War Update : ସେଦିନ ଗାଜିକୁ ବୁଡ଼ାଇଥିଲା, ଏବେ ପାକିସ୍ତାନକୁ ...

Advertisment

ଭାରତର ଇଚ୍ଛା ନଥିଲେ ବି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଶକ୍ତ କଦମ୍‌ ଉଠାଇଥିଲେ

Updated On

ଭାରତର ଇଚ୍ଛା ନଥିଲେ ବି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଶକ୍ତ କଦମ୍‌ ଉଠାଇଥିଲେ

ଅଦ୍ୟତନ ହୋଇଛି
Its 1971 Story

Its 1971 Story Photograph: (kanak News)

କନକ ବ୍ୟୁରୋ: ଇଏ ୧୯୭୧ ମସିହାର କଥା । ସେବେ ସ୍ବାଧୀନ ହୋଇନଥିଲା ବାଂଲାଦେଶ । ପାକିସ୍ତାନର ଅଙ୍ଗ ଥିଲା ଏହି ସ୍ଥାନ । ହେଲେ ପାକିସ୍ତାନ ନେତାଙ୍କ ଶାସନରେ ଆକ୍ତାମାକ୍ତା ହେଉଥିବା ବାଂଲାଦେଶୀ ପଣ କରିଥିଲେ ନିଜକୁ ସ୍ବତନ୍ତ୍ର ଦେଶ ଘୋଷଣା କରିବେ । ସ୍ଥିତି ଏମିତି ହୋଇଥିଲା କି ବାଂଲାଦେଶୀମାନେ ବିଦ୍ରୋହ କରିଥିଲେ । ଯାହା ଭାରତର ଚିନ୍ତାର କାରଣ ପାଲଟିଥିଲା । କାରଣ ଶହଶହ ସଂଖ୍ୟାରେ ବାଂଲାଦେଶୀ ଭାରତର ଶରଣ ପଶିଥିଲେ । ଭାରତର ଇଚ୍ଛା ନଥିଲେ ବି ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଶକ୍ତ କଦମ୍‌ ଉଠାଇଥିଲେ । ବାଂଲାକୁ ପାକିସ୍ତାନରୁ ଅଲଗା କରିବାକୁ ପ୍ଲାନ କରିଥିଲେ । ପାକିସ୍ତାନ ବିରୋଧରେ ଘୋଷଣା ହେଲା ଯୁଦ୍ଧ । ଯେହେତୁ ପାକିସ୍ତାନର ସୀମା ସିଧାସଳଖ ବାଂଲାଦେଶ ସହ ନାହିଁ ତେଣୁ ଆକାଶ ପଥ ଓ ଜଳପଥ ଦେଇ ବାଂଲାକୁ ସୈନ୍ୟ ପଠାଇବା କାଠିକର ପାଠ ଥିଲା ପାକିସ୍ତାନ ପକ୍ଷରେ । କିନ୍ତୁ ଭାରତ ଏହାର ଭରପୂର ଫାଇଦା ଉଠାଇଥିଲା । 

୧୯୭୧ରେ ପାକିସ୍ତାନକୁ ପାନେ ଦେଇଥିଲା ଭାରତ
ସମୁଦ୍ରରେ ଲୁଚକାଳି ଖେଳ ଖେଳିଲା
ସବୁଠୁ ଶକ୍ତିଶାଳୀ ଜାହାଜକୁ ନଷ୍ଟ କରିଦେଲା
ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ ଇନ୍ଦିରା
ଅଳ୍ପକେ ବର୍ତ୍ତିଯାଇଥିଲା ଭାରତର ଶକ୍ତିଶାଳୀ ନୌସେନା

ପାକିସ୍ତାନ ସହ ଯୁଦ୍ଧ ଘୋଷଣା ହେବା ପରେ ସେନାକୁ ଲଢେଇ ପାଇଁ ନିର୍ଦ୍ଦେଶ ଦେଇଥିଲେ ଇନ୍ଦିରା ଗାନ୍ଧୀ । ଭାରତ ଯୁଦ୍ଧ ମୈଦାନକୁ ଓହ୍ଲାଇବା ପରେ ପାକିସ୍ତାନର ଚିନ୍ତା ବଢିଥିଲା । ଏହାରି ଭିତରେ ଭାରତୀୟ ନୌସେନା ଜାହାଜ ଆଇଏନ୍‌ଏସ୍‌ ବିକ୍ରାନ୍ତକୁ ସମୁଦ୍ର ପଥରେ ବାଂଲାଦେଶ ସୀମାକୁ ପଠାଇଥିଲା । ଆଉ ଅନ୍ଧାଧୁନ ଆକ୍ରମଣ ହୋଇଥିଲା । ଯାହାର ଖବର ପାଇଥିଲା ପାକିସ୍ତାନ । ଆଇଏନ୍‌ଏସ୍‌ ବିକ୍ରାନ୍ତକୁ ନଷ୍ଟ କରିବାକୁ ପାକିସ୍ତାନର ଶକ୍ତିଶାଳୀ ଜାହାଜ ପିଏନ୍‌ଏସ୍‌ ଗାଜିକୁ ପଠାଇଥିଲା । ପାକିସ୍ତାନୀ ଜାହାଜର ଶକ୍ତି ଆଇଏନ୍‌ଏସ୍‌ ବିକ୍ରାନ୍ତକୁ ନଷ୍ଟ କରିବାର ସାମର୍ଥ୍ୟ ରଖିଥିଲା । ଯାହାକୁ ନେଇ ଭାରତର ଚିନ୍ତା ବଢିଥିଲା । ଗାଜିକୁ ନଷ୍ଟ କରିବାର କ୍ଷମତା କେବଳ ଆଇଏନ୍‌ଏସ୍‌ ରାଜପୁତ ପାଖରେ ହିଁ ଥିଲା । ହେଲେ କୌଣସି ଯାନ୍ତ୍ରିକ ତ୍ରୁଟି ପାଇଁ ତାହା ବିଶାଖାପାଟଣାରେ ଥିଲା । ଭାରତ ଯେବେ ଜାଣିବାକୁ ପାଇଥିଲା କି ପାକିସ୍ତାନର ନୌସେନା ବାଂଲାଦେଶ ମୁହାଁ ହୋଇଥିଲା ସଙ୍ଗେ ସଙ୍ଗେ ମାଷ୍ଟର ପ୍ଲାନ୍‌ ରଚିଥିଲା । 

ଆଣ୍ଡାମାନ ନିକୋବରରେ ଲୁଚିଗଲା ଜାହାଜ
ଖବର ଦିଆଗଲା, ବିଶାଖପାଟଣା ପଳାଇ ଆସିଛି ଆଇଏନ୍‌ଏସ୍‌ ବିକ୍ରାନ୍ତ

ଭାରତକୁ ପାନେ ଦେବାକୁ ପାକିସ୍ତାନ ନୌସେନା ଯେଉଁ ପ୍ଲାନ୍‌ କରିଥିଲା ତାହାକୁ ଭାରତ ଜାଣିପାରିଥିଲା । ସେଇଥି ଲାଗି ତ ବିକ୍ରାନ୍ତକୁ ବଂଚାଇବାକୁ କୁହାଗଲା ତାହା ବିଶାଖାପାଟଣା ଆସିଛି । ହେଲେ ପ୍ରକୃତରେ ଆଣ୍ଡାମାନ ପାଖରେ ହିଁ ଲୁଚିଥିଲା । ପାକିସ୍ତାନକୁ ଯେବେ ଖବର ମିଳିଲା କି ଜାହାଜ ବିଖାଖାପାଟଣାରେ ରହିଛି ସଙ୍ଗେ ସଙ୍ଗେ ନିଜର ଘାତକ ଜାହାଜକୁ ବିଶାଖାପାଟଣା ଆଡ଼େ ମୁହାଁଇଲା ପାକିସ୍ତାନ । ଆଉ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଆଇଏନ୍‌ଏସ୍‌ ରାଜପୁତ ପାକିସ୍ତାନ ଜାହାଜ ଉପରେ ମିସାଇଲ ପ୍ରହାର କରିଥିଲା । କାଙ୍ଗାଳା ପାକିସ୍ତାନର ଭାଗ୍ୟ ଏତେ ଖରାପ ଯେ ଭାରତର ମିସାଇଲ୍‌ ସିଧା ଯାଇ ମାଡ଼ ହୋଇଥିଲା ଗାଜିର ଅସ୍ତ୍ରଶସ୍ତ୍ର ଭଣ୍ଡାର ଉପରେ । ଆଉ ସମୁଦ୍ରରେ ପାନେ ପାଇଥିଲା ପାକିସ୍ତାନ । କୁହାଯାଉଛି କି ପାକିସ୍ତାନର ୯୩ ସୈନ୍ୟ ପ୍ରାଣ ହରାଇଥିଲେ । ହେଲେ ନିର୍ଲଜ ପାକିସ୍ତାନ ଏହାକୁ ମାନେ ନାହିଁ ବରଂ କୁହେ ସମୁଦ୍ରରେ ଥିବା ଗୋଳାବାରୁଦରେ ଦୁର୍ଘଟଣାଗ୍ରସ୍ତ ହୋଇ ଗାଜି ନଷ୍ଟ ହୋଇଛି । 

ଏବେ ପୁଣି ଥରେ ଗାଜି ପରି ଜାହାଜ ବନାଉଛି ପାକିସ୍ତାନ
ପୂରା ସାହାଯ୍ୟ କରୁଛି ଚୀନ୍‌

କଥାହେଲା ପାକିସ୍ତାନ କେବେ ଭାରତ ସାମ୍ନାରେ ତିଷ୍ଠି ପାରିବନି ତାହା ସମସ୍ତେ ଜାଣିଛନ୍ତି । କିନ୍ତୁ ଏହାପରେ ବି ପାକିସ୍ତାନ ଗାଜି ପରି ଜାହାଜ ତିଆରି କରି ଭାରତକୁ ଟକ୍କର ଦେବାକୁ ଚାହୁଛି । ଆଉ ଏଥିରେ ଚୀନ୍‌ ତାକୁ ସାହାଯ୍ୟ ବି କରୁଛି । ତେବେ ସମୟ କହିବ ଗାଜି କେତେ କାମ ଦେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe