କନକ ବ୍ୟୁରୋ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ପରମାଣୁ ବୋମାର କଥା ହିଁ ସାମ୍ନାକୁ ଆସେ । କାରଣ ଉଭୟ ପରମାଣୁ ସଂପନ୍ନ ରାଷ୍ଟ୍ର । ତେଣୁ ଯଦି ଉଭୟ ଦେଶ ମଧ୍ୟରେ ପରମାଣୁ ଯୁଦ୍ଧ ହୁଏ ତାହେଲେ ସ୍ଥିତି ପୂରା ସାଙ୍ଘାତିକ ହେବ । ଏହାରି ଭିତରେ ସାଧାରଣରେ ଗୋଟିଏ ପ୍ରଶ୍ନ ଉଠେ, ପ୍ରକୃତରେ ପରମାଣୁ ବୋମାର ଓଜନ କେତେ । କାରଣ ପୂର୍ବରୁ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଥିଲେ ଆମ ପାଖରେ ୧୫୦ ରୁ ୨୦୦ ଗ୍ରାମ୍ ଓଜନର ପରମାଣୁ ବମ୍ ଅଛି । ଯାହାକୁ ଭାରତରେ ପକାଇବାର ମାତ୍ର କେହି ମୁହୂର୍ତ୍ତରେ ସବୁ ନଷ୍ଟଭ୍ରଷ୍ଟ ହୋଇଯିବ । ତେବେ ପ୍ରକୃତରେ ପରମାଣୁ ଅସ୍ତ୍ରର ଓଜନ କେତେ ।
ପରମାଣୁ ବୋମାର ଓଜନ କେତେ ?
ସତରେ କଣ ବୋମାର ଓଜନ ୧୫୦ ଗ୍ରାମ୍ ?
୨୦୧୯ରେ ଚରମ ସୀମାରେ ପହଞ୍ଚିଥିଲା ଭାରତ-ପାକିସ୍ତାନ ସମ୍ପର୍କ
ସେବେ ବି ଉଠିଥିଲା ପରମାଣୁ ବମ୍ର କଥା
କାଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଅନେକ ସମୟରେ ଉତ୍ତେଜନା ଦେଖାଯାଇଛି । ଖାସ୍ କରି ପାକିସ୍ତାନର ସୀମା ପାର୍ ଆତଙ୍କୀକୁ ନେଇ ଟେନସନ୍ରେ ଭାରତ । ସେଇଥି ଲାଗି ତ ପିଓକେରେ ଘର କରି ରହିଥିବା ଆତଙ୍କୀଙ୍କୁ ସମୂଳେ ନାଶ କରିବାକୁ ଭାରତ ସର୍ବଦା ଚେଷ୍ଟା କରିଛି । ହେଲେ ପାକିସ୍ତାନ୍ ମଝିରେ ମଝିରେ ବୟାନ ଦେଇଛି କି ଆମେ ପରମାଣୁ ସଂପନ୍ନ ରାଷ୍ଟ୍ର । ଭାରତକୁ କେବେ ଛାଡ଼ିବୁ ନାହିଁ । ହେଲେ ସେମାନେ ଭୁଲିଯାଉଛନ୍ତି କି ଭାରତ ଯଦି ଚାହିବ ପାକିସ୍ତାନ ଆସନ୍ତାକାଲିର ସୂର୍ଯ୍ୟୋଦୟ ହିଁ ଦେଖିପାରିବ ନାହିଁ । ଏହାରି ଭିତରେ ପହଲଗାମ୍ ଆକ୍ରମଣକୁ ନେଇ ଭାରତ ଆକ୍ସନ ମୋଡ୍ରେ ଅଛି । କେମିତି ସୀମାପାର୍ ଆତଙ୍କୀଙ୍କୁ କଡା ଜବାବ ଦିଆଯିବ ସେନେଇ ରଣନୀତି ଆପଣାଉଥିବା ବେଳେ ପାକିସ୍ତାନର ଛୋଟ ପରମାଣୁ ଅସ୍ତ୍ରକୁ ନେଇ ଏବେ ଭାରି ଚର୍ଚ୍ଚା । ଅବଶ୍ୟ ପୂର୍ବରୁ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ୍ କହିଥିଲେ, ଭାରତ-ପାକିସ୍ତାନ ମଧ୍ୟରେ ଯଦି ପରମାଣୁ ଯୁଦ୍ଧ ହୁଏ ତାହେଲେ ବିଶ୍ବ ଯୁଦ୍ଧର ପରିଣତି ହେବ । ଆଉ ତତ୍କାଳୀନ ପାକ୍ ରେଳମନ୍ତ୍ରୀ କହିଥିଲେ, ପାକିସ୍ତାନ ପାଖରେ ୧୨୫ ରୁ ୨୫୦ ଗ୍ରାମ୍ ପରି ଛୋଟ ଛୋଟ ପରମାଣୁ ବମ୍ ଅଛି । ତେବେ ଆସନ୍ତୁ ଜାଣିବା କାହା ପାଖରେ ଅଛି ସବୁଠୁ ଛୋଟ ପରମାଣୁ ବମ୍ ।
କାହା ପାଖରେ ଅଛି କେତେ ଓଜନର ପରମାଣୁ ବମ୍ ?
