ଭୟଙ୍କର ରୂପ ନେଉଛି ମଧ୍ୟପ୍ରାଚ୍ୟ ଯୁଦ୍ଧ : ଇରାନ- ଇସ୍ରାଏଲ ଯୁଦ୍ଧରେ ଆମେରିକାର ପ୍ରବେଶ ପରେ ବଢ଼ିଲା ତୃତୀୟ ବିଶ୍ବଯୁଦ୍ଧ ଆଶଙ୍କା

ଇରାନ୍-ଇସ୍ରାଏଲ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ପରେ ତୃତୀୟ ବିଶ୍ବଯୁଦ୍ଧର ଭୟ ବଢିଛି । ସେପଟେ ଗତକାଲି ବସିଥିବା ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଯୁଦ୍ଧବିରତି ପାଇଁ ଅପିଲ କରିଛନ୍ତି ଋଷ ଓ ଚୀନ ।

03vbb

କନକ ବ୍ୟୁରୋ : ବଢୁଛି ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ । ଇରାନର ୩ଟି ପରମାଣୁ ଠିକଣା ଉପରେ ଆମରିକା ଆକ୍ରମଣ ପରେ ତୀବ୍ର ହୋଇଛି ଯୁଦ୍ଧ, କିନ୍ତୁ ଆମେରିକାର ଆକ୍ରମଣ ପୂର୍ବରୁ ଇରାନ ସେସବୁ ଅଞ୍ଚଳରୁ ପରମାଣୁ ଅସ୍ତ୍ର ନିର୍ମାଣ ସାମଗ୍ରୀକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଦାବି କରିଛି । ଆମେରିକାକୁ ଏହି ନୂଆ ଠିକଣା ଠାବ କରିବା କଷ୍ଟକର ହେବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ଏକ୍ସପର୍ଟ ରାଜୀବ ନୟନ । ଇରାନ୍-ଇସ୍ରାଏଲ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ପରେ ତୃତୀୟ ବିଶ୍ବଯୁଦ୍ଧର ଭୟ ବଢିଛି । 
ସେପଟେ ଗତକାଲି ବସିଥିବା ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଯୁଦ୍ଧବିରତି ପାଇଁ ଅପିଲ କରିଛନ୍ତି ଋଷ ଓ ଚୀନ । ମଧ୍ୟପ୍ରାଚ୍ୟରେ ତତକ୍ଷଣାତ ବିନା ସର୍ତ୍ତ ଯୁଦ୍ଧବିରତି ପାଇଁ ସୁରକ୍ଷା ପରିଷଦର ୧୫ ଜଣିଆ ଦଳ ଗୁରୁତ୍ବ ଦେଇଛନ୍ତି । ଆମେରିକାର ଆକ୍ରମଣକୁ ଋଷ ଓ ଚୀନ ନିନ୍ଦା କରିଛନ୍ତି । ଏହାରି ଭିତରେ ଇସ୍ରାଏଲ୍ ଉପରେ ୩୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି ତେହେରାନ୍ । ତେଲ ଅଭିଭ୍ ସମେତ ଇସ୍ରାଏଲର ଅନେକ ଅଞ୍ଚଳକୁ ଘନ ଘନ ମିସାଇଲ୍ ମାଡ଼ କରିଛି । ଇସ୍ରାଏଲ ଓ ଇରାନର ଅଧିକାଂଶ ସ୍ଥାନରେ ବାଜୁଛି ଯୁଦ୍ଧ ସାଇରନ୍ । ଆମେରିକାର ନ୍ୟୁୟର୍କ ଓ ୱାଶିଂଟନରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି । ଇରାନର ୩ଟି ପରମାଣୁ କ୍ଷେତ୍ର ଉପରେ ଆମେରିକା ପକ୍ଷରୁ ବୋମାବର୍ଷଣ କରାଯାଇଛି । 

ବଢୁଛି ମଧ୍ୟ ପ୍ରାଚ୍ୟରେ ଯୁଦ୍ଧ
ଇରାନର ୩ଟି ପରମାଣୁ ଠିକଣା ଉପରେ ଆମରିକାର ଆକ୍ରମଣ ପରେ ତୀବ୍ର ହୋଇଛି ଯୁଦ୍ଧ
ଆକ୍ରମଣ ପୂର୍ବରୁ ଇରାନ ପରମାଣୁ ଅସ୍ତ୍ର ନିର୍ମାଣ ସାମଗ୍ରୀକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିବା ଦାବି 
ଆମେରିକାକୁ ଏହି ନୂଆ ଠିକଣା ଠାବ କରିବ କଷ୍ଟକର ହେବ କହିଲେ ବୈଦେଶିକ ବ୍ୟାପାର ବିଶେଷଜ୍ଞ
ଇରାନ୍-ଇସ୍ରାଏଲ ଯୁଦ୍ଧରେ ଆମେରିକାର ଏଣ୍ଟ୍ରି ପରେ ତୃତୀୟ ବିଶ୍ବଯୁଦ୍ଧର ଭୟ ବଢିଛି
ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଯୁଦ୍ଧବିରତି ପାଇଁ ଅପିଲ କରିଛନ୍ତି ଋଷ ଓ ଚୀନ
ମଧ୍ୟପ୍ରାଚ୍ୟରେ ତତକ୍ଷଣାତ ବିନା ସର୍ତ୍ତ ଯୁଦ୍ଧବିରତି ପାଇଁ  ସୁରକ୍ଷା ପରିଷଦର ଗୁରୁତ୍ବ 
 ଆମେରିକାର ଆକ୍ରମଣକୁ ଋଷ ଓ ଚୀନ ନିନ୍ଦା କରିଛନ୍ତି 
ଇସ୍ରାଏଲ୍ ଉପରେ ୩୦ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି ତେହେରାନ୍
ତେଲ ଅଭିଭ୍ ସମେତ ଇସ୍ରାଏଲର ଅନେକ ଅଞ୍ଚଳକୁ ଘନ ଘନ ମିସାଇଲ୍ ମାଡ଼ କରିଛି
ଇସ୍ରାଏଲ ଓ ଇରାନର ଅଧିକାଂଶ ସ୍ଥାନରେ ବାଜୁଛି ଯୁଦ୍ଧ ସାଇରନ୍
ଆମେରିକାର ନ୍ୟୁୟର୍କ ଓ ୱାଶିଂଟନରେ ମଧ୍ୟ ହାଇଆଲର୍ଟ ଜାରି କରାଯାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe