ଇସ୍ରାଏଲକୁ ଅଡ଼ୁଆ ଇରାନର ଫୋର୍ଡୋ ପରମାଣୁ କେନ୍ଦ୍ର : ଆମେରିକାଠାରୁ ମାଗିଲା ଶକ୍ତିଶାଳୀ ଏମଓପି ବୋମା

ଏହି କାରଣରୁ ଇସ୍ରାଏଲ ଆମେରିକାଠାରୁ ମାସିଭ୍ ଅର୍ଡନାନ୍ସ ପେନେଟ୍ରେଟର ବା ଏମ୍‌ଓପି ବୋମାର ସାହାଯ୍ୟ ମାଗିଛି ।

50israel

Photograph: (KanakNews)

କନକ ବ୍ୟୁରୋ : ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ନୂଆ ମୋଡ଼ ନେଇଛି । ଇସ୍ରାଏଲ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ରୋକିବା ପାଇଁ ଏକ ବଡ଼ ସାମରିକ ଅଭିଯାନ ଆରମ୍ଭ କରିଛି, ଯାହାର ନାମ "ଅପରେସନ୍ ରାଇଜିଂ ଲାୟନ"। ଏହି ଅଭିଯାନରେ ଇସ୍ରାଏଲ ଇରାନର ନାଟାନ୍ଜ ଏବଂ ଇସଫାହାନ ପରି ପରମାଣୁ କେନ୍ଦ୍ର ଏବଂ ସାମରିକ ସ୍ଥାନଗୁଡ଼ିକୁ ଟାର୍ଗେଟ୍‌ କରିଛି, କିନ୍ତୁ ଇରାନର ଫୋର୍ଡୋ ପରମାଣୁ କେନ୍ଦ୍ର, ଯାହା ପାହାଡ଼ ଭିତରେ ଗଭୀର ଭାବେ ନିର୍ମିତ, ଏହାକୁ ନଷ୍ଟ କରିବା ପାଇଁ ଇସ୍ରାଏଲ ପାଖରେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ନାହିଁ । ଏହି କାରଣରୁ ଇସ୍ରାଏଲ ଆମେରିକାଠାରୁ ମାସିଭ୍ ଅର୍ଡନାନ୍ସ ପେନେଟ୍ରେଟର ବା ଏମ୍‌ଓପି ବୋମାର ସାହାଯ୍ୟ ମାଗିଛି ।

ଏମ୍‌ଓପି ବୋମା କ’ଣ? 
ଏମ୍‌ଓପି ହେଉଛି ଆମେରିକାର ଏକ ଅତ୍ୟାଧୁନିକ ବଙ୍କର-ବଷ୍ଟର ବୋମା
ଯାହାର ଓଜନ ପ୍ରାୟ ୧୩ ହଜାର ୬୦୦ କିଲୋଗ୍ରାମ୍‌
ଏହା ଗଭୀର ସ୍ଥାନଗୁଡ଼ିକୁ ନଷ୍ଟ କରିବା ପାଇଁ ଡିଜାଇନ୍ କରାଯାଇଛି
ଏହାକୁ କେବଳ ଆମେରିକାର ବି-୨ ଷ୍ଟେଲ୍‌ଥ ମାଧ୍ୟମରେ ବହନ କରାଯାଇପାରେ
ଇସ୍ରାଏଲ୍‌ ପାଖରେ ଏପରି ବୋମା କିମ୍ବା ଏହାକୁ ବହନ କରିବାର କ୍ଷମତା ନାହିଁ
ତେଣୁ ଇସ୍ରାଏଲ୍‌ ଆମେରିକା ଉପରେ ନିର୍ଭରଶୀଳ
ନେତାନ୍ୟାହୁ ଦାବି କରିଛନ୍ତି, ଆକ୍ରମଣ ଇରାନର ପରମାଣୁ କାର୍ଯ୍ୟକ୍ରମକୁ ବହୁତ ପଛକୁ ନେଇଛି
କିନ୍ତୁ ଫୋର୍ଡୋ ପରି ଗଭୀର କେନ୍ଦ୍ରଗୁଡ଼ିକୁ ଆକ୍ରମଣରେ କିଛି କ୍ଷତି ହୋଇନାହିଁ
ଯାହା ଇସ୍ରାଏଲ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ
ଆମେରିକା ଇସ୍ରାଏଲର ଅନୁରୋଧ ଅନୁଯାୟୀ, ଏମ୍‌ଓପି ବୋମା ଏବଂ ବି-୨କୁ ଆମେରିକା ପ୍ରଦାନ କରିପାରେ
ଯାହା ଫୋର୍ଡୋ ପରି ସ୍ଥାନଗୁଡ଼ିକୁ ନଷ୍ଟ କରିବାରେ ସକ୍ଷମ

କେମିତି କାମ କରେ ଏମ୍‌ଓପି? 
ଏଥିରେ ଜିପିଏସ୍ ଓ ଇନିସିଆଲ୍ ନେଭିଗେସନ୍ ସିଷ୍ଟମ୍ (ଆଇଏନ୍ଏସ୍) ଲାଗିଛି
ଏହା ଉଚ୍ଚ ସଠିକତା ପାଇଁ ଡିଜାଇନ୍ କରାଯାଇଛି
ଏହାର ନେଭିଗେସନ୍ ସିଷ୍ଟମ୍‌ ନିଶ୍ଚିତ କରେ ଯେ ବୋମା ଲକ୍ଷ୍ୟର କିଛି ମିଟର ମଧ୍ୟରେ ଧକ୍କା ଦେଇଥାଏ 
ଏହା ସହ କଠିନ ଯୁଦ୍ଧ ପରିସ୍ଥିତିରେ ମଧ୍ୟ ନିଜ କାମ କରିବାରେ ସଫଳ ହୋଇଥାଏ ଏମ୍‌ଓପି
ଏମ୍‌ଓପି ବୋମା ୨୦୦ ଫୁଟ୍‌ (ପ୍ରାୟ ୬୦ ମିଟର) ପର୍ଯ୍ୟନ୍ତ ମଜଭୁତ ମାଟି କିମ୍ବା କଂକ୍ରିଟ୍ ଭିତରକୁ ପ୍ରବେଶ କରିପାରେ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe