ଅଲାଜୁକ ପାକିସ୍ତାନୀ ଚ୍ୟାନେଲ୍ : ଭାରତରେ ବ୍ୟାନ୍ ହେଲା ବୋଲି ଏମିତି ଦର୍ଶକଙ୍କୁ ହେଉଛି ନେହୁରା

ମେ’ ୧୦ ତାରିଖରେ ଦୁଇ ଦେଶ ମଧ୍ୟରେ ସିଜଫାୟାରର ଘୋଷଣା ହେଲା । ଭାରତୀୟ ସେନା ୨୨ ଏପ୍ରିଲକୁ ହୋଇଥିବା ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇସାରିଛି ।

ଅଦ୍ୟତନ ହୋଇଛି
Pak ARTIST

Pak ARTIST Photograph: (google)

ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗିଛି । ମେ’ ୧୦ ତାରିଖରେ ଦୁଇ ଦେଶ ମଧ୍ୟରେ ସିଜଫାୟାରର ଘୋଷଣା ହେଲା । ଭାରତୀୟ ସେନା ୨୨ ଏପ୍ରିଲକୁ ହୋଇଥିବା ପହଲଗାମ ଆକ୍ରମଣର ପ୍ରତିଶୋଧ ନେଇସାରିଛି । ପାକିସ୍ତାନ ଓ POK ର ଅନେକ ଆତଙ୍କୀ ସଂଗଠନ ଉପରେ ଏୟାର୍ ଷ୍ଟ୍ରାଇକ୍ କରାଗଲା । ଏହା ସହ ପାକିସ୍ତାନର ଇନଷ୍ଟାଗ୍ରାମ ଆକାଉଣ୍ଟ୍ ଏବଂ ସିରିଏଲକୁ ମଧ୍ୟ ଭାରତରେ ବ୍ୟାନ୍ କରାଯାଇଛି । ଯାହାର ପ୍ରଭାବ ପାକ୍ ଟିଭି ଇଣ୍ଡଷ୍ଟ୍ରୀ ଉପରେ ମଧ୍ୟ ପଡ଼ିଛି । ସେତେବେଳେ ଭାରତ ଏବଂ ଅପରେସନ ସିନ୍ଦୂରକୁ କଡ଼ା ଭାଷାରେ ଟିପ୍ପଣୀ କରୁଥିବା ପାକିସ୍ତାନୀ କଳାକାର ଏବେ ଆଣ୍ଠୁ ମାଡ଼ି ବସିଲା ପରି କାମ କଲେଣି । ଭାରତରେ ପାକ୍ ଚ୍ୟାନେଲ୍ ବ୍ୟାନ୍ ହେବା କାରଣରୁ ଏବେ ଶତ୍ରୁଦେଶର ଏହି ଚ୍ୟାନେଲ୍ ନୂଆ ଉପାୟ ବାହାର କରିଛନ୍ତି । ବ୍ୟାନ୍ ଲାଗିବା କାରଣରୁ କ୍ଷତି ସହୁଥିବା ପାକ୍ ଚ୍ୟାନେଲ୍ ସିରିଏଲ୍ ଦେଖିବା ପାଇଁ ଭାରତୀୟଙ୍କ ଆଗରେ ନେହୁରା ହେଲାଣି । 

ପାକିସ୍ତାନର ୟୁଟ୍ୟୁବ୍ ଚ୍ୟାନେଲ୍ HUM TV କୁ ଭାରତରେ ବ୍ୟାନ୍ କରାଯାଇଛି । କିଛି ସମୟ ପୂର୍ବରୁ ଏହି ନାଁରେ ଆଉ ଗୋଟିଏ ଚ୍ୟାନେଲ୍ ୟୁଟ୍ୟୁବରେ ପ୍ରସ୍ତୁତ କରାଯାଇଥିଲା , ବର୍ତ୍ତମାନ ଏହି ଚ୍ୟାନେଲରେ ହିଁ ଉକ୍ତ ଡ୍ରାମା ପୋଷ୍ଟ୍ କରାଯାଉଛି । ଏହାରି ଭିତରେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଗୋଟିଏ ଫଟୋ ଖୁବ୍ ଭାଇରାଲ୍ ହେଉଛି ଯେଉଁଥିରେ ପାକିସ୍ତାନ ଡ୍ରାମା ଦେଖିବା ପାଇଁ ଭାରତୀୟଙ୍କୁ ନେହୁରା ହେବା ଦେଖାଯାଉଛି । ଏହି ଫଟୋରେ ଗୋଟିଏ ପାକ୍ ଡ୍ରାମାର କମେଣ୍ଟ୍ ପିନ୍ କରି ଲେଖାଯାଇଛି ଯେ ‘‘ଭାରତୀୟ ଦର୍ଶକ VPN ବ୍ୟବହାର କରି ଡ୍ରାମା ଦେଖିପାରିବେ ।’’ ଏବେ ଏହି ଫଟୋ ଭାଇରାଲ୍ ହେବା ପରେ ଭାରତୀୟ ଦର୍ଶକ ପାକ୍ ଚ୍ୟାନେଲ୍ ଉପରେ କ୍ଲାସ୍ ଲଗାଇବା ଆରମ୍ଭ କରି ଦେଇଛନ୍ତି । ଜଣେ ୟୁଜର୍ ଲେଖିଛନ୍ତି , ‘‘ଗାଳି ବି ଦିଅ ଆଉ ଭିକ ବି ମାଗ ବାଃରେ ପାକିସ୍ତାନ ।’’ ଆଉ ଜଣେ ୟୁଜର୍ ଲେଖିଛନ୍ତି , ‘‘ଭାରତୀୟ ଦର୍ଶକଙ୍କ ବିନା ଏମାନେ ଆଗକୁ ଯାଇପାରିବେ ନାହିଁ ।’’ 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe