କନକ ବ୍ୟୁରୋ : ଭାରତୀୟ ବାୟୁସେନା ଆଜି ହିନ୍ଦୁସ୍ତାନ୍ ଏରୋନେଟିକ୍ସ୍ ଲିମିଟେଡ୍ ବା ହାଲ୍ ସହ ବଡ଼ ଚୁକ୍ତିରେ ପ୍ରାୟ ୬୬ ହଜାର ୫୦୦ କୋଟି ଟଙ୍କାରେ ୯୭ଟି ଲାଇଟ୍ କମ୍ବାଟ୍ ଏୟାରକ୍ରାଫ୍ଟ୍ ତେଜସ୍ ମାର୍କ୍-୧ ଯୁଦ୍ଧବିମାନ କିଣିବାକୁ ନିଷ୍ପତ୍ତି ନେଇଛି । ଏହି ଚୁକ୍ତି ଭାରତୀୟ ପ୍ରତିରକ୍ଷା ଉଦ୍ୟୋଗରେ ଏକ ଐତିହାସିକ ନିଷ୍ପତ୍ତି । ଏହି ଡିଲ୍ ସହିତ ଆଇଏଏଫ୍ର ସମ୍ପୂର୍ଣ୍ଣ ତେଜସ୍ ବିମାନର ସଂଖ୍ୟା ୧୮୦ରୁ ଅଧିକ ହୋଇଯିବ, ଯାହା ଦେଶର ସ୍ୱଦେଶୀ ରକ୍ଷା ଉତ୍ପାଦନର ଏକ ବଡ଼ ସଫଳତା । ପୂର୍ବରୁ ୨୦୨୧ରେ ୮୩ଟି ବିମାନ ପାଇଁ ୪୬,୮୯୮ କୋଟିର ଚୁକ୍ତି ହୋଇଥିଲା । ଆଗାମୀ ୨୬ ସେପ୍ଟେମ୍ବରରେ ୩୬ଟି ମିଗ୍ -୨୧ ବିମାନ ଅବସର ନେବା ପରେ ଆଇଏଏଫ୍ ସ୍କ୍ୱାଡ୍ରନ୍ ସଂଖ୍ୟା ୨୯ରେ ସୀମିତ ହୋଇଯିବ, ଯାହା ଏକ ଚିନ୍ତାଜନକ ପରିସ୍ଥିତି । ତେଜସ୍ ବିମାନଗୁଡ଼ିକରେ ଅତ୍ୟାଧୁନିକ ରାଡାର୍, ଆବଶ୍ୟକ ଅସ୍ତ୍ର ଏବଂ ସ୍ୱୟଂଚାଳିତ ପ୍ରଣାଳୀ ରହିବ, ଯାହା ଲଢ଼େଇ କ୍ଷେତ୍ରରେ ଭାରତକୁ ସୁବର୍ଣ୍ଣ ସୁଯୋଗ ପ୍ରଦାନ କରିବ ।
ଆସୁଛି ୯୭ଟି ତେଜସ୍
ଶକ୍ତି ବଢ଼ାଉଛି ବାୟୁସେନା
ଏହି ଚୁକ୍ତି ସ୍ୱଦେଶୀ ‘ଆତ୍ମନିର୍ଭର ଭାରତ’ ଅଭିଯାନକୁ ମଜଭୁତ କରିବ ଏବଂ ହାଲ୍ରେ ଉତ୍ପାଦନ କ୍ଷମତାକୁ ବଢ଼ାଇବ
୯୭ଟି ତେଜସ୍ ମାର୍କ୍-୧ଏ ବିମାନ ପାଇଁ ୬୬,୫୦୦ କୋଟି ଟଙ୍କାର ଡିଲ୍
ହାଲ୍ ଓ ଆଇଏଏଫ୍ ମଧ୍ୟରେ ଚୁକ୍ତି ହେବ
ଆଜି ହୋଇପାରେ ଚୁକ୍ତି
ଆଇଏଏଫ୍ର ପ୍ରତିବର୍ଷ ୪୦ଟି ନୂତନ ଫାଇଟର୍ ଜେଟ୍ ଆବଶ୍ୟକ
ପାକିସ୍ତାନର ଯୋଜନା ୪୦ଟି ଜେ-୩୫ଏ ଚୀନ୍ ଷ୍ଟେଲଥ୍ ଜେଟ୍ କିଣିବ
ପାକିସ୍ତାନ ଅପରେସନ ସିନ୍ଦୂରରେ ବ୍ୟବହାର କରିଥିଲା ପିଏଲ୍ -୧୫ କ୍ଷେପଣାସ୍ତ୍ର
ଚୀନ୍ ନିର୍ମିତ ଜେ-୧୦ ଲଢ଼ୁଆ ବିମାନ ବି ବ୍ୟବହାର କରିଥିଲା ପାକ୍
୯୭ଟି ନୂତନ ବିମାନର ଚୁକ୍ତି ପାଇଁ, ହାଲ୍ ଜିଇ ଠାରୁ ଆଉ ୧୧୩ଟି ଇଞ୍ଜିନ କିଣିବାକୁ ପଡ଼ିବ
ବିମାନର ମୂଲ୍ୟ ପ୍ରାୟ ୧ ବିଲିୟନ ଡଲାର ହେବ
‘ଆତ୍ମନିର୍ଭର ଭାରତ’କୁ ମଜଭୁତ କରି ହାଲ୍ର ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