କନକ ବ୍ୟୁରୋ: ୨୪ ଏପ୍ରିଲରେ ବିହାରରୁ କହିଥିଲେ ମୋଦୀ, ଆତଙ୍କୀଙ୍କ ଘରକୁ ମାଟିରେ ମିଶେଇଦେବୁ, ଏବେ ବଦଲା ନେବାର ସମୟ ଆସିଯାଇଛି । ଆଉ ମେ’ ୭ରେ ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ । ମଝି ରାତିରେ ପାକିସ୍ତାନ ଉପରେ ଭାରତ କଲା ଏୟାର ଷ୍ଟ୍ରାଇକ । ପିଓକେର ୯ଟି ସ୍ଥାନରେ ବାୟୁସେନା କରିଛି ମିସାଇଲ୍ ମାଡ଼ । ପିଓକେରେ ଥିବା ଆତଙ୍କୀ ଆଡ୍ଡା ଉପରେ ଭୟଙ୍କର ଆକ୍ରମଣ କରିଛି ଭାରତୀୟ ବାୟୁସେନା । ଅପରେସନ ‘ସିନ୍ଦୂର’ ମାଧ୍ୟମରେ ଭାରତ ଆକ୍ରମଣ କରିଛି । ଆକ୍ରମଣରେ ଶତାଧିରୁ ଅଧିକ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି ।
ପ୍ରଥମ ଆକ୍ରମଣ
ସୱାଇ ନାଲା କ୍ୟାମ୍ପ : ମୁଜାଫରାବାଦ
ପିଓକେ ଠାରୁ ୩୦ କିମି ଦୂରରେ ଅବସ୍ଥିତ
ଲସ୍କର-ଇ-ତୋଇବାର ଟ୍ରେନିଂ କ୍ୟାମ୍ପ
ସୋନମାର୍ଗ, ଗୁଲମର୍ଗ, ପହଲଗାମ ଆକ୍ରମଣ ପାଇଁ ଏଠାରୁ ଟ୍ରେନିଂ ନେଇଥିଲେ ଆତଙ୍କୀ
ଦ୍ବିତୀୟ ଆକ୍ରମଣ
ସୈଦେନା ବିଲାଲ କ୍ୟାମ୍ପ : ମୁଜାଫରାବାଦ
ଜୈସ-ଏ-ମହମ୍ମଦର ଆଡ୍ଡା
ଅସ୍ତ୍ରଶସ୍ତ୍ର, ବିସ୍ଫୋଟକର ଟ୍ରେନିଂ ଦିଆଯାଏ
ତୃତୀୟ ଆକ୍ରମଣ
ଗୁଲପୁର କ୍ୟାମ୍ପ : କୋଟଲି
ଏଲଓସିରୁ ଠାରୁ ୩୦ କିମି ଦୂରରେ ଅବସ୍ଥିତ
ଲସ୍କର-ଇ-ତୋଇବାର ବେସ୍ କ୍ୟାମ୍ପ
ତୀର୍ଥଯାତ୍ରୀ ବସ୍ ଉପରେ ଆକ୍ରମଣ କରିଥିବା ଆତଙ୍କୀ ଏଠାରୁ ନେଇଥିଲେ ଟ୍ରେନିଂ
ଚତୁର୍ଥ ଆକ୍ରମଣ
ବରନାଲା କ୍ୟାମ୍ପ : ଭିମ୍ବର
ଏଲଓସିରୁ ଠାରୁ ୯ କିମି ଦୂରରେ
ଅସ୍ତ୍ରଶସ୍ତ୍ର ଚାଲାଣ, ହ୍ୟାଣ୍ଡେଲିଂ, ଆଇଡି ବିସ୍ଫୋରଣର ଟ୍ରେନିଂ ନେଇଥାନ୍ତି ଆତଙ୍କୀ
ପଞ୍ଚମ ଆକ୍ରମଣ
ଆବାସ କ୍ୟାମ୍ପ : କୋଟଲି
ଏଲଓସିର ୧୩ କିମି ଦୂରରେ ଅବସ୍ଥିତ
ଲସ୍କର-ଇ-ତୋଇବାର ଆତଙ୍କୀଙ୍କୁ ଟ୍ରେନିଂ ଦିଆଯାଏ
ଷଷ୍ଠ ଆକ୍ରମଣ
ସର୍ଜଲ କ୍ୟାମ୍ପ : ସିଆଲକୋଟ
ଅନ୍ତଃରାଷ୍ଟ୍ରୀୟ ସୀମା ଠାରୁ ୬ କିମି ଦୂରରେ
ମାର୍ଚ୍ଚ ୨୦୨୫ରେ ଜମ୍ମୁ-କାଶ୍ମୀରର ୪ ପୋଲିସଙ୍କୁ ହତ୍ୟା କରିଥିବା ଆତଙ୍କୀ ନେଇଥିଲେ ଟ୍ରେନିଂ
ସପ୍ତମ ଆକ୍ରମଣ
ମେହମୁନ୍ନା ଜୋୟା କ୍ୟାମ୍ପ : ସିଆଲକୋଟ
ଅନ୍ତଃରାଷ୍ଟ୍ରୀୟ ସୀମା ଠାରୁ ୧୨ କିମି ଦୂରରେ
ହିଜବୁଲ୍ଲ ମୁଜାହିଦ୍ଦିନର ବଡ କ୍ୟାମ୍ପ
