କନକ ବ୍ୟୁରୋ : ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ହ୍ବାଇଟ୍ ହାଉସରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି । ଦୀର୍ଘ ସାଢେ ୩ ବର୍ଷ ଧରି ଚାଲିଥିବା ଋଷ-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ପାଇଁ ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି ଟ୍ରମ୍ପ । ୩ ଦିନ ତଳେ ଆଲାସ୍କାରେ ଋଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଟ୍ରମ୍ପ ଆଲୋଚନା କରିଥିଲେ । ଏହାପରେ ଜେଲେନସ୍କିଙ୍କ ସହ ଆଲୋଚନା କରିଛନ୍ତି ଟ୍ରମ୍ପ । ଯୁଦ୍ଧ ବନ୍ଦ ପାଇଁ ପୁଟିନ୍ ଚାହୁଁଥିବା ଜେଲେନସ୍କିଙ୍କୁ ଅବଗତ କରିଛନ୍ତି ଆମେରିକା ରାଷ୍ଟ୍ରପତି । ଉଭୟ ଟ୍ରମ୍ପ ଓ ଜେଲେନସ୍କି ପୁଟିନଙ୍କ ସହ ମିଶି ତ୍ରିପାକ୍ଷିକ ଆଲୋଚନା କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଯୁଦ୍ଧର ପରିସମାପ୍ତି ଶ୍ରୀଘ୍ର ହେବା ଆବଶ୍ୟକ ବୋଲି କହିଛନ୍ତି ଟ୍ରମ୍ପ । ଯୁଦ୍ଧ ବନ୍ଦ ହେଲେ ୟୁକ୍ରେନକୁ କେବଳ ଆମେରିକା ନୁହେଁ, ଅନ୍ୟ ୟୁରୋପୀୟ ଦେଶଗୁଡିକ ମଧ୍ୟ ସୁରକ୍ଷା ଯୋଗାଇଦେବେ । ୟୁକ୍ରେନ-ଋଷ ଯୁଦ୍ଧ ପ୍ରସଙ୍ଗରେ ଆଲୋଚନା ପାଇଁ ହ୍ବାଇଟ୍ ହାଉସରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ କେୟର ଷ୍ଟାରମର, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ, ଜର୍ମାନ ଚାନସେଲର ଫ୍ରେଡରିକ୍ ମର୍ଜ, ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି, ଫିନଲାଣ୍ଡ ରାଷ୍ଟ୍ରପତି ପ୍ରମୁଖ ପହଞ୍ଚିଥିଲେ । ଟ୍ରମ୍ପ ଓ ଜେଲେନସ୍କିଙ୍କ ସହ ସେମାନଙ୍କର ମଧ୍ୟ ଆଲୋଚନା ହୋଇଥିଲା । ଜେଲେନସ୍କିଙ୍କ ସହ ଆଲୋଚନା କରିବା ପରେ ଟ୍ରମ୍ପ ୟୁରୋପୀୟ ନେତାମାନଙ୍କ ସହ ଫଟୋ ଉଠାଇଥିଲେ ।
ଜେଲେନସ୍କିଙ୍କୁ କ’ଣ କହିଲେ ଟ୍ରମ୍ପ
ଯୁଦ୍ଧରେ ହରାଇଥିବା ଅଞ୍ଚଳ ଫେରିବା କଥା ଭୁଲିଯାଅ
ନାଟୋରେ ସାମିଲ ହେବା ପାଇଁ ଚିନ୍ତା କରନାହିଁ
ପୁଟିନଙ୍କ ସହ ଯୁଦ୍ଧ ବନ୍ଦ ଆଲୋଚନା ପାଇଁ ପ୍ରସ୍ତୁତ ହୁଅ
ୟୁକ୍ରେନକୁ ଆମେରିକା ନାଟୋ ଭଳି ସୁରକ୍ଷା ଦେବ
ଜେଲେନସ୍କିଙ୍କ ଦାବି
ୟୁକ୍ରେନକୁ ସୁରକ୍ଷାର ଗ୍ୟାରେଣ୍ଟି
ୟୁକ୍ରେନର ସେନା ବୃଦ୍ଧି କରିବା ପାଇଁ ସ୍ବାଧୀନତା
ଯୁଦ୍ଧ ବନ୍ଦ ପରେ ଦେଶରେ କରାଯିବା ନିର୍ବାଚନ