କନକ ବ୍ୟୁରୋ : ରାଜସ୍ଥାନରୁ ପୁଣି ଜଣେ ପାକିସ୍ତାନୀ ଗୁପ୍ତଚର ଗିରଫ । ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଗୁପ୍ତଚରର ସମ୍ପର୍କ ଜଣେ କଂଗ୍ରେସ ନେତାଙ୍କ ସହ ରହିଛି । ସୂଚନା ଅନୁସାରେ ଗିରଫ ଗୁପ୍ତଚର ଜଣେ ସରକାରୀ କର୍ମଚାରୀ ଓ ରାଜସ୍ଥାନର ପୂର୍ବତନ କ୍ୟାବିନେଟ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରହିସାରିଛି ।
ରାଜସ୍ଥାନରୁ ପାକିସ୍ତାନୀ ଗୁପ୍ତଚର ଗିରଫ
-ରାଜସ୍ଥାନର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ସାଲେହ ମହମ୍ମଦଙ୍କ ବ୍ୟକ୍ତିଗତ ସଚିବ ସକୁର ଖାନ୍
-ମୋଟା ଅଙ୍କର ଅର୍ଥ ନେଇ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇକୁ ସୂଚନା ଦେଉଥିଲା
-ମେ’୨୮ରେ ତାକୁ ହାଜତକୁ ନେଇଥିଲା ରାଜସ୍ଥାନ ପୁଲିସ
-ଜେରା ସମୟରେ ପାକିସ୍ତାନ ସହ ସମ୍ପର୍କ ଥିବା ନେଇ ସ୍ବୀକାର କରିଛି
-ଗତ କିଛି ମାସ ଭିତରେ ୭ ଥର ପାକିସ୍ତାନ ଯାଇଛି
-ଅପରେସନ୍ ସିନ୍ଦୂର ବାବଦରେ ପାକିସ୍ତାନକୁ ସୂଚନା ଦେଉଥିଲା
-ରାଜସ୍ଥାନରେ ଥିବା ସେନା ଶିବିରର ତଥ୍ୟ ଦେଉଥିଲା
-ସକୁର ଉପରେ କିଛି ଦିନ ହେବ ରାଜସ୍ଥାନ ପୁଷ୍କର ସ୍ପେଶାଲ ସ୍ବାର୍ଡ ନଜର ରଖିଥିଲା
-ପାକିସ୍ତାନ ଦୂତାବାସର ଅଧିକାରୀ ଦାନିଶ ଓ ଅହସାନ ସହ ସମ୍ପର୍କରେ ଥିଲା
-ପାକିସ୍ତାନ ଯିବା ପାଇଁ ଏମାନଙ୍କଠୁ ଭିସା ସହଜରେ ପାଇଥିଲା
-ବାରମ୍ବାର ପାକିସ୍ତାନ ଦୂତାବାସ ଯାଉଥିଲା
-ବଡ଼ବଡ଼ ପାକ୍ ଅଧିକାରୀଙ୍କ ସହ ଉଠାବସା ଥିଲା