War Update : ପରମାଣୁ ବମ୍‌, ପାକିସ୍ତାନ ମିଛ କହିଥିଲା ?

Advertisment

ପରମାଣୁ ବମ୍‌ କଥା ଆସିଲେ ଆମେରିକା କଥା ହିଁ ପ୍ରଥମେ ସାମ୍ନାକୁ ଆସେ

ପରମାଣୁ ବମ୍‌ କଥା ଆସିଲେ ଆମେରିକା କଥା ହିଁ ପ୍ରଥମେ ସାମ୍ନାକୁ ଆସେ

 Pakistan Lied About Nuclear Bomb Weight?

Pakistan Lied About Nuclear Bomb Weight? Photograph: (kanak News)

କନକ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ପରମାଣୁ ବୋମାର କଥା ହିଁ ସାମ୍ନାକୁ ଆସେ । କାରଣ ଉଭୟ ପରମାଣୁ ସଂପନ୍ନ ରାଷ୍ଟ୍ର । ତେଣୁ ଯଦି ଉଭୟ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହୁଏ ତାହେଲେ ସ୍ଥିତି ପୂରା ସାଙ୍ଘାତିକ ହେବ । ଏହାରି ଭିତରେ ସାଧାରଣରେ ଗୋଟିଏ ପ୍ରଶ୍ନ ଉଠେ, ପ୍ରକୃତରେ ପରମାଣୁ ବୋମାର ଓଜନ କେତେ । କାରଣ ପୂର୍ବରୁ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଥିଲେ ଆମ ପାଖରେ ୧୫୦ ରୁ ୨୦୦ ଗ୍ରାମ୍‌ ଓଜନର ପରମାଣୁ ବମ୍‌ ଅଛି । ଯାହାକୁ ଭାରତରେ ପକାଇବାର ମାତ୍ର କେହି ମୁହୂର୍ତ୍ତରେ ସବୁ ନଷ୍ଟଭ୍ରଷ୍ଟ ହୋଇଯିବ । ତେବେ ପ୍ରକୃତରେ ପରମାଣୁ ଅସ୍ତ୍ରର ଓଜନ କେତେ ।


ପରମାଣୁ ବୋମାର ଓଜନ କେତେ ?
ସତରେ କଣ ବୋମାର ଓଜନ ୧୫୦ ଗ୍ରାମ୍‌ ?
୨୦୧୯ରେ ଚରମ ସୀମାରେ ପହଞ୍ଚିଥିଲା ଭାରତ-ପାକିସ୍ତାନ ସମ୍ପର୍କ
ସେବେ ବି ଉଠିଥିଲା ପରମାଣୁ ବମ୍‌ର କଥା

କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ସମୟରେ ଉତ୍ତେଜନା ଦେଖାଯାଇଛି । ଖାସ୍‌ କରି ପାକିସ୍ତାନର ସୀମା ପାର୍‌ ଆତଙ୍କୀକୁ ନେଇ ଟେନସନ୍‌ରେ ଭାରତ । ସେଇଥି ଲାଗି ତ ପିଓକେରେ ଘର କରି ରହିଥିବା ଆତଙ୍କୀଙ୍କୁ ସମୂଳେ ନାଶ କରିବାକୁ ଭାରତ ସର୍ବଦା ଚେଷ୍ଟା କରିଛି । ହେଲେ ପାକିସ୍ତାନ୍‌ ମଝିରେ ମଝିରେ ବୟାନ ଦେଇଛି କି ଆମେ ପରମାଣୁ ସଂପନ୍ନ ରାଷ୍ଟ୍ର । ଭାରତକୁ କେବେ ଛାଡ଼ିବୁ ନାହିଁ । ହେଲେ ସେମାନେ ଭୁଲିଯାଉଛନ୍ତି କି ଭାରତ ଯଦି ଚାହିବ ପାକିସ୍ତାନ ଆସନ୍ତାକାଲିର ସୂର୍ଯ୍ୟୋଦୟ ହିଁ ଦେଖିପାରିବ ନାହିଁ । ଏହାରି ଭିତରେ ପହଲଗାମ୍‌ ଆକ୍ରମଣକୁ ନେଇ ଭାରତ ଆକ୍ସନ ମୋଡ୍‌ରେ ଅଛି । କେମିତି ସୀମାପାର୍‌ ଆତଙ୍କୀଙ୍କୁ କଡା ଜବାବ ଦିଆଯିବ ସେନେଇ ରଣନୀତି ଆପଣାଉଥିବା ବେଳେ ପାକିସ୍ତାନର ଛୋଟ ପରମାଣୁ ଅସ୍ତ୍ରକୁ ନେଇ ଏବେ ଭାରି ଚର୍ଚ୍ଚା । ଅବଶ୍ୟ ପୂର୍ବରୁ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ କହିଥିଲେ, ଭାରତ-ପାକିସ୍ତାନ ମଧ୍ୟରେ ଯଦି ପରମାଣୁ ଯୁଦ୍ଧ ହୁଏ ତାହେଲେ ବିଶ୍ବ ଯୁଦ୍ଧର ପରିଣତି ହେବ । ଆଉ ତତ୍କାଳୀନ ପାକ୍‌ ରେଳମନ୍ତ୍ରୀ କହିଥିଲେ, ପାକିସ୍ତାନ ପାଖରେ ୧୨୫ ରୁ ୨୫୦ ଗ୍ରାମ୍‌ ପରି ଛୋଟ ଛୋଟ ପରମାଣୁ ବମ୍‌ ଅଛି । ତେବେ ଆସନ୍ତୁ ଜାଣିବା କାହା ପାଖରେ ଅଛି ସବୁଠୁ ଛୋଟ ପରମାଣୁ ବମ୍ ।

କାହା ପାଖରେ ଅଛି କେତେ ଓଜନର ପରମାଣୁ ବମ୍‌ ?

ପରମାଣୁ ବମ୍‌ କଥା ଆସିଲେ ଆମେରିକା କଥା ହିଁ ପ୍ରଥମେ ସାମ୍ନାକୁ ଆସେ । ସୂଚନା ଅନୁସାରେ,ୟୁଏସ୍‌ଏ ପାଖରେ ୫୦ ପାଉଣ୍ଡ ଅର୍ଥାତ୍‌ ୨୩ କିଲୋଗ୍ରାମ୍‌ର ପରମାଣୁ ବମ୍‌ ଅଛି । ଏହି ବମ୍‌ର ନାଁ ଡବ୍ଲ୍ୟୁ ୫୪ । ଏହାସହ ବାକି  ତିନୋଟି ଏମ୍‌କେ ୫୪, ବି-୫୪  ଏବଂ ଡବ୍ଲ୍ୟୁ ୭୨ ବମ୍‌ ରହିଛି । କୁହାଯାଉଛି କି, ଏହାର ଲମ୍ବ ୧୫. ୭ ଇଞ୍ଚ ।  

କେତେ ଛୋଟ ହୋଇପାରେ ପରମାଣୁ ବମ୍‌ ?

ବମ୍‌ କେତେ ଓଜନର ହେବ ସେନେଇ ବି ବିଜ୍ଞାନର ପାଠ ବୁଝିବାକୁ ପଡ଼ିବ । କାରଣ ଗୋଟିଏ ପରମାଣୁ ବମ୍‌ ତିଆରି ହେବା ପାଇଁ କେତେ ମାତ୍ରାରେ ରସାୟନିକ ପଦାର୍ଥ ଦରକାର ତାହା ବି ଜାଣିବା ଦରକାର । ସାଧାରଣତଃ ଭାବରେ ପରମାଣୁ ବମ୍‌ର ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥାଏ । ପ୍ରଥମଟି ହେଉଛି ଫ୍ୟୁଜନ୍‌ ଓ ଅନ୍ୟଟି ହେଉଛି ବିକିରଣ ଶକ୍ତି । ତେଣୁ ଯେଉଁ ସ୍ଥାନରେ ବି ପରମାଣୁ ବୋମା ପଡ଼େ ସେହି ସ୍ଥାନ କିଛି ସମୟ ମଧ୍ୟରେ ନଷ୍ଟ ହୋଇଯାଏ । ଆଟମିକ୍‌ ଆର୍କାଇଭ୍‌ର ରିପୋର୍ଟ ଅନୁସାରେ, ବମ୍‌ରେ ସର୍ବନିମ୍ନ ୫ କିଲୋଗ୍ରାମ୍‌ ପ୍ଲୁଟୋନିୟମ୍‌ ୨୩୯ ଓ ୧୫ କିଲୋଗ୍ରାମ୍‌ ୟୁରାନିୟମ୍‌ ୨୩୫ ଆବଶ୍ୟକ । ଏହି ଦୁଇ ରସାୟନିକ ପଦାର୍ଥ ବମ୍‌ ତିଆରି ହେବା ପାଇଁ ନିତ୍ୟାନ୍ତ ଜରୁରୀ । ଯଦି ବମ୍‌ରେ ଏହାଠୁ କମ୍‌ ପରିମାଣରେ ରସାୟନିକ ପଦାର୍ଥ ରୁହେ ତେବେ ତାହା ବିସ୍ଫୋରଣ ହେବ ନାହିଁ ବୋଲି କୁହାଯାଏ । 

୧୫ କିଲୋଗ୍ରାମ୍‌ରୁ କମ୍‌ରେ ତିଆରି ହୋଇପାରିବନି ପରମାଣୁ ବମ୍‌ ?

ବିଜ୍ଞାନ ଅନୁସାରେ, ୧୫ କିଲୋଗ୍ରାମ୍‌ରୁ କମ୍‌ରେ ତିଆରି ହୋଇପାରିବ ନାହିଁ ପରମାଣୁ ବମ୍‌ । ତେଣୁ ଯେଉଁମାନେ ଦାବି କରୁଛନ୍ତି ସେମାନଙ୍କ ପାଖରେ ୧୫୦ କିମ୍ବା ୨୫୦ ଗ୍ରାମ୍‌ର ପରମାଣୁ ବମ୍‌ ଅଛି ସେମାନେ ମିଛ କହୁଛନ୍ତି । ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ପାକିସ୍ତାନ ସରକାର ତଥା ତାଙ୍କ ମନ୍ତ୍ରୀମାନେ ମିଛ କହୁଛନ୍ତି । କଥାହେଲା ବିଶ୍ବରେ ଆମେରିକା, ଭାରତ,ଋଷିଆ, ଉତ୍ତରକୋରିଆ, ପାକିସ୍ତାନ ଓ ଚାଇନା ପାଖରେ ପରମାଣୁ ଅସ୍ତ୍ର ଅଛି । ହେଲେ ଏବେ ଯେଉଁପରି ଭାବରେ ପାକିସ୍ତାନ ମିଛ କହିଲା ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe