଥିତ ଜଟିଳ ହେବ
ତୁରନ୍ତ ହମାସ ବନ୍ଦୀମାନଙ୍କୁ ମୁକ୍ତ କରୁ : ଆମେରିକା
ଗାଜାରେ ଇସ୍ରାଏଲର ସାମରିକ ଅଭିଯାନ ଯୋଗୁଁ ୫୮,୦୦୦ରୁ ଅଧିକ ପାଲେଷ୍ଟାଇନୀୟ ନିହତ ହୋଇଛନ୍ତି
ଇସ୍ରାଏଲ ଆକ୍ରମଣ ଫଳରେ ଗାଜା ସମ୍ପୂର୍ଣ୍ଣ ଧ୍ବଂସ
ଟ୍ରମ୍ପଙ୍କ ମଧ୍ୟସ୍ଥତା ଏକ ଐତିହାସିକ ସଫଳତା ହାସଲ କରିପାରେ
ଯୁଦ୍ଧବିରତି ସଫଳ ହେଲେ ମଧ୍ୟପ୍ରାଚ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ବଡ଼ ପଦକ୍ଷେପ ହେବ