କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରକୁ ମିଳିବ ବୁଷ୍ଟର ଡୋଜ । ଆଉ ୯୭ ଟି ତେଜସ୍ ଯୁଦ୍ଧ ବିମାନ କିଣିବାକୁ କେନ୍ଦ୍ରର ମଞ୍ଜୁରୀ । ୬୨ ହଜାର କୋଟି ଟଙ୍କାର ଡିଲକୁ କେନ୍ଦ୍ର ସରକାର ସ୍ବୀକୃତି ଦେଇଛନ୍ତି । ଭାରତର ମେକ ଇନ ଇଣ୍ଡିଆ ଅଭିଯାନ କ୍ଷେତ୍ରରେ ବଡ଼ ପଦକ୍ଷେପ । ବାୟୁସେନାରେ ସାମିଲ କରିବାକୁ ୯୭ ଏଲସିଏ ତେଜସ ମାର୍କ1-A ଯୁଦ୍ଧ ବିମାନ ନିର୍ମାଣ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି । ଭାରତୀୟ କମ୍ପାନୀ ଏହି ଯୁଦ୍ଧବିମାନଗୁଡିକୁ ନିର୍ମାଣ କରିବ । କିଛି ବର୍ଷ ପୂର୍ବରୁ ୮୩ ଟି ଏଲସିଏ ତେଜସ ମାର୍କ-1A ଯୁଦ୍ଧ ବିମାନ କିଣିବାକୁ ୪୮ ହଜାର କୋଟି ଟଙ୍କା ମଞ୍ଜୁର କରିଥିଲେ କେନ୍ଦ୍ର ସରକାର । ଏବେ ଆଉ ୯୭ଟି ଏଲସିଏ ତେଜସ ମାର୍କ-1A ଯୁଦ୍ଧ ବିମାନ କିଣିବାକୁ ମଞ୍ଜୁର ମିଳିଛି । ମିଗ୍ ୨୧ଏସ୍ ବିମାନ ବଦଳରେ ମୋଟ ୧୮୦ ତେଜସ ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରାଯିବ । ଭାରତୀୟ କମ୍ପାନୀ ହଲଠୁ ପଞ୍ଚମ ପିଢିର ମୋଟ ୨୦୦ ଏଲସିଏ ତେଜସ ମାର୍କ-1A ଯୁଦ୍ଧ ବିମାନ କିଣିବାକୁ ଚୁକ୍ତି କରାଯାଇଛି। 

Advertisment

ବଢିବ ସେନାର ଶକ୍ତି
ମିଳିବ ୯୭ଟି ତେଜସ୍ ଜେଟ୍
ପ୍ରତିରକ୍ଷା କ୍ଷେତ୍ରକୁ ମିଳିବ ବୁଷ୍ଟର ଡୋଜ
୯୭ଟି ତେଜସ୍ ଯୁଦ୍ଧ ବିମାନ କିଣିବାକୁ କେନ୍ଦ୍ରର ମଞ୍ଜୁରୀ
୬୨ ହଜାର କୋଟି ଟଙ୍କାର ଡିଲକୁ କେନ୍ଦ୍ରର ସ୍ବୀକୃତି
ଏଲସିଏ ତେଜସ ମାର୍କ-1A ଯୁଦ୍ଧ ବିମାନ ନିର୍ମାଣକୁ ଅନୁମତି
ହିନ୍ଦୁସ୍ଥାନ ଏରୋନେଟିକ୍ସ ଲିମିଟେଡ କରିବ ବିମାନ ନିର୍ମାଣ