ପରମାଣୁ ବମ୍ କଥା ଆସିଲେ ଆମେରିକା କଥା ହିଁ ପ୍ରଥମେ ସାମ୍ନାକୁ ଆସେ । ସୂଚନା ଅନୁସାରେ,ୟୁଏସ୍ଏ ପାଖରେ ୫୦ ପାଉଣ୍ଡ ଅର୍ଥାତ୍ ୨୩ କିଲୋଗ୍ରାମ୍ର ପରମାଣୁ ବମ୍ ଅଛି । ଏହି ବମ୍ର ନାଁ ଡବ୍ଲ୍ୟୁ ୫୪ । ଏହାସହ ବାକି ତିନୋଟି ଏମ୍କେ ୫୪, ବି-୫୪ ଏବଂ ଡବ୍ଲ୍ୟୁ ୭୨ ବମ୍ ରହିଛି । କୁହାଯାଉଛି କି, ଏହାର ଲମ୍ବ ୧୫. ୭ ଇଞ୍ଚ ।
କେତେ ଛୋଟ ହୋଇପାରେ ପରମାଣୁ ବମ୍ ?
ବମ୍ କେତେ ଓଜନର ହେବ ସେନେଇ ବି ବିଜ୍ଞାନର ପାଠ ବୁଝିବାକୁ ପଡ଼ିବ । କାରଣ ଗୋଟିଏ ପରମାଣୁ ବମ୍ ତିଆରି ହେବା ପାଇଁ କେତେ ମାତ୍ରାରେ ରସାୟନିକ ପଦାର୍ଥ ଦରକାର ତାହା ବି ଜାଣିବା ଦରକାର । ସାଧାରଣତଃ ଭାବରେ ପରମାଣୁ ବମ୍ର ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ଥାଏ । ପ୍ରଥମଟି ହେଉଛି ଫ୍ୟୁଜନ୍ ଓ ଅନ୍ୟଟି ହେଉଛି ବିକିରଣ ଶକ୍ତି । ତେଣୁ ଯେଉଁ ସ୍ଥାନରେ ବି ପରମାଣୁ ବୋମା ପଡ଼େ ସେହି ସ୍ଥାନ କିଛି ସମୟ ମଧ୍ୟରେ ନଷ୍ଟ ହୋଇଯାଏ । ଆଟମିକ୍ ଆର୍କାଇଭ୍ର ରିପୋର୍ଟ ଅନୁସାରେ, ବମ୍ରେ ସର୍ବନିମ୍ନ ୫ କିଲୋଗ୍ରାମ୍ ପ୍ଲୁଟୋନିୟମ୍ ୨୩୯ ଓ ୧୫ କିଲୋଗ୍ରାମ୍ ୟୁରାନିୟମ୍ ୨୩୫ ଆବଶ୍ୟକ । ଏହି ଦୁଇ ରସାୟନିକ ପଦାର୍ଥ ବମ୍ ତିଆରି ହେବା ପାଇଁ ନିତ୍ୟାନ୍ତ ଜରୁରୀ । ଯଦି ବମ୍ରେ ଏହାଠୁ କମ୍ ପରିମାଣରେ ରସାୟନିକ ପଦାର୍ଥ ରୁହେ ତେବେ ତାହା ବିସ୍ଫୋରଣ ହେବ ନାହିଁ ବୋଲି କୁହାଯାଏ ।
୧୫ କିଲୋଗ୍ରାମ୍ରୁ କମ୍ରେ ତିଆରି ହୋଇପାରିବନି ପରମାଣୁ ବମ୍ ?
ବିଜ୍ଞାନ ଅନୁସାରେ, ୧୫ କିଲୋଗ୍ରାମ୍ରୁ କମ୍ରେ ତିଆରି ହୋଇପାରିବ ନାହିଁ ପରମାଣୁ ବମ୍ । ତେଣୁ ଯେଉଁମାନେ ଦାବି କରୁଛନ୍ତି ସେମାନଙ୍କ ପାଖରେ ୧୫୦ କିମ୍ବା ୨୫୦ ଗ୍ରାମ୍ର ପରମାଣୁ ବମ୍ ଅଛି ସେମାନେ ମିଛ କହୁଛନ୍ତି । ତେବେ ଏଥିରୁ ଗୋଟିଏ କଥା ସ୍ପଷ୍ଟ ପାକିସ୍ତାନ ସରକାର ତଥା ତାଙ୍କ ମନ୍ତ୍ରୀମାନେ ମିଛ କହୁଛନ୍ତି । କଥାହେଲା ବିଶ୍ବରେ ଆମେରିକା, ଭାରତ,ଋଷିଆ, ଉତ୍ତରକୋରିଆ, ପାକିସ୍ତାନ ଓ ଚାଇନା ପାଖରେ ପରମାଣୁ ଅସ୍ତ୍ର ଅଛି । ହେଲେ ଏବେ ଯେଉଁପରି ଭାବରେ ପାକିସ୍ତାନ ମିଛ କହିଲା ତାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି ।