କନକ ବ୍ୟୁରୋ : ପାକିସ୍ତାନ ନାଗରିକଙ୍କୁ ଭାରତରୁ ତଡିବା ଲାଗି ଚିହ୍ନଟ ପ୍ରକ୍ରିୟା ସରିଲା । ସେମାନଙ୍କୁ ନୋଟିସ ହେଲା । କିନ୍ତୁ ମାତ୍ର ୨ଜଣଙ୍କୁ ଅନ୍ୟ ୧୦ ଜଣ ଭାରତ ଛାଡିନାହାନ୍ତି । ଭୁବନେଶ୍ବର, କଟକ, ବଲାଙ୍ଗୀର, ବାଲେଶ୍ବର ଓ ବ୍ରହ୍ମପୁରରୁ ଚିହ୍ନଟ ହୋଇଥିବା ପ୍ରାୟ ୧୦ ଜଣ ପାକିସ୍ତାନୀ ଏମିତି ରହିଛନ୍ତି । ଏମାନେ ଦୀର୍ଘକାଳୀନ ଭିସାରେ ଓଡିଶାରେ ରହୁଛନ୍ତି । ତେବେ କଂଟ ପୂରିଥିବାରୁ ସେମାନଙ୍କୁ ନୋଟିସ୍ କରିଛି ପ୍ରଶାସନ । ଏବଂ ସରକାରଙ୍କ ପରବର୍ତ୍ତୀ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଛି । କଟକ ଡିସିପି କହିଛନ୍ତି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ।
କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା
ଓଡିଶା ରହୁଥିବା ପାକିସ୍ତାନୀଙ୍କୁ ନୋଟିସ ଦେଇ ପୁଲିସ । କିନ୍ତୁ କାହାର ପରିବାର ଥିବାରୁ ଓ କିଏ ଦୀର୍ଘବର୍ଷ ଧରି ଓଡିଶାରେ ରହୁଥିବାରୁ ପାକିସ୍ତାନ ଯିବାକୁ ଅମଙ୍ଗ ଅଛନ୍ତି । ତେଣୁ ଏ ବାବଦରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଅବଗତ କରାଯାଇଛି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଆସିବା ପରେ ରାଜ୍ୟ ସରକାର ଆକ୍ସନ ନେବେ ।
ଓଡିଶାରେ ଥିବା ୧୨ ପାକିସ୍ତାନୀଙ୍କ ମଧ୍ୟରୁ ଭୁବନେଶ୍ବରର ନଗମା ୟୁସୁଫ ଓ କୋଟ୍ଟପାଡର ହାଲିମା ବେଗମ ପାକିସ୍ତାନ ଫେରିଛନ୍ତି । ମଙ୍ଗଳବାରଦିନ ଅଟାରୀ ସୀମା ଦେଇ ୧୦୪ ପାକିସ୍ତାନୀକୁ ସ୍ୱଦେଶ ପଠାଯାଇଛି । ତେଣୁ ଯେଉଁମାନେ ଦେଶ ଛାଡୁନାହାନ୍ତି , ସେମାନଙ୍କ ବାବଦରେ କି ନିଷ୍ପତ୍ତି ନିଆଯିବ ତା ଉପରେ ସମସ୍ତଙ୍କ ନଜର ।