କାଠୁଆ ଓ ଜମ୍ମୁରେ ଆତଙ୍କ ଖେଳାଇବାର କେନ୍ଦ୍ର ଥିଲା
ପଠାନକୋଟ ଏୟାରବେସ ଆକ୍ରମଣ ଏହିଠାରୁ ହୋଇଥିଲା ପ୍ଲାନିଂ
ଅଷ୍ଟମ ଆକ୍ରମଣ
ମରକଜ ତାଏବା କ୍ୟାମ୍ପ : ମୁରର୍ଦ୍ଦିକେ
ଅନ୍ତଃରାଷ୍ଟ୍ରୀୟ ସୀମା ଠାରୁ ୧୮ରୁ ୨୫ କିମି ଦୂରରେ
ମୁମ୍ବାଇ ହମଲାର ଆତଙ୍କବାଦୀ ଏଠାରୁ ନେଇଥିଲେ ପ୍ରଶିକ୍ଷଣ
ଅଜମଲ କସାବ ଏଠାରୁ ନେଇଥିଲା ଟ୍ରେନିଂ
ନବମ ଆକ୍ରମଣ
ମରକଜ ଶୁଭାନଆଲ୍ଲା କ୍ୟାମ୍ପ : ବାହାୱଲପୁର
ଅନ୍ତଃରାଷ୍ଟ୍ରୀୟ ସୀମାରୁ ୧୦୦ କିମି ଦୂରରେ
ଜୈସ-ଏ-ମହମ୍ମଦର ମୁଖ୍ୟାଳୟ ରହିଥିଲା
ଆତଙ୍କବାଦୀଙ୍କୁ ସାମିଲ, ଟ୍ରେନିଂ ଦିଆଯାଏ
ଇଣ୍ଡିଆନ ଆର୍ମିର ସୋସିଆଲ ମିଡିଆ ଏକ୍ସରେ ନ୍ୟାୟ ମିଳିଲା, ଜୟ ହିନ୍ଦ୍ ବୋଲି ପୋଷ୍ଟ କରାଯାଇଛି । ଭାରତ ପ୍ରତିରକ୍ଷା ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ପହଲଗାମରେ ହୋଇଥିବା ବର୍ବର ଆତଙ୍କବାଦୀ ଆକ୍ରମଣର ଜବାବରେ ଏହି ଅପରେସନ କରାଯାଇଛି ଏବଂ ଆତଙ୍କବାଦୀଙ୍କ ୯ଟି ଆଡ୍ଡା ଧ୍ବଂସ କରାଯାଇଛି । ରାତି ୧ଟା ୨୦ ମିନିଟ୍ ସମୟରେ ଆକ୍ରମଣ ହୋଇଥିବା ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ଭାରତର ଆକ୍ରମଣ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହେବାଜ ସରିଫ ଏକ୍ସରେ ପୋଷ୍ଟ କରି ଶତ୍ରୁ ଆକ୍ରମଣ କରିଥିବା ନେଇ ଲେଖିଛନ୍ତି । ପାକିସ୍ତାନର ୫ଟି ସ୍ଥାନରେ ଭାରତ ଆକ୍ରମଣ କରିଛି । ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିବା ସହ ଏହାକୁ ଭୀରୁ ବୋଲି ଦର୍ଶାଇଛି ।
ସେପଟେ ବିଚଳିତ ପାକିସ୍ତାନ ଲଗାତାର ସୀମାରେ ଗୁଳିବର୍ଷା କରୁଛି । ସୀମାବର୍ତ୍ତୀ ଅଞ୍ଚଳ ଲୋକଙ୍କୁ ବଙ୍କରକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ । ସୀମାରେ ଗୁଳିବର୍ଷା କାରଣରୁ ୧୦ଜଣ ଭାରତୀୟଙ୍କ ମୃତ୍ୟୁ ହେବା ସହ ୪୦ରୁ ଅଧିକ ଆହତ ହୋଇଥିବା ସୂଚନା ମିଳିଛି । ଘର ଭିତରେ ଗୁଳି ଓ ମୋର୍ଟାର ମାଡ଼ ହୋଇଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି । ପାକ୍ ର ଏଭଳି କାଣ୍ଡ ପୁଣି ପାକ୍ ଉପରେ ଭାରି ପଡ଼ିପାରେ ବୋଲି ପ୍ରତିରକ୍ଷା ବିଶେଷଜ୍ଞ ମାନେ ଦମ୍ଭୋକ୍ତି ବାଢ଼ିଛନ୍ତି ।